Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ଗାପୂଜାରେ କଟକରୁ ଦେବୀ ଦୁର୍ଗାଙ୍କର ପ୍ରତିଦିନ ବେଶର ଡିଜିଟାଲ ଦର୍ଶନ ଏବେ ଜିଓନ୍ୟୁଜରେ ଉପଲବ୍ଧ
ଆଜିର ଖବର

ଦୁର୍ଗାପୂଜାରେ କଟକରୁ ଦେବୀ ଦୁର୍ଗାଙ୍କର ପ୍ରତିଦିନ ବେଶର ଡିଜିଟାଲ ଦର୍ଶନ ଏବେ ଜିଓନ୍ୟୁଜରେ ଉପଲବ୍ଧ

October 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାଂପ୍ରତିକ କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଅଗଣିତ ଭକ୍ତମାନଙ୍କ ପାଇଁ ମା ଦୁର୍ଗାଙ୍କର ପ୍ରତିଦିନ ବେଶର ଦର୍ଶନ ସୁଗମ କରିବା ନିମନ୍ତେ ଚଳିତବର୍ଷ ଦୁର୍ଗାପୂଜାରେ ଜିଓନ୍ୟୁଜ ଏ୍ୟୌତିହାସିକ କଟକ ସହରର ଗଡ ଚଣ୍ଡି ମନ୍ଦିର ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରର ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଭିଡିଓ ଜରିଆରେ ଉପଲବ୍ଧ କରାଇଛି।

କୋଭିଡ-୧୯ ନିୟମାବଳୀ ଏବଂ ଦୁର୍ଗାପୂଜା ମଣ୍ଡପଗୁଡିକୁ ଯିବା ଏବଂ ସର୍ବସାଧାରଣ ଦର୍ଶନ ଉପରେ ଜାରି କଟକଣାକୁ ଦୃଷ୍ଟିରେ ରଖି ଜିଓନ୍ୟୁଜର ଏଭଳି ପ୍ରୟାସ ସମଗ୍ର ଓଡ଼ିଶା ଏବଂ ସମଗ୍ର ଦେଶରେ ନିୟୁତାଧିକ ଭକ୍ତଙ୍କୁ ସେମାନଙ୍କ ଘରେ ରହି ସୁରକ୍ଷିତ ଭାବରେ ଥାଇ ଏହି ଦୁଇ ମନ୍ଦିରରେ ଦେବୀ ଦୁର୍ଗାଙ୍କର ପ୍ରତିଦିନର ବେଶ ଦର୍ଶନ କରାଇବାରେ ସହାୟକ ହେବ।

ଦୁର୍ଗା ପୂଜା ପାଳନ ଅବସରରେ ଦେବୀଙ୍କର ବେଶ ପ୍ରତିଦିନ ପରିବର୍ତନ ହେଉଥିବାରୁ ଜିଓନ୍ୟୁଜ ତାହାକୁ ନିଜର ପ୍ଲାଟଫର୍ମରେ ସେହି ସମାନ ଦିନ ପରିବର୍ତନ କରୁଛି ଏବଂ ଏହା ଅକ୍ଟୋବର ୧୫ ତାରିଖ ଅଥବା ଦଶମୀ ପର୍ଯ୍ୟନ୍ତ ଚାଲିବ। ଜିଓ ବ୍ୟବହାରକାରୀମାନେ ମା ଦୁର୍ଗାଙ୍କର ଷଷ୍ଠୀ (ଅକ୍ଟୋବର ୧୦) ଠାରୁ ଦଶମୀ (ଅକ୍ଟୋବର ୧୫) ପର୍ଯ୍ୟନ୍ତ ପ୍ରତିଦିନର ବେଶକୁ ଜିଓନ୍ୟୁଜରେ ଭିଡିଓ ମାଧ୍ୟମରେ ଦର୍ଶନ କରିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକର ଗଡ ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗା ଭକ୍ତମାନଙ୍କୁ ଷଷ୍ଠୀଠାରୁ ଦଶମୀ ମଧ୍ୟରେ ଛଅଦିନ ଧରି ଗାୟତ୍ରୀ ବେଶ, ମହାଲକ୍ଷ୍ମୀ ବେଶ, ମହା ସରସ୍ୱତୀ ବେଶ, ମହା କାଳୀ ବେଶ, ମହିଷା ମର୍ଦ୍ଦିନୀ ବେଶ ଆଦି ବିଭିନ୍ନ ଛଅଟି ବେଶରେ ଦର୍ଶନ ଦେଇଥାନ୍ତି।

କଟକରୁ ଦେବୀ ଦୁର୍ଗାଙ୍କର ଡିଜିଟାଲ ଦର୍ଶନ କରିବାକୁ ଜିଓ ବ୍ୟବହାରକାରୀମାନେ ଜିଓନ୍ୟୁଜ ଆପ୍ ଅଥବା ୱେବସାଇଟ JioNews.com ଖୋଲି ଓଡ଼ିଆ ଭାଷାକୁ ଚୟନ କରିବା ସହିତ ଭିଡିଓ ବିକଳ୍ପକୁ ଯାଇ ଦୁର୍ଗାପୂଜା ୨୦୨୧ ବାଛିବାକୁ ହେବ  ତାହାପରେ ସେମାନେ କ୍ଲିକ କରି ଗଡ ଚଣ୍ଡି ଏବଂ ମା ବାସନ୍ତୀ ଦୁର୍ଗା ମନ୍ଦିରରେ ମା’ଙ୍କର ବେଶକୁ ଡିଜିଟାଲ ମାଧ୍ୟମରେ ଦର୍ଶନ କରିପାରିବେ। ଜିଓନ୍ୟୁଜର ଭିଡିଓ ସେକ୍ସନରେ ଦୁର୍ଗାପୂଜା ୨୦୨୧ ଚାନେଲରେ ମଧ୍ୟ କୋଲକାତାରୁ ପୂଜା ଓ ପାର୍ବଣର ଶ୍ରେଷ୍ଠ ଦୃଶ୍ୟଗୁଡିକ ପ୍ରଦର୍ଶିତ ହେଉଛି।

କଟକ ଦୁର୍ଗାପୂଜା ଦେବୀ ଦୁର୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.