Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»DurgaPujaNews»ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭଗବତୀ: ଶାରଦୀୟ ପର୍ବ ଆରମ୍ଭ
DurgaPujaNews

ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭଗବତୀ: ଶାରଦୀୟ ପର୍ବ ଆରମ୍ଭ

September 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ଶକ୍ତିପୀଠମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠି ଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଭାଗ୍ୟର ଦେବୀ ଷଠୀ ମା’ଙ୍କୁ ଘରେ ଘରେଏହି ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ ମା’ଙ୍କ ପୀଠରେ ଭଗବତୀଙ୍କୁ ଭାଗ୍ୟର ଦେବୀ ଭାବରେ ବିଶ୍ୱାସ କରାଯାଇ ସଂମ୍ପୁର୍ଣ୍ଣ ନିଆରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ।

ପ୍ରତ୍ୟୁଷରୁ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ପରେ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବନଦୁର୍ଗା ବେଶରେ ଘଣ୍ଟ ଘଣ୍ଟା, କାହାଳୀ , ମର୍ଦ୍ଦଳ, କରତାଳ, ଢୋଲ ମହୁରୀ, ବାଦ୍ୟର ତାଳେ ତାଳେ, ଚାମର ଆଲଟ, ଛତ୍ର ତରାଶ ସହିତ ଛତିଶା ସେବାୟତଙ୍କ ଗହଣରେ ମନ୍ଦିରକୁ ବିଜେ କରିଥିଲେ। ପରେ ପରିଛା ସାମନ୍ତଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ଆବାହନ, ସଂସ୍ଥାପନ, ସହସ୍ର କୁମ୍ଭାଭିଷେକ, ବଲ୍ଲଭ ମଙ୍ଗଳାର୍ପଣ, ବଜ୍ର ସୂତ୍ରଧାରଣ, ଶଙ୍କୁଡ଼ି ଧୁପରେ ଖେଚ଼ଡ଼ି,ଡାଲି, ମାଛ ମହୁର, ଆମ୍ବିଳ, ଶାଗ, ମାଛ ଗୁଣ୍ଡି ଭଜା, ମଣ୍ଡା, ଖିରି,ଏଣ୍ଡୁରୀ ଇତ୍ୟାଦି ଲାଗି ହେବାପରେ ଆଳତି ହୋଇ ଦିବା ପହୁଡ଼ ହୋଇ ମା’ ସଂଧ୍ୟାରେ ଖଜା, ସରପୁଳି, ମାଠପୁଳି, କାକରା, କାନ୍ତି ଧୁପବଢି ବଡ଼ସିଂହାର ପରେ ପିତ୍ରାଳୟକୁ ଫେରିଥିଲୋ ମା’କାଠି ଠାକୁରାଣୀ ମଧ୍ୟାହ୍ନରେ ମନ୍ଦିରକୁ ବିଜେ କଲା ପରେ ହିଁ ବାଣପୁର ଅଞ୍ଚଳରେ ଘରମାନଙ୍କରେ ଷଷ୍ଠି ଓଷା ପାଳନ କରାଯିବାର ବିଧି ପରମ୍ପରା ଚ଼ଳିଆସୁଛି।

ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲାବେଳେ ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମାଁ ଙ୍କ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ମାଁ ଙ୍କୁ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।

ମା’ ଭଗବତୀ ଶାରଦୀୟ ପର୍ବ ଷଷ୍ଠୀଦେବୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.