Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁଇ ନାବାଳିକାଙ୍କୁ ଜବରଦସ୍ତି ଘରୁ ଉଠାଇ ନେଇ ଗଣଦୁଷ୍କର୍ମ

ଜାଲୌର :  ହାଥରସ୍‌ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏପରି ଘଟଣାମାନ କମିବାର ନାଁ ନେଉନାହିଁ । ଦେଶର କୋଣ ଅନୁକୋଣରୁ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ରାଜସ୍ଥାନର ଜାଲୌରର ଭିନମାଲରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସ ରିପୋର୍ଟ ଅନୁସାରେ ଭୀନମାଲ୍‌ ଅଞ୍ଚଳରେ ଘରେ ଶୋଇଥିବା ଦୁଇ ନାବାଳିକା ଭଉଣୀଙ୍କୁ ଚାରିଜଣ ଯୁବକ ଜବରଦସ୍ତି ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ 14 ଓ 15ବର୍ଷ ବୋଲଇ ସୂଚନା ରହିଛି ।

ଦୁଇ ନାବାଳିକାଙ୍କୁ ରାଜାପୁର ପାହାଡରୁ ଶୋଚନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାତ୍ରି ପ୍ରାୟ 1.00 ସମୟରେ ଜେତାରାମ ଭିଲ ଓ ତେଜରାମ ଭୀଲ୍‌ଙ୍କସମେତ ଚାରି ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ରାଜାପୁର ପାହାଡ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇ ନାବାଳିକାଙ୍କୁ ରବିବାର ଦିନ ଅପରାହ୍ନ 2 ଘଟିକା ସମୟରେ ଉଦ୍ଧାର କରାଯାଇଥିଲା ।  ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ତିନିଜଣ ଫେରାର ରହିଛନ୍ତି । ତେବେ ପୋଲିସ୍‌ ଅନ୍ୟ ତିନି ଅଭିଯୁକ୍ତଙ୍କୁ ତଲାସି ଜାରି ରଖିଛି ।  ପୋଲିସର କହିବା ଅନୁସାରେ ରାତିରେ ଥଣ୍ଡା ଅଧିକ ହେବାରୁ ଏବଂ ଶାରିରୀକ ଅତ୍ୟାଚାର ଯୋଗୁଁ ଦୁଇ ନାବାଳିକାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଥିଲା। ଜଣେ ପୀଡ଼ିତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସ୍‌ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ନିଖୋଜ ରିପୋର୍ଟ ସକାଳ 6ଟାରେ ଦିଆଯାଇଥିବାବେଳେ ପୋଲିସ୍‌ ନାବାଳିକାଙ୍କୁ ଖୋଜିବା ପାଇଁ ବିଳମ୍ବ କରିଥିଲା ବୋଲି ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ସ୍ଥାନୀୟ ବିଧାୟକ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିବା ସହ ପୋଲିସ୍‌ର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର ବିଶେଷ ଖବର

ପୁଣି ଏକ ଲଜ୍ୟା : ଗୁରୁଗ୍ରାମରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ

ଗୁରୁଗ୍ରାମ : ହାଥରସ୍‌ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁଗ୍ରାମରୁ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁଗ୍ରାମରେ 32 ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବାର ସୂଚନା ରହିଛି । ଏଠାରେ ଜଣେ ଚାରି ଜଣ ଯୁବକ ଏଭଳି ବୀଭତ୍ସ କାଣ୍ଡ ଘଟାଇଛନ୍ତି । ଦୁଷ୍କର୍ମ ପରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ସୂଚନା ରହିଛି । ପୀଡ଼ିତା ମହିଳାଙ୍କ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଦେଶରେ ଗଣଦୁଷ୍କର୍ମ ଘଟଣା ଥମିବାର ନାଁ ନେଉ ନାହିଁ। ପୁଣି ଦୁଷ୍କର୍ମକୁ ନେଇ ଗୁରୁଗ୍ରାମରୁ ଏକ ମାମଲା ସାମ୍ନାକୁ ଆସିଛି। ୩୨ ବର୍ଷର ଜଣେ ମହିଳାଙ୍କ ସହ ଚାରିଜଣ ଯୁବକ ଏଭଳି ବୀଭତ୍ସ କାଣ୍ଡ କରିଛନ୍ତି। ସେମାନେ କେବଳ ଦୁଷ୍କର୍ମ କରି ନାହାନ୍ତି ଏହା ପରେ ମହିଳାଙ୍କୁ ମାଡ ମଧ୍ୟ ମାରିଛନ୍ତି। ତେବେ ଏ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରାଯାଇ ଥିଲା। ମାତ୍ର ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଡିଏଲ୍‌ଏଫ୍‌ ଫେଜ୍‌-2ରେ ଘଟିଛି । ଏହି ମାମଲାରେ ପୋଲିସ୍‌ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଚାରିଜଣ ଅଭିଯୁକ୍ତ ଗୋଟିଏ କମ୍ପାନୀରେ ଡେଲିଭରୀ ବୟ ରୂପେ କାର୍ଯ୍ୟ କରୁଥିବାର ସୂଚନା ରହିଛି । ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇପାରିନାହିଁ । ପୀଡ଼ିତା ଜଣକ ସୁସ୍ଥ ହେଲେ ପୋଲିସ୍‌ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।  (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବନ୍ଧୁକ ଦେଖାଇ ହୋଟେଲ୍‌ରୁ ଯୁବକ-ଯୁବତୀଙ୍କୁ ଅପହରଣ କରି ଚଳନ୍ତା କାର୍‌ରେ ଦୁଷ୍କର୍ମ

ଉଦୟପୁର : ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ ଆସିଲେ ମଧ୍ୟ ଏହି ଅପରାଧ କମିବାର ନାଁ ଧରୁନାହିଁ। ନିକଟରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିବାର ଖବର ମିଳିଛି।

ଏହିପରି ଏକ ଲଜ୍ଜ୍ୟାଜନକ ଘଟଣା ଉଦୟପୁର ସ୍ଥିତ ଗୋବର୍ଦ୍ଧନ ବିଳାସ ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ଖବର ଅନୁସାରେ ବନ୍ଧୁକ ଦେଖାଇ 24 ବର୍ଷୟା ଯୁବତୀ ଜଣକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲ୍‌ରୁ ଅପହରଣ କରି ନେଇଥିଲେ । ଏହାପରେ ଅଭିଯୁକ୍ତମାନେ ଉଦୟପୁର ସହରର ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ କାର୍‌ରେ ଧରି ଘୂରିବା ସହିତ ଚଳନ୍ତା କାର୍‌ରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ଦୁଷ୍କର୍ମ କାଣ୍ଡରେ କେତେଜଣ ରହିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ୍‌ ଏହି ମାମଲା ସହ ଜଡିତ କିଛି ଯୁବକଙ୍କୁ ଅଟକ ରଖିଛି । ପୀଡ଼ିତା ଜଣକ ଉତ୍ତରପ୍ରଦେଶର ହୋଇଥିବାବେଳେ ସେ କିଛି ମାସ ଧରି ଉଦୟପୁରଠାରେ ଇଭେଣ୍ଟ ମ୍ୟାନେଜମେଣ୍ଟର କାର୍ଯ୍ୟ କରୁଥିଲେ । ପୋଲିସ୍‌ ଯୁବତୀଙ୍କର ଚିକିତ୍ସା ପାଇଁ ତାଙ୍କ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛନ୍ତି । ମେଡ଼ିକାଲ୍‌ ଯାଞ୍ଚ ପରେ ଏହି ମାମଲାରେ ସମ୍ପର୍କରେ ଅଧିକ ତଥ୍ୟ ପଦାକୁ ଆସିବ । (ଏଜେନ୍ସି)