ରାଜ୍ୟସ୍ତରୀୟ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା “ଖଦୀ ବଜାର” ଉଦ୍‌ଘାଟିତ

Published: Feb 20, 2021, 7:33 am IST

ଭୁବନେଶ୍ୱର,  ଖାରବେଳ ନଗର ସ୍ଥିତ ଖଦୀ ବୋର୍ଡ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ‘ଖଦି ବଜାର’। ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ପ୍ରଦର୍ଶନୀ ଓ ମେଳା ଆୟୋଜନ କରାଯାଇଛି।

ଏହି ରାଜ୍ୟସ୍ତରୀୟ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଆଗାମୀ ଫେବୃୟାରୀ ୨୮ ତାରିଖ ପର୍ଯନ୍ତ ଚାଲୁ ରହିବ । ଦର୍ଶକମାନଙ୍କ ପାଇଁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ୍ ନିୟମର ଅନୁପାଳନ ଏହି ଖଦୀ ବଜାରରେ ବ୍ୟବସ୍ଥା କରାଯାଇଛି।

ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ଯୋଗ ଦେଇଥିଲେ।

Related posts