Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ୪୦୦ ଜଣ ହସ୍ତଶିଳ୍ପ କାରିଗରଙ୍କ କଳାକୃତିର ପ୍ରଦର୍ଶନ
ବିଶେଷ ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ୪୦୦ ଜଣ ହସ୍ତଶିଳ୍ପ କାରିଗରଙ୍କ କଳାକୃତିର ପ୍ରଦର୍ଶନ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ToshaliMela
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ୪୦୦ ଜଣ ହସ୍ତଶିଳ୍ପ କାରିଗରଙ୍କ କଳାକୃତିର ପ୍ରଦର୍ଶନ

ଭୁବନେଶ୍ୱର: ହସ୍ତଶିଳ୍ପ, ବୟନ ଓ ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟାରେ ହସ୍ତଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶୋଭନ କ୍ରୀଷ୍ଣା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ନିବେଦନ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ।

ଆଜି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଓଡିଆ ସଙ୍ଗୀତ ଜଗତର ଚିରପରିଚିତ ସଙ୍ଗୀତ ନିର୍ଦ୍ଦେର୍ଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ପ୍ରଶାନ୍ତ କୁମାର ପାଢୀ ଏବଂ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ଦାଶ, ଶ୍ରୀ ସୁବାସ ଦାଶ ଓ ଶ୍ରୀ ତାନସେନ ସିଂ ଓଡିଆ ଓ ହିନ୍ଦୀ ଭାଷାର ପୁରାତନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ସୁମଧୁର ସଙ୍ଗୀତର ମାହୋଲକୁ ଦର୍ଶକମାନେ ଭରପୂର ଉପଭୋଗ କରିଥିଲେ।

ଚଳିତ ବର୍ଷ ଏହି ମେଳା ପରିସରରେ ସମୁଦାୟ ୪୦୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ ହସ୍ତଶିଳ୍ପ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଯଥା ପଟ୍ଟଚିତ୍ର, ତାଳପତ୍ର ଚିତ୍ର, କାଠ କେ„ଇ, କଂସା ଓ ପିତ୍ତଳ କାମ, ନଡିଆ ହସ୍ତଶିଳ୍ପ, ଝୋଟ ଶିଳ୍ପ, ଡୋକରା, ଜନଜାତି ଅଳଙ୍କାର, ସବାଇ ଘାସ ଶିଳ୍ପ, କାଇଁଚ ଶିଳ୍ପ, ପଥର ଖୋଦେଇ, କାଗଜ ମୁଖା, ଶିଙ୍ଗ କାମ, ରୂପା ତାରକସି, ଲାଖ ଶିଳ୍ପ, ନଡିଆ କତା ଶିଳ୍ପ ଇତ୍ୟାଦି ପ୍ରଦର୍ଶନପୂର୍ବକ ବିକ୍ରିବଟା କରୁଛନ୍ତି।

ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ପଶିମବଙ୍ଗ, ଗୁଜୁରାଟ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ପୁଡୁଚେରୀ, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ସିକିମ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ହରିୟାନା, ମଣିପୁର, ତ୍ରିପୁରା, ତାମିଲନାଡୁ, ହିମାଚଳ ପ୍ରଦେଶ ରୁ ୨୫୦ ଜଣ କାରିଗର ସେମାନଙ୍କର କଳାକୃତି ପ୍ରଦର୍ଶନ କରିଛନ୍ତି।

ଆଜି ତୋଷାଳି ଜାତୀୟ ମେଳାର ଚତୁର୍ଥ ସଂଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନଗହଳି ହୋଇଥିଲା। ଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନର ମଜା ଉଠାଉଛନ୍ତି। ଏଯାବତ ମେଳାରେ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟ ଷ୍ଟଲ ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨, ୨୦୨୩ ପର୍ଯ୍ୟନ୍ତ ଚାଲିବ।

Toshali Mela ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Latest News

ହର୍ଷିତ ରାଣାଙ୍କ ବଦଳ ଖେଳାଳି ଘୋଷଣା କଲା ବିସିସିଆଇ: ସାମିଲ ହେଲେ ଏହି ଘାତକ ବୋଲର

February 7, 2026

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.