
ପୁରୀ: ପୁରୀ ବେଳାଭୂମିରେ ମଦ କୁଡିଆ ଯୋଜନା ପ୍ରକଳ୍ପକୁ ପ୍ରତ୍ୟାହାର କରିଦିଆଯାଇଛି। ଏନେଇ ବିରୋଧୀ ଦଳ ବିଜେପି ସମେତ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ। ଗୋଆ ଭଳି ପୁରୀରେ ମଦ କୁଡିଆ ଯୋଜନା ପ୍ରକଳ୍ପ କରିବାକୁ ପର୍ଯ୍ୟଟନ ବିଭାଗ ବିଚାର କରୁଥିଲା। ହେଲେ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ପରେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିଛି।
ପୁରୀ ଏକ ଧାର୍ମିକ ସ୍ଥଳ, ସେଠାରେ ଏଭଳି ମଦ ଭଳି ଅସାମାଜିକ ଜିନିଷକୁ ପ୍ରୋତ୍ସାହନ ନଦେବା ପାଇଁ ରାଜ୍ୟସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଥିଲା। ତେବେ ଏଭଳି ପ୍ରତିବାଦ ଯୋଗୁଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିନେଇଛି।