ଚାଣକ୍ୟ ନୀତି: ସର୍ବଦା ଏହି ପାଞ୍ଚୋଟି କଥା ଉପରେ ରୁହନ୍ତୁ ସାବଧାନ, ନଚେତ ପସ୍ତାଇବେ ସାରା ଜୀବନ

Published: Dec 18, 2021, 7:53 am IST

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ?

୧- ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତାବକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ।

୨- ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ।

୩- ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା ରହିଯିବ।

୪- ଆହାର ସମୟରେ ଲାଜ ନ କରି ଖାଇବା ପାଇଁ ଇଚ୍ଛା ଥିଲେ ମାଗି ଖାଆନ୍ତୁ। ଖାଇବା ସମୟରେ ନିଜ ଋଚି ଅନୁସାରେ ଖାଦ୍ୟ ମାଗନ୍ତୁ। ଖାଇବାରେ ନିଶ୍ଚିତ ସୁଖ ମିଳିବ।

୫- ଲାଜ ନ କରି ସମାଜର ରୀତିନୀତି ଠିକ୍ ଭାବେ ପାଳନ କରନ୍ତୁ। ଅନେକ ଲାଜରେ ଗୁରୁଜନମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ନମସ୍କାର କରନ୍ତି ନାହିଁ। ଏପରି କଲେ ସମାଜରେ ଆପଣ ନିନ୍ଦିତ ହେବେ।

Related posts