Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନାଗଡ଼ ବ୍ଲକ ତଳ ଜାରିଂ ଠାରେ ଅମୃତା ମାତୃ ପିତୃ ସେବା ସମ୍ପନ୍ନ
ଆଜିର ଖବର

ଜୁନାଗଡ଼ ବ୍ଲକ ତଳ ଜାରିଂ ଠାରେ ଅମୃତା ମାତୃ ପିତୃ ସେବା ସମ୍ପନ୍ନ

October 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ତଳ ଜାରୀଙ୍ଗ ଠାରେ ଏହାର ଆଖ ପାଖ ୯ ଟି ଗାଁ ର ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ନେଇ ଅମୃତା ମାତୃ ପିତୃ ସେବା ଆଜି ଭବାନୀପାଟଣା ସ୍ଥିତ ବାଳ ଗୋପାଲ ସେବା ନିକେତନ ଓ ମାତା ଅମୃତାନନ୍ଦ ମୟୀ ମଠ ର ଯୁବ ଶାଖା ଆୟୁଧର ମିଳିତ ପ୍ରୟାସରେ ପ୍ରଫେସର ଡଃ ଯଶୋଧାରା ମିଶ୍ର ଙ୍କ ପ୍ରେରଣାରେ ସମ୍ପନ୍ନ ହୋଇଛି। ଆଧ୍ୟାତ୍ମିକତା କ୍ଷେତ୍ରରେ ତଥା ବିଶ୍ଵ ବ୍ୟାପି ମାନବ ସେବା କ୍ଷେତ୍ରରେ ପ୍ରସିଦ୍ଧ ସଦ ଗୁରୁ ମାତା ଅମୃତାନନ୍ଦ ମୟି ଦେବୀଙ୍କ ନାମରେ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଏହି ସେବାକୁ ଅମୃତା ମାତୃ ସେବା ନାମିତ କରାଯାଇଛି। ପିତା ମାତା ହେଉଛନ୍ତି ଚଳନ୍ତି ଦେବତା ଏବଂ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଆକୁଣ୍ଠିତ ସେବା ଯେ ସନ୍ତାନ ସନ୍ତତି ଙ୍କ ପାଇଁ ଦେବ ପୂଜା ଏବଂ ମାନବ ସେବା ହେଉଛି ଭଗବତ ସେବା , ସମାଜକୁ ଦେଇ ଆସୁଥିବା ସଦ୍ ଗୁରୁ ମାତାଙ୍କ ଦିବ୍ୟ ସନ୍ଦେଶ। ତାଙ୍କରି ନାମାନୁସାରେ ଏହି କାର୍ଯ୍ୟକ୍ରମକୁ ଅମୃତା ମାତୃ ସେବା ନାମିତ କରାଯାଇଛି। ଆଜିକାଲିର ଯୁବ ସମାଜ ଦେବ ତୁଲ୍ୟ ପିତା ମାତାଙ୍କୁ ଅବହେଳା ନ କରି ସେମାନଙ୍କୁ ସଭକ୍ତି ସେବା ଯତ୍ନ କରିବାର ସନ୍ଦେଶ ଦେବା ଉଦ୍ଦେଶ୍ୟ ରେ ତଥା ଗରିବ ଶ୍ରେଣୀର ବୃଦ୍ଧ ବୃଦ୍ଧା ମାତା ପିତା ଙ୍କୁ ଅନ୍ତତଃ ଦିନକ ପାଇଁ ଆନନ୍ଦ ପ୍ରଦାନ କରିବା ଲକ୍ଷ୍ୟ ରେ ଏହା ଆୟୋଜିତ ହୋଇଥାଏ।

ଆଜିର ଏହି କାର୍ଯ୍ୟକ୍ରମରେ କିସ୍ କଳାହାଣ୍ଡିର ଉପ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପ୍ରଧାନ, ଡଃ ଯଶୋଧାରା ମିଶ୍ର, ପୂର୍ବତନ ସରପଂଚ ଗୌରୀ ପାତ୍ର, ବିରଞ୍ଚି ଆଚାର୍ଯ୍ୟ, ଅମୂଲ୍ୟ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତଳ ଯାରିଂ ଗ୍ରାମ ଆଖ ପାଖ ର ୯ଟି ଗ୍ରାମ ଯଥା ଲବଣୀ ପୁର, ବନ୍ଧା ଗାଁ, ତଳଯାରିଂ, ଚେରମୂଲ୍, ଖଇର ମାଲ, ନାନ୍ଦୋଲ, ମିକାସୋଲା, ସୁରୁଗୁଡ଼ା, ଗୁଞ୍ଜୁଗୁଡ଼ା ର ୧୯୧ ଜଣ ପୁରୁଷ ଓ ୩୧୩ ଜଣ ମହିଳା ସର୍ବ ମୋଟ ୫୦୪ ଜଣ ବି ପି ଏଲ ଶ୍ରେଣୀର ବୃଦ୍ଧ ବୃଦ୍ଧା ପିତା ମାତା ଙ୍କୁ ଅନ୍ନ ସେବା, ବସ୍ତ୍ର ସେବା, ସ୍ବାସ୍ଥ୍ୟ ସେବା, ସତ୍ ସଙ୍ଗ ଯୋଗାଇ ଦିଆ ଯାଇଥିଲା। ମୋତିଆ ବିନ୍ଦୁ ପରୀକ୍ଷା କରାଯାଇ ୨୪ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଛି। ଆଗାମୀ ଅକ୍ଟୋବର ୭ତାରିଖ ଦିନ ସେମାନଙ୍କୁ ଭବାନୀ ପାଟଣା ସ୍ଥିତ ଜଗନ୍ନାଥ ନେତ୍ରାଳୟକୁ ଆଣି ନିଃଶୁଳ୍କ ଅସ୍ତ୍ରୋପଚାର କରାଯିବ।

ବାଳ ଗୋପାଲ ସେବା ନିକେତନ ସ୍କାଉଟ ଦଳ, ପୋଲିସ୍ ଉଚ୍ଚ ବିଦ୍ୟାଳୟର ଉଚ୍ଚ ବିଦ୍ୟାଳୟର ଜୁନିଅର ଡିଭିଜନ ଏନସିସି ଦଳ, ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସ୍ବେଚ୍ଛସେବୀ ଭାବେ ସେବା ଯୋଗାଇ ଦେଇଥିଲେ। ଅଜୟ ଗୋପାଲ, ଶିକ୍ଷକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସୁଶିଲ କୁମାର ସାହୁ, ବାଦ୍ୟଯନ୍ତ୍ର ଶିଳ୍ପୀ ସୁଶିଲ ସାହୁ, କୃତ୍ତିବାସ ଦଣ୍ଡସେନା ସଂଗ୍ରାମ ମାଝୀ ପ୍ରଭୃତି ଭଜନ ପରିବେଷଣ କରିଥଲେ ଥିଲେ। ବାଳ ଗୋପାଲ ସେବା ନିକେତନର ପ୍ରତିଷ୍ଠାତା ହେମନ୍ତ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟରାମ ସାହୁ,ଏନସିସି ଅଫିସର ଗଙ୍ଗାଧର ନନ୍ଦଙ୍କୁ ହେମନ୍ତ କୁମାର ମୁଣ୍ଡ କୃତଜ୍ଞତା ଜଣାଇ ଥିଲେ।

ଜୁନାଗଡ ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026
Latest News

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.