Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ
ଅନ୍ତରାଷ୍ଟ୍ରୀୟ

ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

December 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sculpture
ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ଵର: ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଶିବିର ଆୟୋଜନ କରାଯାଇଛି।

ଏହି ସିମ୍ପୋଜିୟମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ଵାଗତ କରିଥିଲେ ଓ ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ,ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀଯୁକ୍ତ ମୟୂର ସୂର୍ଯ୍ୟବଂଶୀ,ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ଵିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଷ୍ଟାମ୍ପ-୩.୦ କାର୍ଯ୍ୟକ୍ରମ ମଧ୍ୟରେ ଉକ୍ତ ଭାସ୍କର୍ଯ୍ୟ କଳା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି ଓ ଏହି ଶିବିରରୁ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାଗୁଡିକ ଭୁବନେଶ୍ଵରର ପ୍ରମୁଖ ସ୍ଥାନ ଗୁଡିକରେ ସଂସ୍ଥାପନ କରାଯାଇ ସହରର ଶୋଭା ବୃଦ୍ଧି କରାଯିବ ଓ ଏହି ସିମ୍ପୋଜିୟମରେ ଆମେରିକାରୁ କାରୋଲ ଟର୍ନର, ଇଟାଲୀରୁ ଏଲିନା ସାରାସିନୋ, କୋରିଆରୁ ସୋଡଙ୍ଗ ଚୋଏ, ଇଜିପ୍ଟରୁ ଖଲିଦ ଅବଦୁଲା, ଫ୍ରାନ୍ସରୁ ଆଲେକ୍ସ ଲବେଜୋଫ ଓ ଗଦାଧର ଓଝା,

ସେହିପରି ଓଡ଼ିଶାରୁ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଦିଲ୍ଲୀରୁ ଚୁଗୁଲି ସାହୁ, କାଳିକିଙ୍କର ଦେ ଓ ଟୁଟୁ ପଟ୍ଟନାୟକ, ମହରାଷ୍ଟ୍ରରୁ ପଙ୍କଜ ଗହଲଟ, ଚଣ୍ଡିଗଡରୁ ବିଶାଲ ଭଟ୍ଟନାଗର, ମୁମ୍ବାଇରୁ ରତନ ସାହା, ବାଙ୍ଗାଲୋରରୁ ଡ. ଜ୍ଞାନେଶ ମିଶ୍ର, କେରଳରୁ ରାଜଶେଖର ନାୟର ଓ ଜାମ୍ମୁ କାଶ୍ମିରରୁ ଚନ୍ଦର ପ୍ରକାଶ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି ଓ ଭାସ୍କର୍ଯ୍ୟ ଶିଳ୍ପୀମାନେ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୮ ଫୁଟରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ଓ ସ୍କ୍ରାପ ଭାସ୍କର୍ଯ୍ୟ ମାନ ଗଢିବେ ଓ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଏହି ସିମ୍ପୋଜିୟମ ଅବସରରେ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଜୀବନ ଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କାର‌୍ୟ୍ୟକ୍ରମ ରହିଛି ଓ

କଳାଭୂମି
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.