ଭୋଜନ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା, ଜୀବନରେ କେବେ ବି ରହିବନି ଧନର ସମସ୍ୟା

Published: Nov 12, 2021, 9:08 am IST

ଭୁବନେଶ୍ବର: ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ। ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍‌। କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ।

ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ। ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ। ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍‌। ସେହିପରି ଭୋଜନ ସର୍ବଦା ପରିଷ୍କାରରେ ସ୍ଥାନରେ କରିବା ଉଚିତ୍‌।

ସେହିପରି ଯେଉଁ ବ୍ୟକ୍ତି ସ୍ନାନ ପରେ ଭୋଜନ କରେ, ସେ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରରେ ରହିବା ସହିତ ତା’ ସହିତ ସର୍ବଦା ଭଲ ହୋଇଥାଏ।

ବିଛଣାରେ ବା ଚୌକି, ସୋଫାରେ ବସି କରି ଭୋଜନ ଗ୍ରହଣ କରିବାକୁ ଧାର୍ମିକ ଦୃଷ୍ଟିରୁ ଭୁଲ୍‌ ବୋଲି ବିବେଚନା କରାଯାଏ। ଏହି ମୁଦ୍ରାରେ ବସି ଖାଇବା ଦ୍ବାରା ଆମର ଭୋଜନ ଭଲ ରୂପେ ପାଚନ ହୋଇପାରେ ନାହିଁ। ଏହାର ପୋଷକ ତତ୍ତ୍ବ ଆମ ଶରୀରକୁ ମିଳିପାରିନଥାଏ। ତଳେ ବସି ଆରାମରେ ଚକା ପକାଇ ଭୋଜନ ଗ୍ରହଣ କରିବା ଦ୍ବାରା ଏହା ଶୀଘ୍ର ହଜମ ହୋଇଥାଏ, ଏବଂ ଏହା ଦ୍ବାରା ଆମର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଥାଏ।

Related posts