Categories
ଆଜିର ଖବର ରାଜ୍ୟ ଖବର

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୫ ପର୍ଯ୍ୟଟକ

ପୁରୀ: ଆଜି ପଶ୍ଚିମବଂଗର ୫ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭିତରକୁ ଭାସି ଯାଉଥିଲେ। ଏହି ସମୟରେ ସେଠାରେ ସୁରକ୍ଷା ପାଇଁ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ସେମାନେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ପଶ୍ଚିମବଂଗର ଏକ ପରିବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରକୂଳରେ ବୁଲାବୁଲି କରିବା ପରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେହି ପରିବାରର ୫ ଜଣ ସଦସ୍ୟ ପାଣି ଭିତରକୁ ପଶିଯାଇଥିଲେ। ପାଣି ଭିତରେ ସମସ୍ତେ ଚିତ୍କାର କରିବାରୁ ସେଠାରେ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ସଂସଦଭବନର ସେଣ୍ଟ୍ରାଲ ହଲରେ ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।ସେ ଶପଥ ପାଠ ନେବା ପରେ ସାରା ଦେଶରେ ଆନନ୍ଦନର ଲହରୀ ଖେଳିଯାଇଛି। କାରଣ ସେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶୀ ଖୁସି ହୋଇଛନ୍ତି ଓଡିଶାର ଜନ ସାଧାରଣ। କାରଣ ସେ ହେଉଛନ୍ତି ଓଡିଶାର ଝିଅ। ସେହି ଖୁସିକୁ ନିଜ କଳାମାଧ୍ୟମରେ ବାଣ୍ଟିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା।

ଏହି କଳାରେ ସୁଦର୍ଶନ ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳେ ଯେଉଁ ପ୍ରକାରର ଶାଢୀ ପିନ୍ଧିଛନ୍ତି ସେହି ଶାଢୀରେ ତାଙ୍କର ଏକ ଅବିକଳ କଳା ନିର୍ମାଣ କରିଛନ୍ତି। ଏଥିସହିତ ତାଙ୍କ ପାଖରେ କରିଛନ୍ତି ରାଷ୍ଟ୍ରପତି ଭବନର ଏକ ପ୍ରତୀକାତ୍ମକ ସ୍ଥାପତ୍ୟ। ଏହାର ତଳେ ଇଂରାଜୀରେ ଲେଖିଛନ୍ତି A Historic Day For Nation.

ପୂର୍ବରୁ ସୁଦର୍ଶନ ଦ୍ରୌପଦୀଙ୍କ ଉପରେ ଆଉ ଏକ କଳା ମଧ୍ୟ କରିଥିଲେ। ସେ ଯେଉଁଦିନ ବିଜୟଲଭା କରିଥିଲେ ସେଦିନ ମଧ୍ୟ ସେ ପୁରୀ ବେଳା ଭୂମିରେ ବାଲୁକା କଳା କରିଥିଲେ। ସେହି କଳା ମାଧ୍ୟମରେ ସେ ଦ୍ରୌପଦୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସୁଦର୍ଶନଙ୍କ ଏହି କଳା ବର୍ତ୍ତମାନ ପୁରୀ ବେଳାଭୂମିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟା ଉପଲକ୍ଷେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। କାରଣ ଆଜି ହେଉଛି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥକାଠ ଅନୁକୂଳ ହେବ। ଆଜିଠାରୁ ପୁରୀ ରଥଖଳାରେ ଆରମ୍ଭ ହେବା ରଥ କାମ। ପ୍ରଥମେ ତିନୋଟି କାଠକୁ ପୂଜା କରାଯାଇ ଏହି ଶୁଭକାମର ଶୁଭାରମ୍ଭ ହେବ।

ସେଥିପାଇଁ ସୁଦର୍ଶନ ମଧ୍ୟ ବାଲିରେ ତିନୋଟି କାଠ କରିଛନ୍ତି। ସେହି ତିନୋଟିରେ ପ୍ରଭୃ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାଲୁକାକଳାର ତଳେ ସେ ରଥଅନୁକୂଳ ଶୁଭକାମନା କରିଛନ୍ତି। ସେ ପ୍ରଥମେ ଇଂରାଜୀରେ ଜୟ ଜଗନ୍ନାଥ ଲେଖିଥିବା ବେଳେ, ତଳେ ଓଡିଆରେ ପବିତ୍ର ଅକ୍ଷୟ ତୃତୀୟା ଶୁଭକାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ: ୫,୪୦୦ ନାଲି ଗୋଲାପରେ ସୁଦର୍ଶନ ପଟ୍ଟନାୟକ ତିଆରି କଲେ ସାନ୍ତା କ୍ଲଜର ଏକ ବିରାଟ କଳାକୃତି

ପୁରୀ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ପ୍ରାୟ ୫ ହଜାର ୪୦୦ ନାଲି ଗୋଲାପ ସାହାଯ୍ୟରେ ସାନ୍ତା କ୍ଲଜ୍ ର ଏକ ବିରାଟ କଳାକୃତି ସୃଷ୍ଟି କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏହି କଳାକୃତି ପ୍ରସ୍ତୁତ କରାଯାଇଛି।

ଏଥିରେ ଶିଳ୍ପୀ ଶ୍ରୀ ପଟ୍ଟନାୟକ “ମେରୀ ଖ୍ରୀଷ୍ଟମାସ, କୋଭିଡ-୧୯ ନିର୍ଦ୍ଦେଶାବଳୀ ସହିତ ଖ୍ରୀଷ୍ଟମାସ ଉପଭୋଗ କରନ୍ତୁ” ବୋଲି ବାର୍ତ୍ତାରେ ଲେଖିଛନ୍ତି। ସୁଦର୍ଶନ ଲାଲ୍ ଗୋଲାପ ଏବଂ ଅନ୍ୟାନ୍ୟ ଫୁଲ ସାହାଯ୍ୟରେ ବାଲିରେ ତିଆରି ସାନ୍ତାକୁ ସଜାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହାକୁ ତିଆରି କରିବା ପାଇଁ ୫ ହଜାର ୪୦୦ ଗୋଲାପ ଏବଂ ଧଳା ଫୁଲ ବ୍ୟବହାର କରାଯାଇଛି। ଏହି ସୁନ୍ଦର ବାଲୁକା କଳାର ଲମ୍ବା ୫୦ ଫୁଟ ଏବଂ ଚଉଡା ୨୮ ଫୁଟ। ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ଆଠ ଘଣ୍ଟାର ସମୟ ଲାଗିଥିଲା।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଆମେ ସମସ୍ତେ ଜାଣୁ ଯେ କୋଭିଡ -୧୯ ର ତୃତୀୟ ତରଙ୍ଗ ପ୍ରାୟ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ମୁଁ ସାନ୍ତାଙ୍କର ଏପରି ଏକ ପ୍ରତିମା ସୃଷ୍ଟି କରିଛି, ଯାହା କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ବାର୍ତ୍ତା ବିସ୍ତାର ଦେଉଛି। ମୁଁ ଆଶା କରୁଛି ଯେ, ଏହି କଳାକୃତି ନିଶ୍ଚିତ ଭାବରେ ରେକର୍ଡ ବହିରେ ସ୍ଥାନପାଇବ। ” କୋଭିଡ ଉପରେ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପ୍ରତିବାଦ ପରେ ପୁରୀ ବେଳାଭୂମିରେ ମଦ କୁଡିଆ ଯୋଜନା ପ୍ରକଳ୍ପକୁ ପ୍ରତ୍ୟାହାର କଲା ପର୍ଯ୍ୟଟନ ବିଭାଗ

ପୁରୀ: ପୁରୀ ବେଳାଭୂମିରେ ମଦ କୁଡିଆ ଯୋଜନା ପ୍ରକଳ୍ପକୁ ପ୍ରତ୍ୟାହାର କରିଦିଆଯାଇଛି। ଏନେଇ ବିରୋଧୀ ଦଳ ବିଜେପି ସମେତ ଅନେକ ସଂଗଠନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ। ଗୋଆ ଭଳି ପୁରୀରେ ମଦ କୁଡିଆ ଯୋଜନା ପ୍ରକଳ୍ପ କରିବାକୁ ପର୍ଯ୍ୟଟନ ବିଭାଗ ବିଚାର କରୁଥିଲା। ହେଲେ ବିଜେପି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ପରେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିଛି।

ପୁରୀ ଏକ ଧାର୍ମିକ ସ୍ଥଳ, ସେଠାରେ ଏଭଳି ମଦ ଭଳି ଅସାମାଜିକ ଜିନିଷକୁ ପ୍ରୋତ୍ସାହନ ନଦେବା ପାଇଁ ରାଜ୍ୟସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଥିଲା। ତେବେ ଏଭଳି ପ୍ରତିବାଦ ଯୋଗୁଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପକୁ ପ୍ରତ୍ୟାହାର କରିନେଇଛି।

Categories
ଫଟୋ ଖବର

ଏକ ଶୀତୁଆ ସକାଳରେ ପୁରୀ ବେଳାଭୂମିର ମନୋରମ ଦୃଶ୍ୟ

ଏକ ଶୀତୁଆ ସକାଳରେ ପୁରୀ ବେଳାଭୂମିର ମନୋରମ ଦୃଶ୍ୟ

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକା କଳାରେ ସୁଦର୍ଶନଙ୍କ ଅଭିନନ୍ଦନ

ପୁରୀ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ନିଜର ବାଲୁକା କଳାରେ ଅଭିନନ୍ଦନ। ପୁରୀ ବେଳାଭୂମିରେ ଏହି ଅଭିନନ୍ଦନ କଳାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ 25 ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ଉଭୟ ବିଡେନ ଏବଂ କମଳାଙ୍କ ପ୍ରତିକୃତି କରିଛନ୍ତି। ଏଥିପାଇଁ ସେ 10 ଟନ ବାଲି ବ୍ୟବହାର କରିଛନ୍ତି।

ଏହି ବାଲୁକାକଳାରେ ସେ ବିଭିନ୍ନ ରଂଗର ଉପଯୋଗ କରିଛନ୍ତି ଯାହା ବେଶ୍ ଜୀବନ୍ତ ହୋଇ ଉଠିଛି। ଉଭୟ ବିଜେତାଙ୍କ କଳାକୃତି ମଝିରେ ଇଂରାଜୀରେ ଅଭିନନ୍ଦନ ଲେଖିଛନ୍ତି। ପୂର୍ବରୁ ନିର୍ବାଚନ ସମୟରେ ସୁଦର୍ଶନ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏକ ବାଲୁକା କଳା କରିଥିଲେ।

Categories
ଫଟୋ ଖବର

ଗତ କିଛି ମାସ ଭିତରେ ବଦଳିଗଲା ପୁରୀ ବେଳାଭୂମିର ରୂପରେଖ, ଏବେ ଅନ୍ତର୍ଜାତୀୟ ମାନ୍ୟତା ଅପେକ୍ଷାରେ

Golden beach #Puri ready with all world class facilities…can’t wait for #Blueflag tag.
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବେଳାଭୂମିରେ ବାଲିର ଜଗନ୍ନାଥ ନିର୍ମାଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ, ଗୋଟିଏ ପଟେ ଘଡଘଡ ନାଦ କରି ପୁରୀ ବଡଦାଣ୍ଡରେ ରଥ ଗଡୁଥିବା ବେଳେ ଅନ୍ୟପଟେ ସମୁଦ୍ର ଗର୍ଜନ ଭକ୍ତଙ୍କୁ ବିମୋହିତ କରିବା କଥା। ହେଲେ କୋଭିଡ19 କଟକଣା ଯୋଗୁଁ ଏଥର ଭକ୍ତଶୂନ୍ୟ ହୋଇ ପଡିଥିଲା ପୁରୀ ବଡଦାଣ୍ଡ ଓ ସମୁଦ୍ରକୂଳ। ତେବେ ଭକ୍ତ ଥାଆନ୍ତୁ କି ନାହିଁ ଗଡିଲା ରଥ। ସେହିପରି ବିନା ଦର୍ଶକରେ ମଧ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଗନ୍ନାଥଙ୍କୁ ପ୍ରଦାନ କରିଛନ୍ତି ଭକ୍ତିପୂତ ଅର୍ଘ୍ୟ।

ବିଭିନ୍ନ ଘଟଣାକୁ ନେଇ ବାଲୁକା କଳା ନିର୍ମାଣ କରିବାରେ ସୁଦର୍ଶନ ପଟ୍ଟନାୟକଙ୍କ ବେଶ୍ ଖ୍ୟାତ ଅଛନ୍ତି। ସେହିପରି ଏଥର ରଥଯାତ୍ରାରେ ମଧ୍ୟ ସେ ନିର୍ମାଣ କରିଛନ୍ତି ଏକ ଆକର୍ଷଣୀୟ ବାଲୁକା କଳା। ପୁରୀ ବେଳାଭୂମିରେ ସେ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକାରେ ରଂଗୀନ କଳା ନିର୍ମାଣ କରିଛନ୍ତି। ଏଥିସହିତ ଶ୍ରୀମନ୍ଦିରକୁ ମଧ୍ୟ ସେ ତାଙ୍କ କଳାରେ ସ୍ଥାନିତ କରିଛନ୍ତି। ଏହା ଦେଖିବା ପାଇଁ ଦର୍ଶକ ନ ଥିଲେ ମଧ୍ୟ ବର୍ତ୍ତମାନ ରଥଯାତ୍ରା ପାଇଁ ଏହା ବେଶ୍ ଆକର୍ଷଣୀୟ ହୋଇପାରିଛି।