
ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳ ପାଇଁ ନୁଆ କୂଳପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ତଥା କୂଳାଧିପତି ପ୍ରଫେସର ଗଣେଶୀଲାଲ। ସେ ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କୁ କୁଳପତି ଭାବେ ତିନିବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜଭବନ ତରଫରୁ ସୂଚନା ଦିଆଯାଇଛି।
ପ୍ରଫେସର ସ୍ବାଇଁ ବର୍ତ୍ତମାନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଅଛନ୍ତି। ତାଙ୍କର ବର୍ତ୍ତମାନ 31 ବର୍ଷର ଶିକ୍ଷା ପ୍ରଦାନର ଅଭିଜ୍ଞତା ରହିଛି। ଏଥିସହିତ ସହିତ ଆଜି ପର୍ଯ୍ୟନ୍ତ ସେ 10ରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି। ସେହିପରି ତାଙ୍କ ତତ୍ବାବଧାନରେ 2 ଜଣ ଡିଲିଟ, 15 ଜଣ ପିଏଚଡି, 56 ଜଣ ଏମଫିଲ କରିଛନ୍ତି।