ଭୁବନେଶ୍ବର: ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି ପାଳନ କରାଯାଉଛି। ହେଲେ କରୋନା କାରଣରୁ ମହାଦେବଙ୍କ ଜାଗର ଯାତ୍ରାରେ ବିଭିନ୍ନ ମନ୍ଦିରରେ କଟକଣା ଲଗାଯାଇଛି।
ତେବେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ପ୍ରଶାସନ ଏନେଇ ମନ୍ଦିରର ୩ ସେବାୟତ ନିଯୋଗ ସହ ବୈଠକ କରିଛି।
ଏହି ବୈଠକରେ ଭକ୍ତମାନେ ଏକାଠି ବସି ଦୀପ ଜାଳିବା ପାଇଁ ବାରଣ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ତା’ପୂର୍ବରୁ ଭକ୍ତମାନଙ୍କୁ ମନ୍ଦିର ପରିସରରୁ ବାହାରକୁ ବାହାରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହୋଇଛି।