Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଏକ ଦିବସୀୟ ଧମ୍ମ ସମ୍ମିଳନୀ
ଆଜିର ଖବର

ଭୁବନେଶ୍ୱରରେ ଏକ ଦିବସୀୟ ଧମ୍ମ ସମ୍ମିଳନୀ

April 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଇଡ଼କଲ ଅଡ଼ିଟୋରିୟମଠାରେ ଆଗାମୀ ଏପ୍ରିଲ୍ ୩୦ ଏବଂ ମେ ୧ ତାରିଖରେ ସାଞ୍ôଚଠାରେ ହେବାକୁ ଥିବା ଆନ୍ତର୍ଜାତିକ ବିଶାଳ ଧମ୍ମ ସଂଗତି ସମାରୋହକୁ ସଫଳ କରିବା ଉଦ୍ଦେଶ୍ୟରେ ଏକଦିବସୀୟ ଧମ୍ମ ଶିବିର ବିପୁଳ ଜନସମାଗମରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅତିଥିମାନଙ୍କ ଦ୍ୱାରା ତଥାଗତ ଗୌତମ ବୁଦ୍ଧ ଏବଂ ବୋଧିସତ୍ତ୍ୱ ଡଃ ବାବାସାହେବ ଆମ୍ବେଦକରଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ଅର୍ପଣ କରିବା ସହିତ ସାମୁହିକ ଭାବରେ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ସଂସ୍ଥାପକ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଧର୍ମପ୍ରକାଶ ଭାରତୀୟ ଯୋଗାଦାନ କରି ସାମ୍ପ୍ରତିକ ପରିସ୍ଥିତିରେ ଧମ୍ମର ଆବଶ୍ୟକତା ଓ ପ୍ରାସଙ୍ଗିକତା ଉପରେ ବିସ୍ତାର ପୂର୍ବକ ସାରଗର୍ଭକ ଭାଷଣ ଉପସ୍ଥାପନ କରିଥିଲେ। ତତ୍‌ସଙ୍ଗେ ସଙ୍ଗେ ୟୁନିଭରସାଲ ବୁଦ୍ଧ ଫାଉଣ୍ଡେସନର ଓଡ଼ିଶା ଅଧ୍ୟକ୍ଷ ଭଜମନ ବେହେରା ମୁଖ୍ୟବକ୍ତା ରୂପେ ଯୋଗଦାନ କରି ଡଃ ବାବାସାହେବ ଆମ୍ବେଦକରଙ୍କ ବିଶ୍ୱବୌଦ୍ଧ ସମ୍ମିଳନୀ ମାନଙ୍କରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

ତତ୍‌ପଶ୍ଚାତ ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଧମ୍ମପ୍ରିୟ ଏମ୍‌.ଆର. ପ୍ରଶାନ୍ତ ପଞ୍ଚଶୀଳ ରଙ୍ଗର ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ।

ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମହାସଚିବ ମହେଶ୍ୱର ଷଣ୍ଢ, ୟୁବିଏଫ୍‌ର ଉପାଧ୍ୟକ୍ଷ ଅମୀୟ ଭୂଷଣ ସେଠୀ, ଗୋବିନ୍ଦ ଚନ୍ଦ୍ର ସେଠୀ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଓଡ଼ିଶାରେ ବୌଦ୍ଧଧମ୍ମର ପ୍ରଚାର ଓ ପ୍ରସାର କିପରି ହେବ ତା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ରାଷ୍ଟ୍ରୀୟ ବୌଦ୍ଧମହାସଭାର ରାଜ୍ୟ ସଂଯୋଜକ ନେପାଳେଶ୍ୱର ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧମ୍ମ ଶିବିରରେ ଦୈତାରୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ବୌଦ୍ଧଭୀକ୍ଷୁ ଧମ୍ମ ଗବେଷକଙ୍କ ଧମ୍ମଦେଶନା ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। ସୈନିକ ପୋଷାକଧାରୀ ସମତା ସୈନିକ ଦଳର ଭୀମ ସୈନିକମାନେ ଯୋଗଦାନ କରି ସଭାଟିକୁ ଆହୁରି ଚିତ୍ତାକର୍ଷକ କରିଥିଲେ।

ଶେଷରେ ସବ୍‌ବେ ସତ୍ତା ସୁଖୀ ହୋନ୍ତୁ ଗାଥା ଶିବିରର ପରିବେଶକୁ ରୁଦ୍ଧିମନ୍ତ କରିଥିଲା। ଓଡ଼ିଶାର କୋଣ ଅୁନକୋଣରୁ ଶତାଧିକ ଉପାସକ ଓ ଉପାସିକା ଏହି ଶିବିରରେ ଯୋଗଦାନ କରିଥିଲେ।

ଇଡ଼କଲ ଅଡ଼ିଟୋରିୟମ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.