Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଥୁ -ରାମପୁର ଠାରେ ଭୈରବ ଦେବଙ୍କ ଅପୂର୍ବ ଝାମୁ ଯାତ୍ରା ଅନୁଷ୍ଠିତ
ଆଜିର ଖବର

କଳାହାଣ୍ଡି ଥୁ -ରାମପୁର ଠାରେ ଭୈରବ ଦେବଙ୍କ ଅପୂର୍ବ ଝାମୁ ଯାତ୍ରା ଅନୁଷ୍ଠିତ

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ। ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ। ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।

ଏହି ଝାମୁ ଯାତ୍ରା ରେ କାଳିଶି ଦେହରେ ଅଗ୍ନି ଭୈରବ ଲାଗି କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା ସହ କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ। ଚଳିତ ବର୍ଷ ଯୁବକଳାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ। ସେହିପରି ଶରତ ଚନ୍ଦ୍ର ପୂଝାlରୀଙ୍କ ଦେହରେ ମା ମlଣିକେଶ୍ୱରୀ କlଳିସୀ ରୂପରେ ପ୍ରବେଶ କରିଥିଲେ। ଥୁଅlମୁଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ।

ତତ୍କାଳୀନ ଥୁଅlମୁଳ ରାମପୁର ରାଜା ରାମଚନ୍ଦ୍ରଦେଵ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଜାକ ଯମକରେ ପାଳନ କରାଯାଉଥିବା ଗବେଷକ ଯାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ଓ ଜନଶ୍ରୁତି ରହିଛି।

ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଛି। ଥୁଅlମୁଳ ରାମପୁର ପୀଠର ଏକ ସ୍ୱତନ୍ତ୍ରତା ରହିଛି। ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ। ପ୍ରକୃତି ଏବଂ ମଣିଷ ଓ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ। ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରୁଥିବା ଦେଖା ଯାଇଥାଏ।

କଳାହାଣ୍ଡି ଝାମୁ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆ ପାଇଁ ଏହି ଅଭିଜ୍ଞ ସ୍ପିନ୍ ପ୍ରଶିକ୍ଷକଙ୍କୁ ନିଯୁକ୍ତ କଲା ବିସିସିଆଇ

June 2, 2026

ପୁଣି ବଢିଲା ବସ ଭଡା

June 2, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ହିଂସା ଉପରେ NIA ର କାର୍ଯ୍ୟାନୁଷ୍ଠାନ: ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

June 2, 2026

ଆଫଗାନିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟ ପାଇଁ ଏହି ୧୧ ଖେଳାଳିଙ୍କୁ ମିଳିବ ସୁଯୋଗ!

June 2, 2026
Latest News

ଟିମ୍ ଇଣ୍ଡିଆ ପାଇଁ ଏହି ଅଭିଜ୍ଞ ସ୍ପିନ୍ ପ୍ରଶିକ୍ଷକଙ୍କୁ ନିଯୁକ୍ତ କଲା ବିସିସିଆଇ

June 2, 2026

ପୁଣି ବଢିଲା ବସ ଭଡା

June 2, 2026

ନେହେରୁଙ୍କ ରେକର୍ଡ ଭାଙ୍ଗିବେ ମୋଦି

June 2, 2026

ବଙ୍ଗଳା ନିର୍ବାଚନ ପୂର୍ବରୁ ହିଂସା ଉପରେ NIA ର କାର୍ଯ୍ୟାନୁଷ୍ଠାନ: ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

June 2, 2026

“ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ”: ସୀମା ବିବାଦ ଉପରେ ଭାରତର ନେପାଳକୁ କଡ଼ା ବାର୍ତ୍ତା

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.