Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ, ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ତଦାରଖ
ଆଜିର ଖବର

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ, ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ତଦାରଖ

August 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ, ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ତଦାରଖ

ଭୁବନେଶ୍ୱର: ଆଜି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ରାଇବଣିଆ ଫୋର୍ଟ(କିଲ୍ଲା) ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ ପୂର୍ବକ ଏହି ପୁରାତନ କିଲ୍ଲାର ସଂରକ୍ଷଣ ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ପ୍ରସିଦ୍ଧ ଲେଖକ ସ୍ୱର୍ଗତ ପଦ୍ମଭୂଷଣ ମନୋଜ ଦାସ ଓ ପ୍ରଖ୍ୟାତ ଐତିହାସିକ ଡ. ମନ୍ମଥ ନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କର ପୈତୃକ ଗ୍ରାମ ଭୋଗରାଇ ବ୍ଲକର ଶଙ୍ଖାରୀଗ୍ରାମ ଗସ୍ତ କରି ନିର୍ମାଣ ହେବାକୁ ଥିବା ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର କାର‌୍ୟ୍ୟ ସଂପର୍କରେ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଗସ୍ତ ସମୟରେ ଭୋଗରାଇ ବିଧାୟକ ତଥା ବାଲେଶ୍ୱର ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ ଶ୍ରୀ ଅନନ୍ତ ଦାସ, ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଟିବ ଶ୍ରୀ ମଧୁସୂଦନ ପାଢୀ,ବାଲେଶ୍ୱର ଜ଼ିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଜିଲ୍ଲା ଓ ସଂପୃକ୍ତ ବ୍ଲକ ପ୍ରଶାସନର ଅଧିକାରୀ, ମନ୍ମଥନାଥ ଦାସଙ୍କ ପୁତ୍ରବଧୂ ରଂଜିତକ୍ଷ ଦାସ, ମନ୍ମଥ ମନୋଜ ଫାଉଣ୍ଡେସନର ସଭାପତିପ୍ରମୁଖ ଉପସ୍ଥିତ ଥିଲେ କ୍ଷମନ୍ମଥ- ମନୋଜ ଫାଉଣ୍ଡେସନ ତରଫରୁ ସଂସ୍କୃତି ତଥା ପର‌୍ୟ୍ୟଟନ ମନ୍ତ୍ରୀକୁ ମ୍ୟୁଜିୟମ ନିର୍ମାଣ ପରିପ୍ରେକ୍ଷୀରେ ଏଠାରେ ଆନୁଷଙ୍ଗିକ ବିକାଶ କାର‌୍ୟ୍ୟ ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କର ଗସ୍ତ ପରିପ୍ରେକ୍ଷୀରେ ଉଦୟପୁର ବେଳାଭୂମି ପରିଦର୍ଶନ କରିବା ସହିତ ୱାଟରସ୍ପୋର୍ଟସ୍ ଉଦଘାଟନ କରିଥିଲେ କ୍ଷ ମନ୍ତ୍ରୀ ମଧ୍ୟ ତାଳସାରୀ ସ୍ଥିତ ପାନ୍ଥଶାଳା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ତାଳସାରୀ ବେଳାଭୂମିର ସୌନ୍ଦଯ୍ୟକରଣ, ପ୍ରାଚୀର ନିର୍ମାଣଓ଼ ବିଦ୍ୟୁତକରଣ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ବିଧାୟକ ଶ୍ରୀ ଦାସ, ଜିଲ୍ଲାପାଳ, ବାଲେଶ୍ୱର, ଭୋଗରାଇ ତହସିଲଦାର ଓ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଅଶ୍ୱିନୀ କୁମାର ପାତ୍ର ସଂସ୍କୃତି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Latest News

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.