Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ବର୍ଷ ଧୂମଧାମରେ ପାଳିତ ହେବ ବାଣପୁରର ଐତିହାସିକ ପଞ୍ଚଦୋଳ!: ଆରମ୍ଭ ହେଲାଣି ପ୍ରସ୍ତୁତି
ଆଜିର ଖବର

ଚଳିତ ବର୍ଷ ଧୂମଧାମରେ ପାଳିତ ହେବ ବାଣପୁରର ଐତିହାସିକ ପଞ୍ଚଦୋଳ!: ଆରମ୍ଭ ହେଲାଣି ପ୍ରସ୍ତୁତି

February 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଜମିବ ବାଣପୁର ଐତିହାସିକ ପଞ୍ଚଦୋଳ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯିବ ବୋଲି ଜଣାପଡିଛି।  ଏଥି ନିମନ୍ତେ ଏବେଠାରୁ ପ୍ରସ୍ତୁତ ହେଉଛି ପଲଟନ ପଡିଆ। ଚଳିତ ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖ ବିଳମ୍ବିତ ରାତିରେ ସମସ୍ତ ବିମାନ ପଡିଆ ମଧ୍ୟକୁ ଓହ୍ଲାଇବେ। ଇତି ମଧ୍ୟରେ ବାଣପୁର ବ୍ଲକ ଓ ଏନଏସି ରେ ଦୁଇ ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଉଭୟ କିପରି ଚଳିତ ବର୍ଷ ପଞ୍ଚଦୋଳ ଧୁମଧାମରେ ପାଳିତ ହେବ ତାହାକୁ ଗୁରୁତ୍ୱ ଦେଉଛନ୍ତି।

ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହେବ ବୋଲି ଜଣାପଡିଛି। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି।

ବିଗତ ଦୁଇ ବର୍ଷ ହେଲା ଜନସାଧାରଣଙ୍କୁ କୋଭିଡ ଦାଉରୁ ବଞ୍ଚାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକୁ ମୁଣ୍ଡପାତି ସହିନେଇ ଅନିଚ୍ଛାସତ୍ତ୍ୱେ ପଞ୍ଚଦୋଳ କମିଟି ବହୁ କଠୋର ପଦକ୍ଷେପ ହାତକୁ ନେଇଥିଲା, ଏପରିକି ଭକ୍ତଙ୍କୁ ପଡିଆ ମଧ୍ୟକୁ ନଆସିବା ପାଇଁ ବାରଣ କରିବାକୁ ବାଧ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ବାଣପୁରବାସୀ ଆଶା ରଖିଛନ୍ତି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେଶ କଲମାଡିଙ୍କ ୮୨ ବର୍ଷ ବୟସରେ ପରଲୋକ

January 6, 2026

ଜୀ ସାର୍ଥକରେ ଜାନୁଆରୀ ୧୧ ସନ୍ଧ୍ୟା ୬:୩୦ ରେ ୱାର୍ଲଡ ଟିଭି ପ୍ରିମିଅର ହେବ ଓଡ଼ିଆ ଫିଲ୍ମ “ଚ୍ୟାଲେଞ୍ଜ”

January 6, 2026

ବୈଭବ ସୂର୍ଯ୍ୟବଂଶୀଙ୍କ ବିପର୍ଯ୍ୟୟ: ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ୍ ଜିତିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ

January 6, 2026

ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା, ଗୋଟିଏ ଦିନରେ ଦୁଇଟି ଘଟଣା

January 6, 2026

ପ୍ରଥମ ତିନୋଟି ତ୍ରୈମାସରେ ପୁଞ୍ଜିଗତ ବ୍ୟୟର 80 ପ୍ରତିଶତରୁ ଅଧିକ ଉପଯୋଗ କଲା ରେଳବାଇ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.