Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମ ସେତୁକୁ ଐତିହାସିକ ସ୍ମାରକୀ ଘୋଷଣା ମାମଲା: ମାର୍ଚ୍ଚ ୯ ରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ଆବେଦନ ଶୁଣିବେ ସୁପ୍ରିମକୋର୍ଟ
ବିଶେଷ ଖବର

ରାମ ସେତୁକୁ ଐତିହାସିକ ସ୍ମାରକୀ ଘୋଷଣା ମାମଲା: ମାର୍ଚ୍ଚ ୯ ରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ଆବେଦନ ଶୁଣିବେ ସୁପ୍ରିମକୋର୍ଟ

February 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ସହ ଏହାର ସଂରକ୍ଷଣ କରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ସେ ଦାବି କରିଛନ୍ତି। ମାର୍ଚ୍ଚ ୯ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ ପ୍ରଧାନ ବିଚାରପତି ନିଶ୍ଚିତ କରିଛନ୍ତି। ୟୁପିଏ ଶାସନ ସମୟରେ ସେତୁ ସମୁଦ୍ରମ୍ ପ୍ରକଳ୍ପ ଅଧୀନରେ ଜାହାଜ ପାଇଁ ରାସ୍ତା ରାମ କାମରେ ସେତୁକୁ ଭାଙ୍ଗିବାର ଥିଲା। ପରେ ଏହି କାର୍ଯ୍ୟ ବନ୍ଦ ହୋଇଗଲା। ରାମ ସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ଚାହୁଁଥିବା ଏହି ଆବେଦନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି।

ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ଏ.ଏସ୍ ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚକୁ ସ୍ଵାମୀ କହିଛନ୍ତି ଯେ, ଗତ କିଛି ମାସ ହେବ ଏହି ଆବେଦନ ଶୁଣାଣି ହୋଇନଥିଲା ଏବଂ ଏହାକୁ କାର୍ଯ୍ୟସୂଚୀ ତାଲିକାରୁ ହଟାଯାଇ ନାହିଁ। ମାର୍ଚ୍ଚ ୯ ତାରିଖରେ ଆମେ ଏହାର ଶୁଣାଣି କରିବୁ ବୋଲି ବେଞ୍ଚ କହିଛନ୍ତି।

ସ୍ଵାମୀ ଗତ ବର୍ଷ ମାର୍ଚ୍ଚ ୮ ତାରିଖରେ ଜରୁରୀ ଶୁଣାଣି ପାଇଁ ତାଙ୍କ ଆବେଦନ ଉପସ୍ଥାପନ କରିଥିଲେ। ଏହାପୂର୍ବରୁ ଜାନୁୟାରୀ ୨୩ ତାରିଖ ୨୦୨୦ ରେ ହାଇକୋର୍ଟ କହିଥିଲେ ଯେ, ତିନିମାସ ପରେ ସ୍ଵାମୀଙ୍କ ଆବେଦନ ଉପରେ ବିଚାର କରାଯିବ।

ରାମ ସେତୁ ଆଡମସ୍ ବ୍ରିଜ୍ ଭାବରେ ମଧ୍ୟ ଜଣାଶୁଣା। ଏହା ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବନ୍ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳରେ ଥିବା ମାନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥରର ଏକ ଶୃଙ୍ଖଳା। ପମ୍ବନ୍ ଦ୍ୱୀପକୁ ରମେଶ୍ୱରମ୍ ଦ୍ୱୀପ ମଧ୍ୟ କୁହାଯାଏ।

ସୁପ୍ରିମକୋର୍ଟ ସୁବ୍ରମଣ୍ୟମ ସ୍ଵାମୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026
Latest News

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.