Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ….
ଆଜିର ଖବର

ଏ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ….

June 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ସହର ଭିତରେ ଗଗନଚୁମ୍ବୀ ଅଟ୍ଟାଳିକାଟି ତିଆରି ହୋଇଗଲା। ଅନେକ ପ୍ରକାରର ସୁନ୍ଦର ପ୍ରସାଧନ ସାମଗ୍ରୀ ଏବଂ ମନୋରଞ୍ଜନର ବିବିଧ ଉପକରଣ ଠୁଳ କରାଗଲା। ନବନିର୍ମିତ ଅଟ୍ଟାଳିକାର ବିଶାଳତା ତଥା କାରୂକାର୍ଯ୍ୟର ଚର୍ଚ୍ଚା ସମଗ୍ର ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା।

ସେତେବେଳେ ଅଟ୍ଟାଳିକାର କାନ୍ଥରେ ଥିବା ଇଟାଟି ଅଟ୍ଟାଳିକାର ପୋତା ତଳେ ଥିବା ପଥର ଖଣ୍ଡକୁ ପଚାରିଲା, “ଭାଇ ତୁମର ମନ ସେହି ମାଟି ତଳର ଅନ୍ଧକାର ଭିତରେ ରହି ବ୍ୟସ୍ତ ହୋଇ ପଡୁନାହିଁ। ସୂର୍ଯ୍ୟଙ୍କର ଆଲୋକ ଏବଂ ସାଂସାରିକ ସୌନ୍ଦର୍ଯ୍ୟକୁ ଦେଖିବାକୁ କ’ଣ ତୁମର ଇଚ୍ଛା ହେଉନାହିଁ? ତୁମେ ତୁମର ଜୀବନକୁ ଧିକ୍କାର କରି କହୁନାହଁ, ମୁଁ କାହିଁକି ପୋତା ତଳର ପଥର ହେଲି?

ପୋତା ତଳର ପଥର କହିଲା, “ନାଁ ଭଉଣୀ ନାଁ! ତୁମର ଧାରଣା ସର୍ବଦା ଭ୍ରାନ୍ତ ଓ ଅନୁଚିତ୍ ଅଟେ। ମତେ ଏହି ଜୀବନର ସଂପୂର୍ଣ୍ଣ ସନ୍ତୋଷ ମିଳିଛି। ମୋତେ ବଡ ପ୍ରସନ୍ନତା ହେଉଛି ଯେ, ମୁଁ ନିଜର ଅସ୍ଥିତ୍ଵକୁ ଲୋକାଲୋଚନ ଦୂରରେ ରଖି ଏହି ଭବ୍ୟ ପ୍ରସାଦର ନିର୍ମାଣରେ ସହଯୋଗ ଦେଇଛି। ଅନ୍ୟ ପାଇଁ ବଞ୍ଚିବା ହେଉଛି, ଜୀବନର ସାର୍ଥକତା। ନିଜର ଅସ୍ତିତ୍ଵକୁ ଲୋପ କରି ଅନ୍ୟର ଅସ୍ତିତ୍ଵକୁ ସୁରକ୍ଷିତ ରଖିବା ତ ହେଉଛି ଏହି ସୃଷ୍ଟିର ଗୌରବମୟ ବିଧାନ ଭଉଣୀ।

ଇଟା କହିଲା, “ଏ କେମିତି ଜୀବନ ଯେ, ଲୋକମାନେ ତୁମର ଏହି ବଳିଦାନ ଓ ତ୍ୟାଗକୁ ନିଜର ଆଖିରେ ଦେଖିପାରୁନାହାନ୍ତି। ଅତି କମରେ ତ ତୁମର ଏହି ବଳିଦାନର ଚର୍ଚ୍ଚା ହୁଅନ୍ତା। ପରନ୍ତୁ ଲୋକମାନେ ଅଟ୍ଟାଳିକାର ଚର୍ଚ୍ଚା କରୁଛନ୍ତି, ତୁମର ନୁହେଁ।

ପଥର କହିଲା,” ଦେଖ ଭଉଣୀ! ମୋତେ ଲୋକ ଚର୍ଚ୍ଚା କିମ୍ବା ଜନତା ଦ୍ଵାରା କରାଯାଉଥିବା ପ୍ରଶଂସାରେ କୌଣସି ରୁଚି ନାହିଁ, ତୁମକୁ କ’ଣ ଏତିକି ଜଣାନାହିଁ? ତୁମକୁ କ’ଣ ଜଣା ନାହିଁ, ତୁମେ ଯେଉଁ ଅଟ୍ଟାଳିକା କଥା କହୁଛ, ସେହି ଅଟ୍ଟାଳିକାକୁ ମୁଁ ମୋର ମସ୍ତକରେ ଧାରଣ କରିଛି।

ମଞ୍ଜିଟି ନିଜକୁ ସ୍ଵତଃ ଧ୍ଵଂସ କରି ବୃକ୍ଷ ତିଆରି କରେ। ମୋର ତ ଅସ୍ତିତ୍ଵ ଅଛି, ପରନ୍ତୁ ମଞ୍ଜିଟିର ଦଶା ଦେଖ, ସେ ପୂର୍ଣ୍ଣ ରୂପେଣ ସମାପ୍ତ ହୋଇଯାଏ। କେତେ ମହାନ ତ୍ୟାଗ ତାହାର? ସେ ଯଦି ପୃଥିବୀ ଉପରେ ନ ପଡନ୍ତା, ନିଜକୁ ସମାପ୍ତ ନ କରନ୍ତା, ତାହେଲେ ଏଡେ ବଡ ବଡ ବୃକ୍ଷ ଫୁଲ ଫଳ କେଉଁଠୁ ଆସନ୍ତା ଭଉଣୀ। ପ୍ରତ୍ୟେକ ମହାନ କାର୍ଯ୍ୟ ପାଇଁ କାହାକୁ ହେଲେ ମୋ ପରି ପୋତା ତଳର ପଥର ହେବାକୁ ହେବ। ହେବା ବି ଉଚିତ୍। ଏ ହେଉଛି ଜୀବନର ପରମ ଲାଭ। ଏହା ହେଉଛି ସୃଷ୍ଟିର ପ୍ରକ୍ରିୟା। ଏ ହେଉଛି ଏମିତି ଏକ ଦୃଷ୍ଟାନ୍ତ, ଯାହା ଦ୍ଵାରା ଆମର ପୂର୍ବଜ ଭକ୍ତ ସାଧୁସନ୍ଥମାନେ ନିଜର ଜୀବନକୁ ତିଳତିଳ କରି ଧ୍ଵଂସ କରି ଅନ୍ୟର ଉପକାର କରନ୍ତି।

ତେଣୁ ଭୀମା ଭୋଇ ବାସ୍ତବରେ କହିଥିଲେ….

“ପ୍ରାଣୀଙ୍କ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ

ଏ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ।”

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା। 

ଅଟ୍ଟାଳିକା
Share. Facebook Twitter LinkedIn Email WhatsApp Copy Link

Related Posts

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026

ବିଜୟ ସରକାରଙ୍କୁ ଝଟକା: ଏହି ନିଷ୍ପତ୍ତିକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ 

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.