ମୋବାଇଲ୍‌ ଡାଟା ପାଇଁ ଭାଇ ନେଲା ଭାଇର ଜୀବନ

Published: Nov 21, 2020, 5:34 pm IST

ଯୋଧପୁର : ମୋବାଇଲ୍‌ ଓ ଇଣ୍ଟରନେଟ୍‌ ନିଶା ଏମିତି ଘାରିଛି ଯେ, ଆଜିକାଲିର ଯୁବପିଢି ମାନେ ଏହି ନିଶାରେ ବହୁ ବଡ ବଡ କାଣ୍ଡ ଘଟାଉଛନ୍ତି । ଏପରି ଏକ ଘଟଣା ରାଜସ୍ଥାନର ଯୋଧପୁରରୁ ସାମ୍ନାକୁ ଆସିଛି । ଏଠାରେ ଜଣେ 23 ବର୍ଷୀୟ ଯୁବକ ସାମାନ୍ୟ ମୋବାଇଲ୍‌ ଡାଟା ସାରି ଦେବାରୁ ସାନ ଭାଇକୁ ହତ୍ୟା କରିଛି । ଏକ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମୋବାଇଲ ଡାଟାକୁ ନେଇ ଝଗଡ଼ା ହୋଇଥିଲା । ବିବାଦ ଏତେ ତୀବ୍ର ରୂପ ନେଇଥିଲା ଯେ ବଡ଼ଭାଇ ସାନ ଭାଇକୁ ଛୁରୀ ଭୁସି ମାରି ଦେଲା । ତେବେ ପୋଲିସ୍‌ ବଡଭାଇକୁ ଗିରଫ କରିଥିବାର ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଯୋଧପୁରର ରମନ ଓ ରାୟ ଦୁଇ ଭାଇ । ଦୁଇ ଭାଇଙ୍କ ଭିତରେ ମୋବାଇଲ୍‌ ଡାଟାକୁ ନେଇ ଝଗଡା ହୋଇଥିଲା । ରୟ ବଡ ଭାଇ ରମନ୍‌ର ମୋବାଇଲ୍‌ ଡାଟା ବ୍ୟବହାର କରୁଥିବାବେଳେ ସମ୍ପୂର୍ଣ୍ଣ ସାରି ଦେଇଥିଲେ। ଏହାକୁ ନେଇ ରମନ୍‌ ସାନ ଭାଇକୁ ଗାଳି ଗୁଳଜ କରିବା ସହ ରାଗରେ ନିୟନ୍ତ୍ରଣ ହରାଇ ଛୁରୀ ଭୁସି ହତ୍ୟା କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ୍‌ ରମନ୍‌କୁ ପୋଲିସ୍‌ ଷ୍ଟେସନ୍‌ ନିକଟରୁ ଗିରଫ କରିଛି। (ଏଜେନ୍ସି)

Related posts