Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ
ଅପରାଧ

ଚାରମାଳରେ ଚୋରି ମୋବାଇଲ ବିକ୍ରି ହେଲା କାଳ: ୨ ଡକାୟତ ସହ ୩ ଜଣ ନାବାଳକ ଗିରଫ

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଚାରମାଳ ପୋଲିସ୍ ମୋବାଇଲ ବିକ୍ରି କରୁଥିବା ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହେବା ସହ ଏହି ଗ୍ୟାଙ୍ଗର ଆଉ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି।

ଚାରମାଳ ଥାନାଧିକାରୀ ବସନ୍ତ ଦଳାଇଙ୍କ ଠାରୁ ପ୍ରକାଶ ଯେ, ୫ ଜଣ ଡକାୟତି ଦଳ ଚାରମାଳ ଅଂଚଳରୁ ବିଭିନ୍ନ ସମୟରେ ଡକାୟତି କରୁଥିଲେ। ଆଜି ଚାରମାଳ ବଜାରରେ ଜଣେ ଡକାୟତି ମୋବାଇଲ ଫୋନ୍ ବିକ୍ରି କରିବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି ସୂତ୍ରରୁ ଚାରମାଳ ଥାନାଧିକାରୀ ସୂଚନା ପାଇ ଡକାୟତିକୁ ଧରିବାରେ ସଫଳ ହୋଇଥିଲେ। ତାକୁ ପଚରାଉଚୁରା ପରେ ସେ ପୋଲିସ୍ ଆଗରେ ଅନ୍ୟ ସାଥି ଡକାୟତ ମାନଙ୍କ ସଂପର୍କରେ ସତକଥା କହିଦେଇଥିଲା।

ସେ ଆଧାରରେ ଚାରମାଳ ପୋଲିସ ରେଢାଖୋଲ ଓ ଚାରମାଳ ଅଂଚଳରୁ ଅନ୍ୟ ସାଥି ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି। ତିନି ଦିନ ତଳେ ଏହି ୫ ଜଣିଆ ଡକାୟତି ଚାରମାଳ ଅଂଚଳରୁ ଡକାୟତ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଚାରମାଳ ପୋଲିସ୍ ପହଂଚି ଯିବାରୁ ଡକାୟତ ଦଳ ୨ ଟା ମୋବାଇଲ ଓ ଶାବଳ ଛାଡି ପଳାଇଯିବାରେ ସକ୍ଷମ ହୋଇଥିଲେ। ପୋଲିସ୍ ଏମାନଙ୍କୁ ଧରିବାରେ ସେ ଦିନ ବିଫଳ ହୋଇଥିଲା। ଏମାନଙ୍କ ସହ ୩ ଜଣ ନାବାଳକ ମଧ୍ୟ ଡକାୟତ କାମରେ ଲିପ୍ତ ଥିବା ଜଣାପଡିଥିଲା।

ପୂର୍ବରୁ ୩ ଜଣ ଡକାୟତଙ୍କ ନାମରେ ୨ଟା ଲେଖାଏଁ କେସ୍ ଥିବା ବେଳେ ୨ ଜଣ ଡକାୟତି ନାମରେ ଗୋଟିଏ ଲେଖାଏଁ କେସ୍ ଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପେବୃଆରି ଓ ସେପ୍ଟେମ୍ବର ମାସରେ ଏମାନଙ୍କ ନାମରେ ଚାରମାଳ ଥାନାରେ କେସ୍ ହୋଇଥିଲା। ଚାରମାଳ ପୋଲିସ ଆଜି ଏମାନଙ୍କ ପାଖରୁ ୧୪ ଟି ମୋବାଇଲ ଫୋନ୍, ୨ ଟି ସାଉଣ୍ଡ ବକ୍ସ, ୧ ଟି ପାଓାରବେଙ୍କ, ଏବଂ ୧୫ ଟି ଚାର୍ଜର ଜବତ କରିଛି। ୫ ଜଣ ଡକାୟତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଗିରଫ ଡକାୟତ ମୋବାଇଲ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026
Latest News

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026

ମୂର୍ତ୍ତି ବିସର୍ଜନ ବେଳେ ତାଳଦଣ୍ଡା କେନାଲରେ ଯୁବକ ନିଖୋଜ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.