Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିତ୍ରକଳା ଶିବିର ଉଦ୍‌ଘାଟିତ, ୩୫ଜଣ ଶିଳ୍ପୀ ଆଙ୍କିବେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର
ଆଜିର ଖବର

ଚିତ୍ରକଳା ଶିବିର ଉଦ୍‌ଘାଟିତ, ୩୫ଜଣ ଶିଳ୍ପୀ ଆଙ୍କିବେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର

July 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିତ୍ରକଳା ଶିବିର ଉଦ୍‌ଘାଟିତ, ୩୫ଜଣ ଶିଳ୍ପୀ ଆଙ୍କିବେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର

ଭୁବନେଶ୍ୱର : ଲଳିତ କଳା ଏକାଡ଼େମୀ ନୂଆଦିଲ୍ଲୀର ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ବୁଦ୍ଧ ମନ୍ଦିର ପରିସରରେ ଏକ ଚିତ୍ରକଳା ଶିବିର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଆଜାଦୀର ଅମୃତ ଉତ୍ସବ ପାଳନ ଅବସରରେ ଭାରତର ସ୍ୱାଧୀନତା ପାଇଁ ଯେଉଁ ସଂଗ୍ରାମୀ ମାନଙ୍କର ଅତୁଳନୀୟ ଭୂମିକା ରହିଛି, ସେହି ମହାନାୟକ ମାନଙ୍କର ପ୍ରତିକୃତି ଓ ତାଙ୍କର ଘଟଣା ସମ୍ବନ୍ଧୀୟ ଚିତ୍ରକଳାକୁ ୫ ଦିନ ଧରି ଘରେ ରହି ଅଙ୍କନ କରିବେ ଚିତ୍ରଶିଳ୍ପୀମାନେ।

ଶିବିରକୁ ମୁଖ୍ୟ ଅତିଥି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ପରାମର୍ଶଦାତା ଏସ.ସି. ବର୍ମା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।  ଲଳିତ କଳା ଏକାଡ଼େମୀର ସଚିବ ରାମକୃଷ୍ଣ ବେଦାଲା, ଲଳିତ କଳା ଏକାଡ଼େମୀର ସଭ୍ୟ ତଥା ଶିବିର ସଂଯୋଜଗ ବଳଦେବ ପ୍ରସାଦ ମହାରଥା, ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା, ପଞ୍ଚାନନ ସାମଲ, ସତ୍ୟଭାମା ମାଝୀ, ରବି ନାରାୟଣ ରଥ, ସଞ୍ଜୟ କେତନ ଚୌଧୁରୀ, ବି ପଣ୍ଡା, ରାଜକିଶୋର ମହାରଣା, ଜନାର୍ଦ୍ଦନ ପରମଗୁରୁ ଯୋଗଦେଇଛନ୍ତି।

ସେହିପରି ରାଜେନ୍ଦ୍ର ନାରାୟଣ ସାହୁ, ଭବାନୀ ଶଙ୍କର ଦାସ, ସ୍ଥିତଧୀ ରଥ, ଧର୍ମପଦ ବିଶ୍ୱାଳ, ବିଶ୍ୱମୋହନ ରଥ, ପ୍ରଦୀପ କୁମାର ପାଣ୍ଡେ, ଲିପିଶ୍ରୀ ନାୟକ, ନିତ୍ୟାନନ୍ଦ ସାହୁ, ସୌରଭ ରାୟ, ମନୋରଞ୍ଜନ ମହାପାତ୍ର, ଲକ୍ଷ୍ମଣ ନାୟକ, ଛତ୍ରପତି ବିଶ୍ୱାଳ, ସଞ୍ଜୟ ପଟ୍ଟନାୟକ, ସନ୍ତୋଷ ମହାରଣା, ମମତା ସାମନ୍ତରାୟ, ମଳୟ ରଞ୍ଜନ ମହନ୍ତ, ଜ୍ୟୋର୍ତିଦେବ ସିଂ, ଅସିତ କୁମାର ସାମଲ, ଦ୍ୱିତୀକୃଷ୍ଣ ବରାଳ, ଶଶିକାନ୍ତ ରାଉତ, ସମରେନ୍ଦ୍ର ରାଉତରାୟ, ବସନ୍ତ ମହାରଣା, ସଜନ ସ୍ୱାଇଁ, ସୁଜିତ ସ୍ୱାଇଁ, ସୁରଥ ଚୌଧୁରୀ, ପ୍ରିୟଦର୍ଶିନୀ ମହାନ୍ତି ଓ ବିଜୟ କୁମାର ମଲ୍ଲିକ ପ୍ରମୁଖ ୩୫ଜର ଶିଳ୍ପୀ ଏହି ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରିଛନ୍ତି ।

ଆସନ୍ତା ଜୁଲାଇ ୨୫ ଓ ୨୬ ତାରିଖ ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ କଳିଙ୍ଗ ଉତ୍ସବ ପାଳନ ଅବସରରେ ଶିଳ୍ପୀମାନଙ୍କ ସ୍ୱକୀୟ ଚିତ୍ରକଳା ଗୁଡ଼ିକର ପ୍ରଦର୍ଶନୀ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ରାଜଧାନୀ ଉତ୍ସବରେ ୩୫ଜଣ ଶିଳ୍ପୀଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଏକାଡ଼େମୀ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ନାରୀ ଶିଳ୍ପୀ ସତ୍ୟଭାମା ମାଝୀ ସଞ୍ଚାଳନ କରିଥିଲେ।

ଲଳିତ କଳା ଏକାଡ଼େମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.