
ପୁରୀ: ଆଜି ପଖାଳ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ କରିଛନ୍ତି ବାଲୁକା କଳା। ଏଥିରେ ସେ ବାଲୁକାରେ କଂସା ବେଲାରେ ପଖାଳ, ଶୁଖୁଆ ଭଜା, ବଡି, ବଡିଚୁରା ପ୍ରଭୃତି ଖାଦ୍ୟ ନିର୍ମାଣ କରିଛନ୍ତି। ସେହିପରି ଏକ ବଡ କଦଳୀ ପତ୍ରରେ ଏହି ସବୁ ଖାଦ୍ୟକୁ ରଖି ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ବୋଲି ଉଲ୍ଲେଖ କରିଛନ୍ତି। ଓଡିଆ ଘରର ଚିତା ଉପରେ ଓଡିଆ ଖାଦ୍ୟକୁ ନେଇ ଏହି ବାଲୁକା କଳା ବେଶ ଆକର୍ଷଣୀୟ ଦେଖା ଯାଉଛି।