Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ
ଅପରାଧ

ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ

December 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ

କନ୍ଦର୍ପ ବେହେରା: ଗତ ଡିସେମ୍ବର ୧ ତାରିଖ ରାତିରେ ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍‌ଡିଜେଏମ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇଦେଇଥିବା ଜଣାପଡିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଧିନସ୍ଥ ଭରତାପୁର ପଂଚାୟତର ଚୁଡାପୁଡୁଗ ଗ୍ରାମରୁ ବନବିଭାଗ ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରେ ଗ୍ରାମର ରାଜୁ ଖାଡିଆ(୩୧) ଏବଂ ଜଗବନ୍ଧୁ ନାଗ(୩୪) ଙ୍କ ଘରେ ଚଢଉ କରି ସେମାନଙ୍କ ଘରୁ ଦେଶୀବନ୍ଧୁକ, ଚମଡା, ହରିଣସିଙ୍ଘ ସହ ଫାସଜାଲ ଜବତ କରିବା ସହ ଗିରଫ କରିଥିଲା। ସେମାନଙ୍କ ଠାରୁ ଅଧିକ ସୂଚନା ପାଇବା ପାଇଁ ବନବିଭାଗ ଦିନତମାମ୍ ଜେରା କରିଥିଲା। ବନବିଭାଗ ବାରମ୍ବାର ଜେରା କରିଲା ପରେ ଶିକାରୀ ଦ୍ୱୟ ସବୁ କଥା ବନବିଭାଗ ଆଗରେ ପ୍ରକାଶ କରିଦେଇଥିଲେ।

ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉରେ ବଡବାହାଳ ରେଞଅଧିକାରୀ, ତ୍ରିବଣପୁର ଫରେଷ୍ଟର, ଫରେଷ୍ଟ ଗାର୍ଡ ତ୍ରିବଣପୁର, ଚାରମାଳ ଫରେଷ୍ଟର, ଫରେଷ୍ଟ ଗାର୍ଡ ବଡବାହାଳ ଏବଂ ଅନ୍ୟାନ୍ୟ ବନକର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ। ଏହି ଚଢଉରେ ବନବିଭାଗର ଏସିଏଫ୍ ମଧ୍ୟ ସାମିଲ ଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ ଧାରା ୯ ଅନୁସାରେ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା।

ଏହି ଶିକାରୀ ଦ୍ୱୟ ପୂର୍ବରୁ ଏହି ଜନ୍ତୁଶୀକାର କାମରେ ମଧ୍ୟ ନିୟୋଜିତ ଥିଲେ। ଗତ ଅକ୍ଟୋବର ମାସ ୨୦ ତାରିଖରେ ସେଇ ଚୁଡାପୁଡୁଗ ଗ୍ରାମରେ ଜନ୍ତୁ ଶୀକାର ପାଇଁ ୧୧ କେଭି ବିଦ୍ୟୁତ୍ ତାରରେ ଲାଇନ୍ ସଂଯୋଗ କରିଥିବା ସମୟରେ ମଧ୍ୟ ଜଣେ ବାଣୁଆ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ମଧ୍ୟ କରିଥିଲା। ମୃତ୍ୟୁ ବରଣ କରିଥିବା ବାଣୁଆ ସହ ଏହି ୨ ଜଣ ବାଣୁଆ ସାମିଲ ଥିଲେ ବୋଲି ବନବିଭାଗ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛି।

ଗତ ସେପ୍ଟେମ୍ବର ମାସ ୧୧ ତାରିଖରେ ମଧ୍ୟ ବଡମାଳ ରେଞ ଅଧିନସ୍ଥ ରେଙ୍ଗାଲି ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ୨ ଜଣ ଶିକାରୀ କୁ ବନବିଭଗ ଗିରଫ କରିବା ସହ ୫୦ କେଜି ହରିଣ ମାଂସ ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରିବାରେ ବନ ବିଭାଗ ସଫଳତା ପାଇଥିଲା। ଅକ୍ଟୋବର ମାସ ୨୨ ତାରିଖରେ ମଧ୍ୟ ଚାରମାଳ ରେଞ ଅଧିନସ୍ଥ ବଡହିନ୍ଦୋଳ ଗ୍ରାମରେ ମଧ୍ୟ ୧୧ କେଭି ବିଦ୍ୟୁତ ତାରରେ ବିଦ୍ୟୁତ ସଂଯୋଗ କରି ଜନ୍ତୁ ଶୀକାର ପାଇଁ ୨ ଜଣ ବାଣୁଆ ସଂଯୋଗ କରି ବିଦ୍ୟୁତ ସଂସ୍ପର୍ଶରେ ଆସି ମଧ୍ୟ ଆହତ ହୋଇଥିଲା। ଠିକ୍ ସେଇ ପରି ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଗୋଗୁଆ ଗ୍ରାମରେ ମଧ୍ୟ ବାର୍‌ହା ଶୀକାର କରିିମାଂସକୁ ହାଇସ୍କୁଲ ପଡିଆରେ ରାନ୍ଧି ଭୋଜିକରୁଥିବା ବେଳେ ରାତି ଅଧରେ ରେଢାଖୋଲ ବନବିଭାଗ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ଏମିତି ବନବିଭାଗ ଅଗୋଚରରେ ବହୁ ସମୟରେ ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶୀକାର ଅବାଧରେ ଚାଲିଥିଲେ ମଧ୍ୟ ଶିକାରୀମାନେ ବନବିଭାଗକୁ କଳାକନା ବୁଲାଇ ଅନାୟାସରେ ପଳାୟନ କରୁଛନ୍ତି। ବନବିଭାଗ ତପ୍ତରତା ପ୍ରକାଶ କଲେ ବହୁ ଚୋରାବନ୍ଧୁକ ସହ ଜନ୍ତୁ ଶିକାରୀମାନେ ଧରାପଡନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

କୋର୍ଟ ଚାଲାଣ ଗିରଫ ରେଢାଖୋଲ ବନବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.