ସରକାରୀ ବିଦ୍ୟାଳୟର ତାଲା ଭାଙ୍ଗି ଆଲମାରୀରୁ ଟଙ୍କା ଚୋରି କଲେ ଦୁର୍ବୃତ୍ତ

Published: Oct 14, 2020, 5:53 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ସରକାରୀ ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୂଚନା ରହିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ଼ଖଇରଖମା ଗ୍ରାମପଞ୍ଚାୟତର ପାଇକପଡା ବଟେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଏକ ଅଭାବନୀୟ ଘଟଣାଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍କୁଲର ପ୍ରଧାନ ଶିକ୍ଷକ ରାମହରି ବିଷୋୟୀ ଆଜି ସ୍କୁଲରେ ପଂହଁଚି ସ୍କୁଲ ଖୋଲିବା ପରେ ଦେଖିବାକୁ ପାଇଲେ କି ସ୍କୁଲର ଅଫିସ କବାଟ ଖୋଲା ଥିଲା ଉକ୍ତ କବାଟର ତାଲା ଭଙ୍ଗାଯାଇଥିବା ସହ ଅଫିସରେ ଥିବା ଆଲମାରୀ ବି ଖୋଲା ଥିଲା। ତେବେ ପୂର୍ବରୁ ଆଲମାରୀରେ ୧୨ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ସେହି ଟଙ୍କା ନଥିବା କହିଛନ୍ତି ଶିକ୍ଷକ। ଏଥିସହ କିଛି କାଗଜ ପତ୍ର ତଳେ ପଡି ରହିଥିବାର ଶିକ୍ଷକ ଦେଖିବାକୁ ପାଇଲେ ଏବଂ ସ୍କୁଲର ଛାତ ଉପରେ ଏକ କବାଟ ମଧ୍ୟ ଖୋଲା ଥିଲା।

ଏ ନେଇ ପ୍ରଧାନ ଶିକ୍ଷକ ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ବେଗୁନିଆପଡା ଫାଣ୍ଡି ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି। ତେବେ କରୋନା ପାଇଁ ସ୍କୁଲ ଛୁଟି ଥିବାରୁ ଏହି ସୁଯୋଗର ଫାଇଦା ନେଇ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରିଛନ୍ତି ଶିକ୍ଷକ।

Related posts