Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ନାବାଳିକାଙ୍କୁ ଜବରଦସ୍ତି ଘରୁ ଉଠାଇ ନେଇ ଗଣଦୁଷ୍କର୍ମ
ଅପରାଧ

ଦୁଇ ନାବାଳିକାଙ୍କୁ ଜବରଦସ୍ତି ଘରୁ ଉଠାଇ ନେଇ ଗଣଦୁଷ୍କର୍ମ

October 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜାଲୌର :  ହାଥରସ୍‌ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏପରି ଘଟଣାମାନ କମିବାର ନାଁ ନେଉନାହିଁ । ଦେଶର କୋଣ ଅନୁକୋଣରୁ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ରାଜସ୍ଥାନର ଜାଲୌରର ଭିନମାଲରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସ ରିପୋର୍ଟ ଅନୁସାରେ ଭୀନମାଲ୍‌ ଅଞ୍ଚଳରେ ଘରେ ଶୋଇଥିବା ଦୁଇ ନାବାଳିକା ଭଉଣୀଙ୍କୁ ଚାରିଜଣ ଯୁବକ ଜବରଦସ୍ତି ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ 14 ଓ 15ବର୍ଷ ବୋଲଇ ସୂଚନା ରହିଛି ।

ଦୁଇ ନାବାଳିକାଙ୍କୁ ରାଜାପୁର ପାହାଡରୁ ଶୋଚନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାତ୍ରି ପ୍ରାୟ 1.00 ସମୟରେ ଜେତାରାମ ଭିଲ ଓ ତେଜରାମ ଭୀଲ୍‌ଙ୍କସମେତ ଚାରି ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ରାଜାପୁର ପାହାଡ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକାଙ୍କୁ ରବିବାର ଦିନ ଅପରାହ୍ନ 2 ଘଟିକା ସମୟରେ ଉଦ୍ଧାର କରାଯାଇଥିଲା ।  ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ତିନିଜଣ ଫେରାର ରହିଛନ୍ତି । ତେବେ ପୋଲିସ୍‌ ଅନ୍ୟ ତିନି ଅଭିଯୁକ୍ତଙ୍କୁ ତଲାସି ଜାରି ରଖିଛି ।  ପୋଲିସର କହିବା ଅନୁସାରେ ରାତିରେ ଥଣ୍ଡା ଅଧିକ ହେବାରୁ ଏବଂ ଶାରିରୀକ ଅତ୍ୟାଚାର ଯୋଗୁଁ ଦୁଇ ନାବାଳିକାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ଜଣେ ପୀଡ଼ିତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସ୍‌ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ନିଖୋଜ ରିପୋର୍ଟ ସକାଳ 6ଟାରେ ଦିଆଯାଇଥିବାବେଳେ ପୋଲିସ୍‌ ନାବାଳିକାଙ୍କୁ ଖୋଜିବା ପାଇଁ ବିଳମ୍ବ କରିଥିଲା ବୋଲି ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ସ୍ଥାନୀୟ ବିଧାୟକ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିବା ସହ ପୋଲିସ୍‌ର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । (ଏଜେନ୍ସି)

gangarape
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.