Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉତ୍କୃଷ୍ଟ କଳାର ରାଜ୍ୟ ‘ଉତ୍କଳ’
ବିଶେଷ ଖବର

ଉତ୍କୃଷ୍ଟ କଳାର ରାଜ୍ୟ ‘ଉତ୍କଳ’

April 1, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଦୀପ ସେନାପତି

‘ଉତ୍କଳ’ ଉତ୍କୃଷ୍ଟ କଳାର ଦେଶ। ଭାଷା ନାହିଁ ତ ଆମର ଜାତି ନାହିଁ? ଉତ୍କଳର କାରୁକାର୍ଯ୍ୟ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା ବିଶ୍ୱବିଦିତ। ଇତିହାସର ପୃଷ୍ଟା ଭିତରେ ଉତ୍କଳୀୟମାନଙ୍କର ବୀରତ୍ୱ, ତ୍ୟାଗ, ଆଦର୍ଶ ଓ ପରଂପରା ଚର୍ଚ୍ଚିତ ବିଶ୍ୱବିଖ୍ୟାତ। ଅତୀତରେ ଆମର ଏହି ଉତ୍କଳ ଥିଲା ଛିନ୍ନମସ୍ତା। ଉତ୍କଳ ବୋଲି ଏକ ନିର୍ଦ୍ଦିଷ୍ଟ ଭୁଖଣ୍ଡ ନଥିଲା। ଉତ୍କଳୀୟମାନଙ୍କର ସ୍ୱତନ୍ତ୍ର ପରିଚୟ ନଥିଲା।

୧୯୩୬ ମସିହା ଏପ୍ରିଲ ମାସ ଥିଲା ଓଡ଼ିଆ ଜାତିପାଇଁ ଏକ ସ୍ମରଣୀୟ ଦିବସ। ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲା। ଇତିମଧ୍ୟରେ ୧୯୩୬ରୁ ୨୦୨୨ ଦୀର୍ଘ ୮୬ବର୍ଷ ବିତିଯାଇଛି। ବ୍ୟକ୍ତିହେଉ କିମ୍ବା ଜାତିହେଉ ଆତ୍ମ ପରିଚୟ ହିଁ ତା’ର ନିଜସ୍ୱ ଜୀବନର ମହାର୍ଘପୁଞ୍ଜି। ବିନା ଆତ୍ମ ପରିଚୟରେ କୌଣସି ଜାତି ନିଜକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିନଥାଏ। ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି।

ବର୍ଷ ବର୍ଷ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧାହୋଇ ମଧ୍ୟ ଓଡ଼ିଶାବାସୀ ଜାବୁଡ଼ି ଧରିଛନ୍ତି ନିଜର ଭାଷା, ସାହିତ୍ୟ, ସଂସ୍କୃତି ତଥା ପରମ୍ପରାକୁ। ଯେତେ ଗରିବ ହେଲେ ମଧ୍ୟ ଉତ୍କଳର ଗୌରବୋଜ୍ଜ୍ୱଳ ଏøତିହ୍ୟ ଏ ଜାତିର ଆତ୍ମ ଉପ୍‌ଲବ୍ôଧ ଓ ଆତ୍ମ ପରିଚୟର ସଂଜ୍ଞା ବହନ କରିଆସୁଛି। ଉତ୍କଳ ଦିବସର ମହାନତା ଆଜି ଓଡ଼ିଆ ଜାତିର ଇତିହାସ ଓ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଆଭିଜାତ୍ୟକୁ ମନେପକାଇ ଦେବା ସଂଗେ ସଂଗେ ଆମର ସ୍ୱାଭିମାନ ଜାଗ୍ରତ କରିବା ପାଇଁ ଅଜସ୍ର ପ୍ରେରଣା ଯୋଗାଇଥାଏ।

ଉତ୍କଳ ଦିବସ ହିଁ ପ୍ରତ୍ୟେକ ଓଡ଼ିଆର ଆତ୍ମବିଶ୍ୱାସର ମାପକାଠି। ଯେଉଁ ମହାନ ଓଡ଼ିଆମାନଙ୍କର ତ୍ୟାଗ, ତପସ୍ୟା ଓ ସାଧନାର ଫଳ ସ୍ୱରୂପ ଓଡ଼ିଶା ଆଜି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି, ସେମାନଙ୍କୁ ଆଜିର ଏହି ପବିତ୍ର ଦିବସରେ ଭକ୍ତିପୂତ ପ୍ରଣାମ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନପରେ ଭାରତବର୍ଷ ସ୍ୱାଧୀନ ହୋଇଛି। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଛି ଏହି ଉତ୍କୃଷ୍ଟ ରାଜ୍ୟ ଉତ୍କଳ। ଆଜି ଅବଶ୍ୟ ଅନେକବର୍ଷ ବିତିଗଲାଣି।

ଓଡ଼ିଶାରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି। ଗରୀବଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ଆହୁରି ଅନେକ ସମସ୍ୟା ମଧ୍ୟ ରହିଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କଳା, ସଂସ୍କୃତି ତଥା ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅନେକ ବାଟ ଆଗେଇ ଯାଇଛି। ତଥାପି ଓଡ଼ିଶା ଏକ ଗରୀବ ରାଜ୍ୟର ପରିଚୟ ବହନ କରିଆସୁଛି। ଛିନ୍ନ ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣ ପାଇଁ ଗଠନ କରାଯାଇଥିଲା ଉତ୍କଳ ସମ୍ମିଳନୀ। ଏତିକି ବେଳେ ମଧୁସୂଦନ ଦାସ ଲେଖିଥିଲେ –

ଏହି ସମ୍ମିଳନୀ ଜାତି ପ୍ରାଣ ବିନ୍ଦୁ
କୋଟି ପ୍ରାଣବିନ୍ଦୁ ଧରେ
ତୋର ପ୍ରାଣବିନ୍ଦୁ ମିଶାଇ ଦେ ଭାଇ
ଡ଼େଇଁ ପଡ଼ି ସିନ୍ଧୁ ନୀରେ
ସେହିପରି ଗୋପବଂଧୁ ମଧ୍ୟ କବିତାରେ ଲେଖିଥିଲେ-
ମିଶୁମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଳି ଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।

ପ୍ରତି ରକ୍ତବିନ୍ଦୁରେ ଦେଶ ପ୍ରେମର ଭାବ ଜାଗ୍ରତ କରାଏ। ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କୃଷ୍ଣ ଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ, ଗୋପବଂଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, କର୍ମବୀର ଗୌରୀଶଙ୍କର, ସ୍ୱଭାବ କବି ଗଙ୍ଗାଧର ମେହେର ତଥା ଉତ୍କଳ କେଶରୀ ମହତାବଙ୍କର ନିଷ୍ଠାପର ସାଧନା ତଥା ଉଦ୍ୟମରେ ଉତ୍କଳ ଆଜି ତା’ର ଏକ ସ୍ମିତି ପାଇପାରିଛି। ଆଜି ବି ଆମକୁ ଉଦ୍‌ବୁଦ୍ଧ କରାଏ ସେହି କାଳଜୟୀ ପଦ-

ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନି ଗୁଣିରେ ଗଣିବା
ଓଡ଼ିଆ ରହିବେ ନାହିଁ ( ଗଙ୍ଗାଧର ମେହେର)

ଆଜି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଆନ୍ଧ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ମଧ୍ୟରେ ମିଶି ରହିଛି। ଯାହାକୁ ଏକତ୍ରିକରଣ କରାଯାଇପାରୁ ନାହିଁ। ଫଳରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନର ସ୍ୱପ୍ନ ସତେ ଯେପରି ଆଜି ଅଧୁରା ରହିଯାଇଛି। ତଥାପି ଆଜି ପ୍ରବାସୀ ଓଡ଼ିଆମାନେ ଓଡ଼ିଆଭାଷା ଓ ସଂସ୍କୃତିକୁ ନିଜର ବୋଲି ଭାବିବା ସଂଗେସଂଗେ ନିଜକୁ ଓଡ଼ିଆ ବୋଲି ଭାବି ଗର୍ବ କରନ୍ତି।

ସାରା ବିଶ୍ୱର ମାନଚିତ୍ରରେ ଉତ୍କଳ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ। ଇତିହାସର ଉତ୍କଳ, କଳିଙ୍ଗ, କଙ୍ଗୋଦ, ତୋଷଳ, କାନ୍ତାର, ଉଡ଼୍ର, ଓଡ଼୍ର ରାଜ୍ୟ ହିଁ ଆଜିର ଓଡ଼ିଶା। ଓଡ଼ିଶାର ମାଟିତଳେ ଭରି ରହିଛି ପ୍ରଚୁର ଖଣିଜ ସମ୍ପଦ। ଓଡ଼ିଆମାନେ ଉନ୍ନତ ବୁଦ୍ଧି, କୌଶଳ, ମନପ୍ରାଣ ଓ ସାହସ ଦେଇ ଏହି ଖଣିଜ ସମ୍ପଦର ସୁବିନିଯୋଗ କରିପାରିଲେ ବିଶ୍ୱ ଦରବାରରେ ଓଡ଼ିଶା ଏକ ଉନ୍ନତ ରାଜ୍ୟଭାବେ ପରିଗଣିତ ହୋଇପାରିବ।

ଆଜି ଓଡ଼ିଶାରେ ଯେଉଁ ସମସ୍ୟା ଉପୁଜିଛି ସେଥିରେ ଭାଷା ସମସ୍ୟା ହେଉଛି ମୁଖ୍ୟ । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ସତ, ହେଲେ ଭାଷା ପ୍ରତି ଓଡ଼ିଆମାନଙ୍କର ଆନ୍ତରିକତାର ଅଭାବବୋଧ ପରିଲକ୍ଷିତ ହେଉଛି। ଦିନକୁ ଦିନ ଓଡ଼ିଆ ଭାଷାର ବ୍ୟବହାର ସଂଙ୍କୁଚିତ ହେବାରେ ଲାଗିଛି। ଆମ ଖାଦ୍ୟପ୍ରେୟ ତଥା ସାମାଜିକ ଚଳଣିରେ ମଧ୍ୟ ପରିବର୍ତ୍ତନ ଆସିଛି।

ଆମେ ସମସ୍ତେ ଯେପରି ଓଡ଼ିଆର ପରିଚୟ ଦେଇ ବଂଚିବାକୁ ଆଉ ଚାହୁଁ ନାହୁଁ। ଆମର ଭାଷା, ସଂସ୍କୃତି ଓ ପରମ୍ପରା ସବୁ ଯେପରି କାଳର କରାଳ ଗତିରେ ଲୀନ ହେବାକୁ ବସିଲାଣି। ଆମ ପିଲାମାନଙ୍କର ମୁହଁରୁ ଇଂରେଜ ଭାଷା ଦ୍ୱିପଦ ଶୁଣି ଆମେ ଯେପରି କୃତ୍ୟକୃତ୍ୟ ହେଉଛୁ ଓଡ଼ିଆ ଭାଷାର ଅନ୍ଧାରୀ ଭବିଷ୍ୟତ ବିଷୟରେ ଥରେ ବି ଚିନ୍ତା କରିବାକୁ ସୁଯୋଗ ପାଉନାହୁଁ। ହେଲେ ବିଳପି ଉଠୁଛି ଆଜି ମା ଉତ୍କଳର ଆତ୍ମା। ଅଶ୍ରୁଳ ଆଖିରେ ସେ ଚାହିଁ ରହିଛି ଉତ୍କଳୀୟମାନଙ୍କର ଦୟା ଆଉ ଅନୁକମ୍ପାକୁ।

ଆଜି ସମୟ ଆସିଛି ଚିନ୍ତା କରିବାକୁ। ଉତ୍କଳର ଭାଷା ସଂସ୍କୃତି ଓ ପରମ୍ପରାକୁ। କିଭଳି ସବୁଦିନ ବଞ୍ଚାଇ ରଖିବାକୁ। ହେଲେ ଚିନ୍ତା କରିବାକୁ ହେବ ପ୍ରତ୍ୟକ ଓଡ଼ିଆଙ୍କୁ। ମନ ଓ ହୃଦୟ ଭିତରେ ପରିବର୍ତ୍ତନ ଆଣିବାକୁ। ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଗଭୀର ଆନ୍ତରିକତା ତଥା ଶ୍ରଦ୍ଧା ରଖିବାକୁ। ସ୍ୱାର୍ଥ, ମୋହ, ଲୋଭ ଠାରୁ ଦୂରରେ ରହି ଉତ୍କଳ ମାଆର ସେବାରେ ଜୀବନକୁ ଉତ୍ସର୍ଗ କରିବାକୁ ହେବ।

ଆମେ ଆମର ବାପାକୁ ବାପ ବୋଲି ନଡ଼ାକି ମଉସାକୁ ବାପବୋଲି ସମ୍ବୋଧନ କରି ଗର୍ବ ଅନୁଭବ କରୁଛେ। ପଦେ ଇଂରେଜି କହିଦେଲେ ଗର୍ବରେ ଫାଟି ପଡ଼ୁଛେ । ତେଣୁ ଏହି ପରିପ୍ରେକ୍ଷୀରେ ଆଜିର ଏହି ପବିତ୍ର ଦିବସରେ ପ୍ରତ୍ୟକ ଓଡ଼ିଆର ହୋଇଉଠୁ ଏକ ଆଦର୍ଶ ଅନୁଚିନ୍ତା, ଯେଉଁ ଅନୁଚିନ୍ତା ଗଢିତୋଳୁ ଏକ ଉତ୍କୃଷ୍ଟ ରାଜ୍ୟ ନବ ଉତ୍କଳ। ଜୟ ମା ଉତ୍କଳଜନନୀ, ତୁମ ଚରଣେ ଶତ ପ୍ରଣାମ।

ରାଜ୍ୟ ସଭାପତି, ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ମୋ- ୭୮୪୮୮୯୮୪୫୬।

ପ୍ରଥା ଓ ପରମ୍ପରା
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026

ରବୀନ୍ଦ୍ର ମଣ୍ଡପ ଠାରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

February 17, 2026
Latest News

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସୁପର ୮ କୁ ଗଲା ଜିମ୍ବାୱେ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ 

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.