Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହିନ୍ଦୁ ରୀତିନୀତିରେ ବାଲେଶ୍ୱରର ଝିଅ ଜୟଶ୍ରୀଙ୍କୁ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ
ଆଜିର ଖବର

ହିନ୍ଦୁ ରୀତିନୀତିରେ ବାଲେଶ୍ୱରର ଝିଅ ଜୟଶ୍ରୀଙ୍କୁ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ

November 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶେଷରେ ଜର୍ମାନୀରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ସମ୍ବଲପୁର ଜିଲ୍ଲା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ମାଟିର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିଷାନ୍ ରେଢାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ହିନ୍ଦୁଧର୍ମର ରୀତିନୀତି ଅନୁଯାୟୀ ବୈଦିକ ରୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବାଲେଶ୍ୱର ଜୟଶ୍ରୀ ଜେନାକୁ ହାତଧରି ଏକ ଇତିହାସ ପାଲଟିଛନ୍ତି। ବାହାଘରର ସାଜସଜ୍ଜା ତୋରଣ ବେଶ୍ ଆକର୍ଷଣୀୟ ହେବା ସହ ଚଳଚ୍ଚିତ୍ର ହେଉ ବା କ୍ରିକେଟ୍ ଖେଳାଳୀ ଯେମିତି ବାହାଘରରେ ସୁସଜ୍ଜିତ କରିଥାନ୍ତି ଠିକ୍ ସେଇପରି ରେଢାଖୋଲ ମାଟିରେ ଆକର୍ଷଣୀୟ ତୋରଣ ଦେଖିବାକୁ ମିଳିଥିଲା। ଦୁଇ ଦିନ ଧରି ରେଢାଖୋଲ ମାଟିକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଡଃ ଶେଷ କିସାନଙ୍କ ଫ୍ୟାନ୍ ମାନଙ୍କର ଆଗମନ ଦେଖିବାକୁ ମିଳିଥିଲା।

ରେଢାଖୋଲ କଲ୍ୟାଣ ମଣ୍ଡପରେ ମଧ୍ୟ ଉଭୟଙ୍କ ବିଭିନ୍ନ ଭଙ୍ଗୀର ଫଟୋ ସହିତ ସାଜସଜା କରାଯାଇଥିଲା। ରେଢାଖୋଲର ସୁନନ୍ଦ ପ୍ରଧାନ ଏବଂ ତାଙ୍କ ପତ୍ନୀ ସୌଦାମିନୀ ପ୍ରଧାନ ପୁଅର ପିତା ମାତା ଭାବରେ ଦାୟିତ୍ୱ ତୁଲାଇଥିଲେ। ବାଲେଶ୍ୱର ବାଲିଆପାଳ ଅଂଚଳର ଗୋପାଳକୃଷ୍ନ ଜେନା ଏବଂ ସୁଚିତ୍ରା ଜେନାଙ୍କ ଜ୍ୟେଷ୍ଠ କନ୍ୟା ଜୟଶ୍ରୀ ଜେନାଙ୍କୁ ସେ ବିବାହ କରିଛନ୍ତି। ଜୟଶ୍ରୀ ଜେନା ପୂର୍ବରୁ ରଜ କୁଇନ୍ ରେ ଫାଇନାଲିଷ୍ଟ ଥିଲେ ବୋଲି ଶେଷ ପ୍ରକାଶ କରିଛନ୍ତି। ସେ ନୃତ୍ୟ ଏବଂ ସଙ୍ଗୀତକୁ ଭଲ ପାଆନ୍ତି। ଜୟଶ୍ରୀ ବିବିଏ ପାଠ ପଢିଛନ୍ତି।

ସେମାନଙ୍କ ବିବାହ ଆଗରୁ ହେବାର ଥିଲେ ମଧ୍ୟ ଲକ୍ ଡାଉନ୍ ଯୋଗୁଁ ୨ ବର୍ଷ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇ ପାରି ନ ଥିଲେ। ଜୟଶ୍ରୀ ଜେନାକୁ ସେ ପାଇ ବହୁତ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। ସେ ଗତ ୩ ବର୍ଷ ହେଲା ଜର୍ମାନୀର ଜର୍ଜ ଅଗଷ୍ଟ ୟୁନିଭରସିଟି ଅଫ୍ ଗଟିଙ୍ଗ ଜେନ୍ ରେ ଅର୍ଗାନିକ୍ କେମିଷ୍ଟ୍ରି ବିଷୟରେ ଅଧ୍ୟୟନ କରିବା ସହ ପିଏଚ୍‌ଡି ମଧ୍ୟ ହାସଲ କରିଥିଲେ। ସେମାନଙ୍କ ବିବାହ ମେଟ୍ରିମୋନି ମାଧ୍ୟମରେ ହୋଇଥିବା ସୂଚନା ମିଳିଛି। କନ୍ୟା ଘର ମଧ୍ୟ ଏଥିପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ଜର୍ମାନୀରେ ବିବାହ ପାଇଁ ବହୁତ ଝିଅ ମୋତେ ପସନ୍ଦ କରିଥିବା ବେଳେ ଓଡିଶାର ଝିଅକୁ ବିବାହ କରିବି ବୋଲି ଅତୀତରେ ଆମ ପ୍ରତିନିଧିଙ୍କୁ ଡଃ ଶେଷ ପ୍ରକାଶ କରିଥିଲେ। ତାଙ୍କର ଏହି ବିବାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।

ଏହି ବାହାଘର ଅବସରରେ ଶେଷଦେବ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏକ ଇତିହାସ ପାଲଟିଥିବା ବେଳେ ଡଃ ଶେଷଦେବ ଫାର୍ମା ଲିମିଟେଡ୍ ନାମକ ଏକ ଔଷଧ କଂପାନୀ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି କଂପାନୀ ହେବା ଦ୍ୱାରା ବହୁତ କମ୍ ମୂଲ୍ୟରେ ଔଷଧ ଲୋକମାନଙ୍କ ପାଖରେ ପହଂଚାଇବାର ଲକ୍ଷ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏପରିକି ଲୋକମାନଙ୍କୁ ହେଉଥିବା ଉଚ୍ଚ ରକ୍ତଚାପ ତଥା ମଧୁମେୟ ରୋଗୀମାନଙ୍କର ଉପଚାର ପାଇଁ ଜେନେରିକ୍ ମେଡିସିନ୍ ଯୋଗାଇଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଖୁବ୍ ଶିଘ୍ର ଏହି କଂପାନୀରୁ ଓøଷଧ ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଶେଷ କିସାନ୍। ତାଙ୍କର କଂପାନୀର ମୂଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏପରିକି ସମସ୍ତ ଜିଲ୍ଲାରେ ଏହାର ଶାଖା କାର୍ଯ୍ୟାଳୟ କରାଯିବାକୁ ଲକ୍ଷ୍ୟ ରଖିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କଂପାନୀର ଲାଭାଂଶ ଗରୀବ ଲୋକମାନଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ଡଃ ଶେଷ କିସାନ୍ ପ୍ରକାଶ କରିଛନ୍ତି। ଏହି କଂପାନୀର ଦାୟିତ୍ୱ ତାଙ୍କ ପତ୍ନୀ ମଧ୍ୟ ତୁଲାଇବେ ବୋଲି ଶେଷ ପ୍ରକାଶ କରିଛନ୍ତି।

ସୂଚନା ଥାଉକି ଗତ ତା ୧୦/୧୧/୨୦୨୨ରେ ୩ ଟା ସମୟରେ ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଥିଲେ। ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ। ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସ ଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ୍ଣ ଉପସ୍ଥିତ ଥିଲେ। ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିଲେ ବୋଲି ପ୍ରକାଶ କରିଥିଲେ। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରଥିଲେ। ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି।

ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଇତିହାସ ପାଲଟିଛନ୍ତି। ନିଜର ଅସାଧାରଣ ପ୍ରତିଭା,ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026
Latest News

ସୁପ୍ରିୟା ପଣ୍ଡାଙ୍କୁ ଦ୍ୱାଦଶ ‘ଜଗଦୀଶ କଥା ସମ୍ମାନ’: ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ଶାନ୍ତନୁ କୁମାର ନାୟକ

February 17, 2026

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.