Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାତ ହଜାରଟଙ୍କା ପାଇଁ ସାତ ବର୍ଷର ନାବାଳକଙ୍କୁ ହତ୍ୟା
ଅପରାଧ

ସାତ ହଜାରଟଙ୍କା ପାଇଁ ସାତ ବର୍ଷର ନାବାଳକଙ୍କୁ ହତ୍ୟା

November 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁରତ୍‌ : ଗୁଜୁରାଟ ସୁରତ୍‌ରେ ଏକ ଅଭାନବୀୟ ଘଟଣା ଘଟିଛି ।  ମାତ୍ର ସାତହଜାର ଟଙ୍କାପାଇଁ ଜଣେ ସାତ ବର୍ଷର ନିରୀହ ଶିଶୁର ହତ୍ୟା କରାଯାଛି । ମିଳିଥିବା ସୂଚନା ଅନୁସାରେ ଗୁଜୁରାଟ ସୁରତ୍‌ରେ ଜଣେ ବ୍ୟକ୍ତିଙ୍କୁ ଉଧାର କରିବା ବେଶ୍‌ ମହଙ୍ଗା ପଡିଛି । ଉଧାର ପାଇଁ ନିଜ ସାତ ବର୍ଷର କୋମଳ ଶିଶୁକୁ ହତ୍ୟା କରାଯାଇଛି । ପଡୋଶୀ ଜଣକ ଶିଶୁକୁ ହତ୍ୟା କରି କ୍ଷେତରେ ଫୋପାଡି ଦେଇଥିବାର ଜଣାପଡଇଛନ୍ତି । ତେବେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ସମେତ ଦୁଇଜଣଙ୍କୁ ପୋଲଇସ୍‌ ଗିରଫ କରିଛି ।

ଭଟାର ଅଞ୍ଚଳର ଖୋଡିଆର ନଗରରେ ରହୁଥିବା କିଶାନ ସାହାଣୀ ରଙ୍ଗ ମିସ୍ତ୍ରୀ ରୂପେ କାର୍ଯ୍ୟ କରନ୍ତି । ତାଙ୍କର ସାତ ବର୍ଷୀୟ ପୁ୍ଅକୁ ହତ୍ୟା କରାଯାଇଛି । ପୋଲିସ୍‌ ଏହି ଘଟଣାରେ ତାଙ୍କ ପଡୋଶୀଙ୍କୁ ଗିରଫ କରିଥିଲା । ଏହାପରେ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇଥିଲା । କିଶାନ ସିଂ କରୋନା ସମୟର ଚାଲିଥିବା ଲକ୍‌ଡାଉନ୍‌ ବେଳେ କାମଧନ୍ଦା ନ ପାଇ ହଇରାଣ ହେଉଥିଲେ । ଏହି ସମୟରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା । ସେ ଗ୍ରାମକୁ ଯିବା ପାଇଁ ତାଙ୍କ ପଡୋଶୀ ଆଦିତ୍ୟ ଓରଫ୍‌ କରଣଙ୍କଠାରୁ ସାତ ହଜାର ଟଙ୍କାର ଧାର ହିସାବରେ ନେଇଥିଲେ । ଲକ୍‌ଡାଉନ୍‌ ପରେ ଆସି ସେ କାମରେ ଯୋଗଦେଲେ ସତ, କିନ୍ତୁ ଆଦିତ୍ୟଙ୍କଠାରୁ ନେଇଥିବା ଧାର୍‌ ପଇସା ସୁଝି ପାରିନଥିଲେ । ଆଦିତ୍ୟ ଏନେଇ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ଏହି ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା ଏହାପରେ କିଶାନ୍‌ ଛଟ୍‌ପୂଜା ପରେ ଟଙ୍କା ଶୁଝିବା ପାଇଁ କହିଥିଲେ । ମାତ୍ର ଆଦିତ୍ୟ ଏହାକୁ କର୍ଣ୍ଣପାତ କରିନଥିଲେ ।

ଶୁକ୍ରବାର ଦିନ ଯେତେବେଳେ କିଶାନ୍‌ ଓ ତାଙ୍କ ସ୍ତ୍ରୀ ଛଟ୍‌ପୂଜା କରି ଆେରୁଥିଲେ । ସେତବେଳେ ଆଦିତ୍ୟ ଆସିଥିଲେ କିଶାନଙ୍କ ସାତବର୍ଷର ପୁଅକୁ ଗାଡିରେ ବସାଇ ଚାଲିଯାଇଥିଲେ । ଏହାପରେ ପରିବାର ଲୋକେ ଶିଶୁକୁ ଖୋଜିଥିଲେ । ଏହାପରେ ସେମାନେ ଆଦିତ୍ୟଙ୍କୁ କଲ୍‌ କରିଥିଲେ । କିନ୍ତୁ ସେ ଏହାର ଉତ୍ତର ଦେଇନଥିଲେ । ତାଙ୍କ ପୁଅ ସହିତ କିଛି ଅଘଟଣ ଘଟିଥିବାର ସନ୍ଦେହ କରି କିଶାନ୍‌ଥାନାରେ ଅଭିଯୋଗ କରିଥିଲେ ।  ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା । ଆଦିତ୍ୟ ସାତ ବର୍ଷର ଶିଶୁ ଆକାଶକୁ ହତ୍ୟା କରି ସହରଠାରୁ ଦୂର 35 କିଲୋମଟିର ଦୂର ଏକ ଆଖୁ କ୍ଷେତରେ ଫୋପାଡି ଦେଇଥିଲେ । ତେବେ ଏହି ହତ୍ୟାକାଣ୍ଡରେ ଆଦିତ୍ୟଙ୍କୁ  ବରକତ୍‌ ଅଲୀ ସହଯୋଗ କରିଥିଲେ । ପୋଲିସ୍‌ ଦୁହିଁଙ୍କ ଗିରଫ୍‌କରି ତଦନ୍ତ ଜାରି ରଖିଛି । (ଏଜେନ୍ସି))

Share. Facebook Twitter LinkedIn Email WhatsApp Copy Link

Related Posts

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026
Latest News

ବିନୟତୋଷ ମିଶ୍ର ହେଲେ ଅନ୍ତରୀଣ ଡିଜିପି, ନୂଆ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ନେବେ ଦାୟିତ୍ବ

August 14, 2026

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

August 14, 2026

ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ

August 14, 2026

ହର ଘର ତ୍ରିରଙ୍ଗା: ଦେଶପ୍ରେମର ଭାବନାରେ ଏକାଠି ହେଲେ ଖୋର୍ଦ୍ଧାର ଆଇନଜୀବୀ

August 14, 2026

୧୦୫୭ ପୁଲିସ୍ ଓ ସେବା କର୍ମଚାରୀଙ୍କୁ ସମ୍ମାନ: ଓଡ଼ିଶାର ୨୩ କର୍ମଚାରୀ ସମ୍ମାନିତ; ୫ ଜଣଙ୍କୁ ବୀରତ୍ୱ ପଦକ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.