Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟର ସାଂସ୍କୃତିକ ଦଳଙ୍କ ପାଇଁ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ହେଲା ଶୁଭାରମ୍ଭ
ବିଶେଷ ଖବର

ରାଜ୍ୟର ସାଂସ୍କୃତିକ ଦଳଙ୍କ ପାଇଁ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ହେଲା ଶୁଭାରମ୍ଭ

May 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୁଭାରମ୍ଭ ରାଜ୍ୟର ସାଂସ୍କୃତିକ ଦଳଙ୍କ ପାଇଁ ଅନ ଲାଇନ ପରିଚାଳନା ବ୍ୟବସ୍ଥା

ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂସ୍କୃତି ଭବନରେ ଅନ ଲାଇନ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ଯେ କଳାକାର ଓ ସାଂସ୍କୃତିକ ଦଳମାନଙ୍କର ବହୁଦିନର ଆକାଂକ୍ଷା ଆଜି ପୂର୍ଣ୍ଣ ହୋଇଛି। କଳାକାର ଓ ସାଂସ୍କୃତିକ ଦଳମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ସରକାର ଓ ବିଭାଗ ସବୁବେଳେ ଚେଷ୍ଟା କରିଆସିଛି। ତା’ର ସଦ୍ୟତମ ପ୍ରମାଣ ହେଉଛି ଏହି ବ୍ୟବସ୍ଥାର ଶୁଭାରମ୍ଭ।

ପ୍ରଯୁକ୍ତିବିଦ୍ୟାପ୍ରସୂତ ଏହି ବ୍ୟବସ୍ଥା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସାଂସ୍କୃତିକ ଦଳମାନଙ୍କର ବିବିଧ କାର୍ଯ୍ୟଗୁଡ଼ିକୁ ସହଜ ଓ ସୁବିଧାରେ କରିବା ପାଇଁ ସିଟିଏମ୍‌ଏସ୍‌ ଆପ୍ଲିକେସନ୍‌କୁ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଶେଷ ସମୟରେ ଉପୁଜୁଥିବା ଅସୁବିଧାଗୁଡ଼ିକୁ ଏଡ଼ାଇ ଦିଆଯିବା ସହିତ ସମସ୍ତଙ୍କୁ କଳା ପରିବେଷଣ କରିବାକୁ ସମାନ ସୁଯୋଗ ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି।

ଅନୁଷ୍ଠାନମାନଙ୍କ ଅନୁରୋଧ ଆଧାରରେ ବିଭିନ୍ନ ପର୍ବୋତ୍ସବମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ବିଭାଗ ତରଫରୁ ସେମାନଙ୍କୁ ପ୍ରେରଣ କରାଯାଇଥାଏ। ଏହି ପ୍ରକି୍ରୟାକୁ ସହଜ, ସୁଗମ୍ୟ ତଥା ତ୍ୱରାନ୍ୱିତ କରିବାକୁ ବିଭାଗ ପକ୍ଷରୁ ଏକ େୱବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନୁଷ୍ଠାନମାନେ ଆସନ୍ତା ଜୁନ୍‌ ୧୫, ୨୦୨୨ ସୁଦ୍ଧା ଆବଶ୍ୟକୀୟ ସୂଚନା ସହ ctms-ollc.in ମାଧ୍ୟମରେ ନିଜକୁ ପଂଜୀକୃତ କରିନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଅନୁରୋଧ କରିଛନ୍ତି।

କଳା, ସଂସ୍କୃତି ଓ ପରମ୍ପରା ଗୋଟିଏ ଜାତିର ପରିଚୟ କହିଲେ ଅତୁ୍ୟକ୍ତି ହେବ ନାହିଁ । କଳାକାର ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ଉନ୍ନତି ପାଇଁ ସୁଚିନ୍ତିତ ମତାମତ ପତ୍ର କିମ୍ବା ଇମେଲ୍‌ ମାଧ୍ୟମରେ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି।

ଓଡ଼ିଆ ଭାଷା ପ୍ରତିଷ୍ଠାନର ପରାମର୍ଶଦାତା ଡ. ଫନିନ୍ଦ୍ର ଭୂଷଣ ନନ୍ଦ, ଲୁମିନସ୍‌ ଇନ୍‌ଫୋେୱଜ୍‌ର ମୁଖ୍ୟ ଶ୍ରୀ ତନ୍ମୟ ମହାନ୍ତି ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ରହି ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ନେଇ ଆମ ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ମତପ୍ରକାଶ କରିଥିଲେ।

ସଂସ୍କୃତି ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ବୋମା ବିସ୍ଫୋରଣରେ ଯୁବକ ମୃତ

June 2, 2026
Latest News

ବିଜେପି ଛାଡିବାର କଳ୍ପନାଜଳ୍ପନା ମଧ୍ୟରେ ନୀତିନ ନବୀନଙ୍କୁ ଭେଟିଲେ ଅନ୍ନାମଲାଇ

June 2, 2026

‘ନିର୍ବାଚନ ଚିହ୍ନ ଦଖଲ କରିବାକୁ ଏକାଠି ହେଲେ ୫୦ ବିଧାୟକ’: ଟିଏମସିର ବିଭାଜନ ସମ୍ପର୍କରେ ବଡ଼ ଦାବି

June 2, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

June 2, 2026

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.