Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»DurgaPujaNews»କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ଅନୁଷ୍ଠିତ
DurgaPujaNews

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ଅନୁଷ୍ଠିତ

October 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି। ବିଗତ ଦୁଇ ବର୍ଷ ହେବ ଭକ୍ତ ମାନେ ମାଆଙ୍କର ଛତର ଦର୍ଶନ କରିପାରୁ ନଥିଲେ, ଯାହାଫଳରେ ଚଳିତ ବର୍ଷ ବହୁ ସଂଖ୍ୟାରେ ଭକ୍ତ ମାନେ ମାଆ ଙ୍କର ଛତର ଦର୍ଶନ ପାଇଁ ରାତିସାରା ଉଜାଗର ରହି ଅପେକ୍ଷାରେ ଥିଲେ। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ପରମ୍ପରା ଅନୁଯାୟୀ ଦଶହରା କୃଷ୍ଣ ଅଷ୍ଟମୀ ମୂଲା ଅଷ୍ଟମୀ ଦିନ ଅଭିଷିକ୍ତ ବ୍ରାହ୍ମଣ ମାନଙ୍କ ଦ୍ବାରା ମାଆଙ୍କର ମସ୍ତକ ସ୍ଥାପନ ହେବା ପର ଠାରୁ ଷୋଡଶ ଉପଚାର ପୂଜା ମାଧ୍ୟମରେ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମହାଷ୍ଟମୀ ମଧ୍ୟ ରାତ୍ରି ରେ ମାଆଙ୍କର ଭୈରବ ବୁଢ଼ାରାଜାଙ୍କ ପାଖରେ ମହାପଶୁ ବଳି ହେବା ପରେ ମାଆଙ୍କର ପ୍ରତ୍ୟକ ଛତର ମନ୍ଦିର ରୁ ବାହାରି ଉଗ୍ର ରୂପରେ ସହର ଉପକଣ୍ଠ ଜେନାଖାଲ ପାଖକୁ ଯାଇଥାନ୍ତି। ଏହି ଯାତ୍ରା ସମୟରେ ସ୍ଥାନୀୟ ଲୋକେ କେହି ଦର୍ଶନ କରିବା ବାରଣ ଥିଲେ ମଧ୍ୟ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ବହୁ ଦୂର ଦୁରାନ୍ତରୁ ଆସୁଥିବା ଲୋକେ ରାସ୍ତା ଘାଟରେ ଦର୍ଶନ କରି ଦେଉଥିବା ଦେଖାଯାଏ। ମା’ ମଣିକେଶ୍ଵରୀଙ୍କର ଛତର ଜେନା ଖାଲ ରେ ପହଞ୍ଚିବା ପରେ ସେଠାରେ ଗୁପ୍ତ ପୂଜା ସହିତ ବଳି ଭୋଗ ଦିଆଯିବା ପରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ଜେନଖାଲ ରୁ ମାଆଙ୍କ ଛତରକୁ ବ୍ରାହ୍ମଣ ସେବାୟତ ମାନେ ଧାରଣ କରି ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ବାହାରିଥାନ୍ତି। ଏହାକୁ ହିଁ ମା ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା କୁହାଯାଇଥାଏ।

ଏହି ଛତର ଯାତ୍ରା ସମୟରେ ମାନସିକ ଧାରି ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଭୋଗ ଅର୍ପଣ କରିଥାନ୍ତି। ମା’ଙ୍କ ଉପରେ ଭକ୍ତ ମାନଙ୍କ ଅଗାଧ ବିଶ୍ବାସ ରହିଛି। ସବୁଠାରୁ ଭବାବେଗର ବିଷଯ ହେଲା ମାଆଙ୍କ ଛତର ମନ୍ଦିର ରୁ ବାହାରିବା ପରେ ମନ୍ଦିରରେ ପାରା ଛାଡି ଦିଆଯାଇଥାଏ, ସେହି ପାରା ସିଧା ଜେନା ଖାଳ କୁ ଯାଇ ସେଠାରୁ ଛତର ଉପରେ ବସି ମନ୍ଦିରକୁ ଫେରିଥାନ୍ତି। ଏତେ ଜନ ଗହଳି ବାଦ୍ୟ, କୋଳାହଳ, ହେଉଥିଲେ ମଧ୍ୟ ପାରା ଗୁଡିକ ଛତର ଉପରେ ହିଁ ବସି ରହିଥାନ୍ତି। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ଵରୀଙ୍କର କିମ୍ବଦନ୍ତୀ ଅନନ୍ୟ, ପରମ୍ପରା ମଧ୍ୟ ଅନନ୍ୟ। ମା’ ଙ୍କର ଛତର ମନ୍ଦିରକୁଫେରିବା ପରେ ରାଜା ସମ୍ମାନର ସହ ବନ୍ଦାପନା କରି ମନ୍ଦିରକୁ ପାଛୋଟି ନେବାର ପରମ୍ପରା ରହିଛି। ପରଦିନ ଲାଖ ମରା ପଡ଼ିଆକୁ ଛତର ବିଜେ କରିଥାନ୍ତି ଏବଂ ସେଠାରେ ଲାଖ ମରା ପ୍ରତିଯୋଗିତା ହୋଇଥାଏ ଓ ବିଜୟୀଙ୍କୁ ରାଜା ଘର ପକ୍ଷରୁ ସମ୍ମାନିତ କରାଯାଇଥାଏ। ଭକ୍ତ ବତ୍ସଲା ମାଆ ମାନିକେଶ୍ଵରୀଙ୍କ ପକ୍ଷରୁ କେବେ କେହି ଖାଲି ହାତରେ ଫେରି ନାହି ବୋଲି ଭକ୍ତ ମାନକର ବିଶ୍ବାସ ରହିଛି ଚଳିତ ବର୍ଷ ଛତର ଯାତ୍ରା ସରଖୁରୁରେ ପାଳନ ହୋଇଯାଇଛି।

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକ୍ୟ ଦେବୀ ମା’ ମଣିକେଶ୍ଵରୀଙ୍କ ଆଉ ଏକ ଅଂଶ ବିଶେଷ ଥୁଆମୂଳ ରାମପୁର ଠାରେ ପୂଜିତ ହେଉଥିବା ବେଳେ ସେଠାରେ ମଧ୍ୟ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

କଳାହାଣ୍ଡି ଛତର ବିଜୟ ଯାତ୍ରା ମାଣିକ୍ୟ ଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.