Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜିର ଖବର

“ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

December 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
“ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବରିଷ୍ଠ ଅର୍ଥନୀତିଜ୍ଞ ଅଶୋକ କୁମାର ବଳଙ୍କ ଦ୍ୱାରା ଲିଖିତ ପୁସ୍ତକ “ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ବାବେ ବିଶିଷ୍ଟ ଲେଖକ ହରପ୍ରସାଦ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଡ.ଯତୀନ ନାୟକ, ଅଧ୍ୟାପକ ଡ.ସଂଜୟ ଆଚାର୍ଯ୍ୟ ଏବଂ ବିଶିଷ୍ଟ ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ରାଜୁତି ବିସ୍ତାର କରିଥିବା ଗଙ୍ଗବଂଶ ରାଜା କପିଳେନ୍ଦ୍ର ଦେବଙ୍କଠୁ ଆରମ୍ଭ କରି ଚୋଡଗଙ୍ଗଦେବ ପର୍ଯ୍ୟନ୍ତ ମହାରାଜାମାନେ କେବେହେଲେ ନିଜକୁ ରାଜା ବୋଲି କହୁନଥିଲେ ବରଂ ରାଜ୍ୟକୁ ପୁରୁଷୋତମ ରାଜ୍ୟ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରାଜାର ମାନ୍ୟତା ଦେଇଥିଲେ ।

ଓଡିଶା ଏବଂ ଓଡିଆ ସଂସ୍କୃତି ତଥା ଗଜପତି ମହାରାଜଙ୍କ ସଂସ୍କୃତି, ପରଂପରା ଏବଂ ଇତିହାସକୁ ଆଧାର କରି ଏହି ପୁସ୍ତକଟି ଲେଖା ହୋଇଛି । ଗଜପତି କପିଳେନ୍ଦ୍ରଙ୍କଠାରୁ ଆରମ୍ଭ କରି ବର୍ତମାନର ଗଜପତିଙ୍କ ବିଷୟରେ ଲେଖା ହୋଇଥିବା ଏହି ପୁସ୍ତକରେ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ପ୍ରଭୁଙ୍କ ମୁଖ୍ୟ ସେବକ ଗଜପତି ମହାରାଜାଙ୍କ ସଂପର୍କରେ ବହୁ ନୁତନ ତଥ୍ୟ ଉଲ୍ଲେଖ ହୋଇଛି । ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଗଜପତି ମହାରାଜଙ୍କ ଭିତରେ ଥିବା ଆଧ୍ୟାତ୍ମିକ ସଂପର୍କ ବିଷୟରେ ବହୁ ତଥ୍ୟ ଏହି ପୁସ୍‌ତକରେ ଉଲ୍ଲେଖ ରହିଛି । ଓଡିଶା ଏବଂ ଓଡିଶା ଇତିହାସ ଜାଣିବା ସଂପର୍କରେ ପାଠକପାଠିକାମାନଙ୍କ ପାଇଁ ଏହି ପୁସ୍ତକଟି ବହୁ ଉପାଦେୟ ହେବ ।

୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗବେଷଣା କରି ଏହି ପୁସ୍ତକଟି ଲେଖା ହୋଇଛି । ବର୍ତମାନ ଇଂରାଜୀ ଭାଷାରେ ଲିଖିତ ହୋଇଥିବା “ଗଜପତି – ଏ କିଙ୍ଗ୍ ଉଇଦାଉଟ୍ ଏ କିଙ୍ଗଡମ୍‌” ପୁସ୍ତକଟି ଆଗାମୀ ଦିନରେ ଓଡିଆ ଏବଂ ହିନ୍ଦୀ ଭାଷାରେ ପ୍ରକାଶ ପାଇବ ବୋଲି ପୁସ୍ତକର ଲେଖକ ଅଶୋକ ବଳ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଇଡି ପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ: ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଗିରଫ

February 5, 2026

ଗୋଟିଏ ଝଟକାରେ 20,000 ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଦେଖନ୍ତୁ ଆଜିର ଦର

February 5, 2026
Latest News

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026

ଇତିହାସର ପୁନରାବୃତ୍ତି: ପ୍ରଧାନମନ୍ତ୍ରୀଙ୍କ ଉତ୍ତର ବିନା ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026

ଖୋର୍ଦ୍ଧା ଓ ବାଣପୁର ସମେତ ୨୪ଟି ସ୍ଥାନର ନାମ ହେବ ସଂଶୋଧନ, ରାଜସ୍ବ ବିଭାଗରୁ ବାହାରିଲା ବିଜ୍ଞପ୍ତି

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.