Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ଧଉଳି କଳିଙ୍ଗ ମହୋତ୍ସବ
ଜାତୀୟ ଖବର

ଶେଷ ହେଲା ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ଧଉଳି କଳିଙ୍ଗ ମହୋତ୍ସବ

February 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶେଷ ସଂଧ୍ୟାରେ ପରିବେଷଣ ହୋଇଥିଲା ଓଡିଶୀ ସହିତ କୁଚୁପୁଡି ଏବଂ ଛଉ ନୃତ୍ୟ।

ପ୍ରଥମେ ଭୁବନେଶ୍ବରର ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ଓଡିଶାର ବାରମାସରେ ତେର ପର୍ବକୁ ଓଡିଶୀ ନୃତ୍ୟରେ ନୃତ୍ୟାୟନ କରିଥିଲେ। ଏହା ପାରଂପାରିକ ସଂଗୀତ ସହିତ ଓଡିଶୀ ନୃତ୍ୟର ଏକ ସମିଶ୍ରଣ ଧାରା ଥିଲା। ଦ୍ବିତୀୟ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କୁଚୁପୁଡି ନୃତ୍ୟାଙ୍ଗନା ବୈଜୟନ୍ତ କାଶୀ ଏବଂ ତାଙ୍କର ସାଥୀମାନେ କୁଚୁପୁଡି ପରିବେଷଣ କରିଥିଲେ।

ସେହିପରି ଅନୁଗୁଳର ଓଡିଶୀ ନୃତ୍ୟାନୁଷ୍ଠାନ ନୃତ୍ୟ ନିଳୟର କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ। ଗୁରୁ ସ୍ବପ୍ନାରାଣୀ ସିହ୍ନାଙ୍କ ନୃତ୍ୟ ନିର୍ଦ୍ଦେଶନାରେ କଳାକାରମାନେ ଭିନ୍ନଭିନ୍ନ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷରେ ନୂଆଦିଲ୍ଲୀର କଳାକାରମାନେ ପରିବେଷଣ କରିଥିଲେ ଷଢେଇକଳା ଛଉ ନୃତ୍ୟ। ଶଷଧର ଆଚାର୍ଯ୍ୟ ଏବଂ ସାଥୀମାନଙ୍କ ଏହି ନୃତ୍ୟ ଶୈଳୀ ବେଶ୍ ଆକର୍ଷଣୀୟ ହୋଇଥିଲା।

ଶେଷ ସଂଧ୍ୟାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସୀତ ତ୍ରିପାଠୀ, ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ, ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ରାମଚନ୍ଦ୍ର ଯାଦବ ଯୋଗଦେଇଥିଲେ। ଏଥିସହିତ ଉତ୍ସବର ଆୟୋଜକ ତଥା ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ଏବଂ ଓଡିଶୀ ନୃତ୍ୟଶିଳ୍ପୀ ଇଲିୟାନା ସୀତାରିଷ୍ଟ ମଧ୍ୟ ଉପସ୍ଥିତ ଥିଲେ।

Dhauli Kalinga Festival ଧଉଳି କଳିଙ୍ଗ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026
Latest News

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026

ଅମରାବତୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ: ୩ ନବଜାତ ଶିଶୁ ମୃତ, ୬ ଗୁରୁତର

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.