Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁତୁବ ମିନାର ପରିସରରେ ହେବ ଖନନ କାର୍ଯ୍ୟ!, ଆଇକନୋଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଲା ସଂସ୍କୃତି ମନ୍ତ୍ରଣାଳୟ
ଆଜିର ଖବର

କୁତୁବ ମିନାର ପରିସରରେ ହେବ ଖନନ କାର୍ଯ୍ୟ!, ଆଇକନୋଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଲା ସଂସ୍କୃତି ମନ୍ତ୍ରଣାଳୟ

May 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ କୁତୁବ ମିନାର ପରିସରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। ସୂଚନାନୁସାରେ, କୁତୁବ ମିନାରରେ ପ୍ରତିମାମାନଙ୍କର ଆଇକନୋଗ୍ରାଫି କରାଯିବା ଉଚିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। କୁତୁବ ମିନାର ପରିସରରେ ଥିବା ଏକ ରିପୋର୍ଟ ଆଧାରରେ ଖନନ କାର୍ଯ୍ୟ ଆରମ୍ଭ ହେବ। ଖନନ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ASI ରିପୋର୍ଟ କରିବ।

ଶନିବାର ଦିନ ଅଧିକାରୀଙ୍କ ସହ ଏକ ସାଇଟ୍ ପରିଦର୍ଶନରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିନାରର ଦକ୍ଷିଣରେ ଥିବା ମସଜିଦ ଠାରୁ ୧୫ ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ।

ଆଇକନୋଗ୍ରାଫି କ’ଣ?:

ଆଇକନୋଗ୍ରାଫି ହେଉଛି କଳା ଇତିହାସର ଏକ ଶାଖା ଯାହା ଚିତ୍ରଗୁଡ଼ିକର ବିଷୟବସ୍ତୁର ଚିହ୍ନଟ, ବର୍ଣ୍ଣନା ଏବଂ ବ୍ୟାଖ୍ୟାକୁ ଅଧ୍ୟୟନ କରେ।

ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବେ କୁତୁବ ମିନାର ପରିସରରେ ଉପସ୍ଥିତ ଥିବା କୁୱୁତୁଲ ଇସଲାମ ମସଜିଦରେ ହିନ୍ଦୁ ଦେବତାମାନଙ୍କର ପୁନରୁଦ୍ଧାର ଏବଂ ଉପାସନା କରିବାର ଅଧିକାର ମାଗିବା ପାଇଁ ସାକେତ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଯାହା ଆଜି ମଇ ୨୪ ତାରିଖରେ ସାକେତ କୋର୍ଟରେ ଶୁଣାଣି ହେବ।

ଏହି ଆବେଦନରେ ଦାବି କରାଯାଇଛି ଯେ, ମହମ୍ମଦ ଘୋରିଙ୍କ ଜେନେରାଲ କୁତୁବୁଦ୍ଦିନ ଆଇବାକ୍ ୨୭ ଟି ମନ୍ଦିରକୁ ଆଂଶିକ ଭାଙ୍ଗି ଦେଇଥିଲେ ଏବଂ ଏହି ସାମଗ୍ରୀରୁ କୁୱତ-ଉଲ୍-ଇସଲାମ ମସଜିଦ ନିର୍ମାଣ କରିଥିଲେ।

ଖନନ କାର୍ଯ୍ୟ ସଂସ୍କୃତି ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026
Latest News

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.