Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର କଳାକୃତି ପ୍ରଦର୍ଶିତ
ବିଶେଷ ଖବର

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର କଳାକୃତି ପ୍ରଦର୍ଶିତ

February 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Toshalimela
ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର କଳାକୃତି ପ୍ରଦର୍ଶିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ।

ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ସିଡାକର ମେମ୍ବର ସେକ୍ରେଟାରୀ ଶ୍ରୀ ଶିଶିର କୁମାର ରଥ, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି, ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଚଳିତ ବର୍ଷ ଏହି ମେଳା ପରିସରରେ ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ୬ଟି ହସ୍ତଶିଳ୍ପ ଯଥା ଚାନ୍ଦୁଆ, ପଟ୍ଟଚିତ୍ର, ଟେରାକୋଟା, ପଥର ଓ କାଠ ଖୋଦେଇ, ତାଳପତ୍ର ଖୋଦେଇ ଆଦିରେ ସେମାନଙ୍କର କଳାକୃତି ପ୍ରଦର୍ଶନ କରୁଛନ୍ତି । ଏହା ଛଡ଼ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସିଡାକ୍‌ର ମିଳିତ ସହଯୋଗରେ ନଡ଼ିଆ କତା ହସ୍ତଶିଳ୍ପରେ ୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଭିନ୍ନକ୍ଷମ ପିଲାମାନେ ନିଜର ପ୍ରତ୍ୟକ୍ଷ କଳା ପ୍ରଦର୍ଶନ କରିବା ସହ ବିକ୍ରିବଟା କରୁଛନ୍ତି ।

ଏହି ୭ ଦିନରେ ୨୫,୦୦୦ ହଜାରରୁ ଊଦ୍ଧ୍ୱର୍ ଟଙ୍କାର ବେପାର ହୋଇସାରିଲାଣି । ତୋଷାଳୀ ମେଳାରେ ଏଯାବତ୍‌ ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟଷ୍ଟଲର ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ।

ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଚର୍ଚ୍ଚିତ ସୁନାମଧନ୍ୟ ଗାୟକ ମଣ୍ଟୁ ଛୁରିଆ ବିଭିନ୍ନ ସମ୍ବଲପୁରୀ ଗୀତ ଗାଇ ଦର୍ଶକମାନଙ୍କୁ ଗୀତର ତାଳେ ତାଳେ ଝୁମାଇ ଥିଲେ । ପୁରାତନ ଓ ଆଧୁନିକ ଗୀତ ପରିବେଷଣ କରିବା ସହ ଦର୍ଶକମାନଙ୍କ ଭରପୂର ମନୋରଂଜନ କରାଇଥିଲେ । ଆଜିର ସଙ୍ଗୀତ ମାହୋଲଟି ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଥିଲା ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସଂଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Toshali Mela ତୋଷାଳୀ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026

ଇରାନରେ ପରମାଣୁ ବିକିରଣ ବ୍ୟାପିଲେ କେତେ ଦେଶ ବିପଦରେ ପଡ଼ିବେ?: ଜାଣନ୍ତୁ ସବିକିଛି

March 3, 2026

ୟୁଏଇରେ ଫସି ରହିଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି: ଜାଣନ୍ତୁ ଦୂତାବାସ କ’ଣ କହିଛି?

March 3, 2026
Latest News

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.