Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ତିନି ଦିନ ଧରି ରଜ ପାଳିବେ ମା’ ଭଗବତୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ଆଜିର ଖବର

ଆଜିଠାରୁ ତିନି ଦିନ ଧରି ରଜ ପାଳିବେ ମା’ ଭଗବତୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

June 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ସହିତ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ” ପରି କୁଆଁରୀମାନଙ୍କ ମିଳିତ ରଜ ଦୋଳି ଗୀତରେ ଫାଟି ପଡୁଛି ଗାଁ ଦାଣ୍ଡ, ଆମ୍ବ ତୋଟା, ଖଳା ବାରୀ। କୁଆଁରୀଙ୍କ ମଥାରେ ଚନ୍ଦନଟିପା, ହାତରେ ମେହେନ୍ଦି, ପାଦରେ ଅଳତା ସାଙ୍ଗକୁ ଗୁଆ ପାଟୁକାର ପାଣ୍ଡୋଇ ନାଇ ରଜପାନ ଖାଇ ନାଲିଆ ଓଠକରି ସାଙ୍ଗହୋଇ ପୁଚି ଖେଳ, କଉଡ଼ି ଖେଳ, ତାସ୍ ଖେଳରେ ମଜ୍ଜି ରଜପର୍ବର ମଜ୍ଜା ଉଠାଇ ଖିଲି ଖିଲି ହସରେ ଫାଟିପଡୁଛି ବାଣପୁରର ଗାଁରୁ ସହର ବଜାର। ଏଣେ ଘରେ ଘରେ ପୋଡପିଠା, କାକରା, ଆରିସା, ଏଣ୍ଡୁରି ପିଠା, ମୁଢି ନଡ଼ିଆର ମହ ମହ ବାସ୍ନା ରଜପର୍ବକୁ ଆହୁରି ମଜାଳିଆ କରିଦେଇଛି।

ଏହାରି ଭିତରେ ମା’ ଭଗବତୀ ବି ଏହି ମାନବୀୟ ଲୀଳାକୁ ଗ୍ରହଣ କରି ପାଳୁଛନ୍ତି ରଜ ପର୍ବ।ମା’ପ୍ରତ୍ୟୁଷରୁ ହଳଦୀ, ଚୁଆ ଚନ୍ଦନ, ଆଗୁରୁ, କର୍ପୁର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରି ବାର ରଙ୍ଗି ପାଟ ରେ ସଜେଇ ହୋଇ ପରିଛା ଘରର ଝିଅ ପରି ଅଳତା ସିନ୍ଦୁର ନାଇ ଦୋଳି ଖେଳିବାକୁ ସଜବାଜ ହୋଇଛନ୍ତି। ମନ୍ଦିରରେ ଏଣ୍ଡୁରି, କାକରା, ମାଠ ପୁଳି, ଗଜା,ସରପୁଳି, କାନ୍ତି, ଗଜାମୁଆଁ ର ମହ ମହବାସ୍ନା ରେ ଫାଟିପଡୁଛି ବେଢ଼ା। ଗୀତ ନାଚରେ ଉଚ୍ଛୁଳି ପଡୁଛି ବାଣପୁର।

ଚଳିତ ବର୍ଷ ରାଜ୍ୟ ସଂସ୍କୃତି ଓ ପର୍ଯଟନ ବିଭାଗ ତରଫରୁ ଆସିଛନ୍ତି କଳାକାରମାନେ। ପହିଲି ରଜ ତଥା ଆଜି ସନ୍ଧ୍ୟା ୭ ଘଟିକାରେ ଭୁବନେଶ୍ୱରର ମମତା ଶତପଥୀ ଓ ସାଥୀଙ୍କ ଓଡ଼ିଶୀ ନୃତ୍ୟ, ମଝି ରଜ ତଥା ଆସନ୍ତାକାଲି ସଂଧ୍ୟା ୭ ଘଟିକାରେ ଜଟଣୀର ନୀଳଶୈଳ ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ ଏବଂ ଶେଷରଜ ଅବା ୧୬ ତାରିଖ ସଂଧ୍ୟା ୭ ଘଟିକାରେ ଗୋଟି ପୁଅ, ମାହାରୀ ନୃତ୍ୟସାଙ୍ଗକୁ ୧୭ ତାରିଖରେ ଠାକୁରାଣୀ ବୁଡ଼ ଦିନ ମା’ଙ୍କର ରାଜରାଜେଶ୍ଵରୀ ମହାଲକ୍ଷ୍ମୀବେଶ ଦର୍ଶନ ସହିତ ମମତା ମଲ୍ଲିକ ଓ ସାଥିଙ୍କ ଭଜନ ସମାରୋହ ବାଣପୁରର ରଜ ଉତ୍ସବକୁ ଆନନ୍ଦ ମୁଖର କରିବ ବୋଲି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ପ୍ରକାଶ।

ପହିଲି ରଜ ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026
Latest News

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଅଶ୍ୱିନୀ ବୈଷ୍ଣବ

July 24, 2026

ପୁରୀ ରେଳ ଷ୍ଟେସନରେ ଏଆଇ ସଞ୍ଚାଳିତ “ଡିଏସ୍‌ସି ଅର୍ଜୁନ” ମୁତୟନ

July 24, 2026

ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୯୫୦ କୋଟିର ବଜେଟ୍ ବ୍ୟବସ୍ଥା

July 24, 2026

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

July 24, 2026

ଯୁବକଙ୍କୁ ଗୁଳିକରି ହତ୍ୟା: ଅଭିଯୁକ୍ତ ଫେରାର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.