Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌
ଆଜିର ଖବର

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌
ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

ପୁରୀ: ଲଗାଣ ପ୍ରବଳ ବର୍ଷା ଯୋଗୁଁ ପୁରୀ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ବୃଦ୍ଧି ପାଉଥିବା ଉଚ୍ଚ ଜୁଆର ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବେଳାଭୂମିରେ ରେଡ୍ ଫ୍ଲାଗ୍ (ଲାଲ୍ ପତାକା) ଲଗାଯିବା ସହ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ସମୁଦ୍ର କୂଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯାଇଛି। ବିପଜ୍ଜନକ ସମୁଦ୍ର ଭିତରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ବାରମ୍ବାର ସଚେତନ ଓ ଅନୁରୋଧ କରାଯାଉଛି। ପାଗରେ ସୁଧାର ନଆସିବା ପର୍ଯ୍ୟନ୍ତ ସମୁଦ୍ର ସ୍ନାନରୁ ବିରତ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ପ୍ରବଳ ବର୍ଷାକୁ ନଜରରେ ରଖି ଜିଲ୍ଲାର ସମସ୍ତ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ କରାଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୋକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ସେଠାରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି। ସହର ଓ ଗ୍ରାମାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ସ୍ୱତନ୍ତ୍ର ପମ୍ପ ମାଧ୍ୟମରେ ଜଳ ନିଷ୍କାସନ ପଦକ୍ଷେପ ନିଆଯାଉଛି।ଏଥି ସହିତ ପ୍ରଶାସନ ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ଆବଶ୍ୟକ ନଥିଲେ ଘରୁ ନବାହାରିବା ଏବଂ ସରକାରୀ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଅଶାନ୍ତ ପୁରୀ ବେଳାଭୂମି ରେଡ୍ ଫ୍ଲାଗ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026
Latest News

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.