ଭରତାପୁରରେ ଦୋକାନୀକୁ ମରଣାତ୍ମକ ଆକ୍ରମଣ

Published: Dec 2, 2020, 8:30 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଚାରମାଳ ଥାନା ଭରତାପୁରରେ ଜନୈକ ଦୋକାନୀକୁ ସଂଘବଦ୍ଧ ଭାବରେ ମରଣାତ୍ମକ ଆକ୍ରମଣ ହୋଇଥିବା ଆହତ ଙ୍କ ମାଆ ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଚାରମାଳ ଥାନା ଭରତାପୁର ଗ୍ରାମର ଦେବାର୍ଚ୍ଚନା ସାହୁ ସେହି ଗାଁରେ ଏକ ଦୋକାନ ଦେଇଛନ୍ତି। ତାଙ୍କ ଦୋକାନକୁ କେତେଜଣ ଲୋକ ଆସି ଉଧାରିରେ ଜିନିଷ ଦେବାକୁ ମାଗିଥିଲେ। ଦୋକାନୀ ଉଧାରୀ ଦେବାକୁ ମନା କରିବାରୁ ସେମାନେ ସଂଘବଦ୍ଧ ଭାବେ ଦୋକାନୀକୁ ଠେଙ୍ଗାରେ ମାଡମାରି ଆକ୍ରମଣ କରିଥିଲେ ବୋଲି ଦୋକାନୀର ମାଆ ଚାରମାଳ ଥାନାରେ ଲିଖିତାକାରରେ ଅଭିଯୋଗ କରିଛନ୍ତି। ୪ ଜଣ ଆକ୍ରମଣ କାରୀ ଫେରାରଥିବା ଚାରମାଳ ଥାନାଧିକାରୀ ପ୍ରକାଶ କରିଛନ୍ତି।

Related posts