ଚାଞ୍ଚଲ୍ୟକର ହତ୍ୟାକାଣ୍ଡ, ମହିଳାଙ୍କ ସହିତ ଅନୈତିକ ସଂପର୍କ ନ ରଖିବାରୁ ଯୁବକକୁ ପିଟିପିଟି ହତ୍ୟା

Published: Oct 18, 2020, 3:59 pm IST

ଗୋରଖପୁର, ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ହେୁଛି ରାଣା ପ୍ରତାପ। ସେ ହେଉଛନ୍ତି ଉତ୍ତର ପ୍ରଦେଶ ଗୋରଖପୁର ବିଜେପିର ବୁଥ ଅଧ୍ୟକ୍ଷ ହିରାଲାଲଙ୍କ ପୁଅ। ହତ୍ୟାକାରୀମାନେ ହେଉଛନ୍ତି ଖୋଦ ମୃତ ଯୁବକଙ୍କ ସାଙ୍ଗ। 24 ଘଣ୍ଟା ମଧ୍ୟରେ ପୋଲିସ ମୃତକଙ୍କ ତିନି ବନ୍ଧୁଙ୍କୁ ଗିରଫ କରି ହତ୍ୟା ମାମଲା ଋଜୁ କରିଛି। ସେମାନେ ହେଲେ ରାକେଶ ଯାଦବ, ରାମକେଶ ଯାଦବ ଏବଂ ପାନେ ଲାଲ।

ଏହି ଘଟଣାର ଖୁଲାସା କରି ଗୋରଖପୁର ଏସପି ଅରବିନ୍ଦ କୁମାର ପାଣ୍ଡେ କହିଛନ୍ତି ଯେ ଗୁଲରିହା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲରେ ହିରାଲାଲଙ୍କ ପୁଅ ରାଣା ପ୍ରତାପଙ୍କ ମୃତଦେହ ମିଳିଛି। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଆଘାତ କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଆକ୍ରମଣକାରୀଙ୍କ ଦ୍ୱାରା ଯୁବକଙ୍କ ମୋଟରସାଇକେଲ ତାଙ୍କ ଶରୀର ଉପରେ ପକାଇ ଦିଆଯାଇଥିଲା। ଏସପି କହିଛନ୍ତି ଯେ ଆଇପିସିର ଧାରା 302, 3 (2) 5 ଏସସି,ଏସଟି ଅଧିନିୟମ ଅନୁଯାୟୀ ଏହି ମାମଲାରେ ରୁଜୁ ହୋଇଛି।

 

Related posts