ଆମେରିକାର ଆତ୍ମଘୋଷିତ ବାବାଙ୍କୁ ମିଳିଲା 120 ବର୍ଷ ଜେଲ୍‌ଦଣ୍ଡାଦେଶ, ଜାଣନ୍ତୁ କାରଣ କ’ଣ

Published: Oct 28, 2020, 12:03 pm IST

ନ୍ୟୁୟର୍କ : ଆମେରିକାର ଜନୈକ ଆତ୍ମଘୋଷିତ ବାବାକୁ କୋର୍ଟ 120 ବର୍ଷ କାରାଦଣ୍ଡ ପ୍ରଦାନ କରିଛନ୍ତି । ଯୌନ ନିର୍ଯାତନା ପ୍ରଦାନ କରିବା ଅଭିଯୋଗରେ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି । ମଙ୍ଗଳବାର ନ୍ୟୁୟର୍କର ଏକ କୋର୍ଟରେ 60 ବର୍ଷୀୟ କେଥ ରେନରଙ୍କୁ 120 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଛି । ନେକ୍ସିୟମ ନାମକ ଆତ୍ମଚିନ୍ତନ ଗ୍ରୁପ ଚଳାଇ ଏହା ଜରିଆରେ ଯୌନଶୋଷଣ କରୁଥିବା ଜଣାପଡିଛି । ମଙ୍ଗଳବାର 13 ଜଣ ମହିଳା ନ୍ୟୁୟର୍କ କୋର୍ଟରେ ରେନରଙ୍କ ବିପକ୍ଷରେ ବୟାନ ଦେଇଥିବା ବେଳେ 90ରୁ ଅଧିକ ମହିଳା ଯୌନଶୋଷଣର ଶିକାର  ହୋଇଥିବା ନେଇ ଚିଠି ଲେଖିଥିଲେ । 5 ଦିନର କ୍ୟାମ୍ପ ପାଇଁ 5ହଜାର ଡଲାର ନେଉଥିବା ରେନର ଏକାଧିକ ନାବାଳିକାଙ୍କୁ ମଧ୍ୟ ଯୌନ ନିର୍ଯାତନା ପ୍ରଦାନ କରିଥିଲେ । ମହିଳାଙ୍କ ସହ ଫଟୋ ଓ ଭିଡିଓ ବନାଇ ଏହା ଜରିଆରେ ରେନ୍‌ ମହିଳାଙ୍କୁ ବ୍ଲାକ୍‌ମେଲ କରୁଥିଲେ ବୋଲି କିଛି ମହିଳା ଅଭିଯୋଗ କରିଛନ୍ତି । ମହିଳାଙ୍କୁ ଜବରଦସ୍ତି ମଧ୍ୟ କରାଯାଉଥିଲା । ରେନ୍‌ଙ୍କ ବିରୋଧରେ ଠକେଇ,ସେକ୍ସ ଚାଲାଣ, ଦାଦା ବଟି, ଅପରାଧିକ ଷଡଯନ୍ତ୍ର ଆଦି ମାମଲା ଦାଏର କରାଯାଇଥିଲା ।   ରେନ୍‌ଙ୍କ ସହ ତାଙ୍କ ସହଯୋଗ କରୁଥିବା 5 ଜଣ ସହଯୋଗୀଙ୍କୁ ମଧ୍ୟ ଦଣ୍ଡ ଦିଆଯାଇଛି । (ଏଜେନ୍ସି)

Related posts