Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦାଦା ବଟି ନ ଦେବାରୁ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ
ଅପରାଧ

ଦାଦା ବଟି ନ ଦେବାରୁ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ

October 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍‌ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍‌ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି ଟଙ୍କା ନଦେବାରୁ ଆଜି ତାଙ୍କ ଘର ସାମ୍ନାରେ ତାଙ୍କୁ ଆକ୍ରମଣ କରିବା ବେଳେ ଭାଇକୁ ବଂଚାଇବାକୁ ଯାଇ ଭଉଣୀ ସୁନିତା ଆକ୍ରମଣର ଶିକାର ହୋଇଥିଲା। ବଡ଼ବଜାର ପୋଲିସ୍ ୨୦୯/୨୦ ରେ ଏକ ମାମଲା ରୁଜୁ କରି ଆକ୍ରମଣକାରୀଙ୍କୁ ଖୋଜିବାରେ ଲାଗିଥିବା ନେଇ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।

ଖଣ୍ଡାରେ ଆକ୍ରମଣ ଦାଦା ବଟି ବଡ଼ବଜାର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Latest News

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026

ଖୋରଧା ବ୍ଲକ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.