Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକୁ ବିରୋଧ କରିବା ମହଙ୍ଗା ପଡିଲା: ଅତିଥିଙ୍କୁ କଳାପତାକା ଦେଖାଇଲେ ଗ୍ରାମବାସୀ
ଆଜିର ଖବର

ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକୁ ବିରୋଧ କରିବା ମହଙ୍ଗା ପଡିଲା: ଅତିଥିଙ୍କୁ କଳାପତାକା ଦେଖାଇଲେ ଗ୍ରାମବାସୀ

March 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦେବା ଭଳି ଏକ ଅଭାବନୀୟ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ମୁଣ୍ଡିଦା ଗ୍ରାମରେ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମ୍ୟ ମନ୍ଦିରରେ ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଏହି ପ୍ରତିଷ୍ଠା ଉତ୍ସବକୁ ବିରୋଧ କରି ଭଣ୍ଡୁର କରିବା ପାଇଁ ମନ୍ଦିର ନିକଟରେ କୈଳାସ ସ୍ୱାଇଁ ନାମକ ବ୍ୟକ୍ତି ବାଲିଘର ନାମକ ଏକ ସଂସ୍ଥାର ବାର୍ଷିକ ଉତ୍ସବ କରିବା ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି କୁହାଯାଉଛି।

ଏମିତିକି ଗ୍ରାମରେ ବିଗ୍ରହ ପ୍ରତିଷ୍ଠା ହେଉଥିବାରୁ ଗ୍ରାମବାସୀ ମାନେ ଆମିଷ ପାଳନ କରିବା ସହିତ ଶାକାହାରୀ ଥିବା ବେଳେ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ବାଲିଘର ଉତ୍ସବରେ ଅତିଥି ମାନଙ୍କ ପାଇଁ ଆମିଷ ଭୋଜିର ଆସର ଚାଲିଥିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି। ଜଗନ୍ନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ବାଲିଘର ଉତ୍ସବ ସ୍ଥଳର ଡାକବାଜି ଯନ୍ତ୍ର ଗୁଡିକୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଆଡକୁ ମୁହଁ କରାଯାଇଥିବା ଦେଖିବାକୁ ମିଳିଥିଲା।

ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ବିରୋଧ କରି ବାଲିଘର ପକ୍ଷରୁ କରାଯାଇଥିବା ଏପରି ଉତ୍ସବକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗ୍ରହ ପ୍ରତିଷ୍ଠା ବିପକ୍ଷରେ ବାଲିଘର ପକ୍ଷରୁ କରାଯାଉଥିବା ଏଭଳି ଏକ ନିନ୍ଦନୀୟ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବା ସହ ବାଲିଘର ଉତ୍ସବକୁ ଆସୁଥିବା ଅତିଥିଙ୍କୁ ଗାଁର ପ୍ରବେଶ ପଥରେ ଗ୍ରାମବାସୀଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ ଉକ୍ତ ଗ୍ରାମର ଲୋକେ ରାସ୍ତା ଭାବେ ବ୍ୟବହାର କରୁଥିବା ଚକ ରାସ୍ତାକୁ ବାମଦେବ ସ୍ୱାଇଁଙ୍କ ପୁଅ ମାନେ ଜବର ଦଖଲ କରି ପୋଖରୀ ଖୋଳିଦେବା ସହିତ ତାରବାଡ ବାନ୍ଧିଦେବା ଫଳରେ ଗ୍ରାମବାସୀ ମାନଙ୍କର ଯାତାୟତରେ ବାଧା ସୃଷ୍ଟି ହେବାରୁ ବିବାଦର ସୂତ୍ରପାତ ହୋଇଥିଲା ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ବାମଦେବ ସ୍ୱାଇଁଙ୍କ ପୁଅ କୈଳାସ ସ୍ୱାଇଁ ସରକାରୀ କର୍ମଚାରୀ ଥିବାବେଳୁ ବିଭିନ୍ନ ପ୍ରଶାସନିକ ଅଧିକାରୀ, କେତେକ ଗଣମାଧ୍ୟମ ପ୍ରତିନିଧି ଓ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ କରାୟତ କରି ଗ୍ରାମବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ବୋଲି ଚର୍ଚ୍ଚା ହେଉଛି। ବାଲିଘର ନାମରେ ଏକ ଶିଶୁ ପତ୍ରିକାର ସମ୍ପାଦନା କରୁଥିବା ଶ୍ରୀ ସ୍ୱାଇଁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରି ନିଜର ସମର୍ଥନ ହାସଲ କରିପାରିଥିଲେ।

ଏମିତିକି ଏଭଳି ପରିସ୍ଥିତିକୁ ନେଇ ପୂର୍ବରୁ ଗ୍ରାମବାସୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଯାହାର ଉଦାହରଣ ଏବେ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମୟରେ ଦେଖିବାକୁ ମିଳିଛି ବୋଲି କୁହାଯାଉଛି।

ଅଭାବନୀୟ ଘଟଣା ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.