Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ଉତ୍ସବରେ ମନମୋହିଲା ବଜନିଆ ନୃତ୍ୟ
ବିଶେଷ ଖବର

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ଉତ୍ସବରେ ମନମୋହିଲା ବଜନିଆ ନୃତ୍ୟ

April 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
LokaNrutya
ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ଉତ୍ସବରେ ମନମୋହିଲା ବଜନିଆ ନୃତ୍ୟ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ୨ୟ ଦିବସ ବେଶ ଆକର୍ଷଣୀୟ ଥିଲା।

ଆଜିର କାର‌୍ୟ୍ୟକ୍ରମରେ ପ୍ରଥମେ ପରିବେଷଣ କରାଯାଇଥିଲା ମାଲକାନଗିରିରୁ ଆସିଥିବା ଲୋକନୃତ୍ୟ ଦଳଙ୍କକୋୟା ନୃତ୍ୟ ପରିବେଷଣ । ସେହିପରି ଅନୁଗୋଳର ରାବଣଛାୟା ନୃତ୍ୟ ସଂସଦ ତରଫରୁ ଛାୟା ନୃତ୍ୟ, ସମ୍ବଲପୁରରୁ ସମ୍ୱଲପୁରୀ ଲୋକ ନୃତ୍ୟ(ବଜନିଆ), ରେମୁଣାସ୍ଥିତ ମା ଭଗବତୀ ଚଢେୟା ନାଚ ଅନୁଷ୍ଠାନ ତରଫରୁ ଚଢେୟା ଚଢେୟାଣୀ ନାଚ।

ସେହିପରି କେନ୍ଦ୍ରାପଡାର ବିନୋରୀ କେନ୍ଦରାଗୀତ ଓ ପାଲା ଅନୁଷ୍ଠାନ ତରଫରୁ କେନ୍ଦରାଗୀତ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଂଜର କୀଚକେଶ୍ୱରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ତରଫରୁ ଝୁମର ନୃତ୍ୟ, ବୌଦ୍ଧର ଜଗନ୍ନାଥ ଯୁବକସଂଘ ତରଫରୁ ଶବର ନାଚ, କୋରାପୁଟର କୋଟପାଡ କଳାବିକାଶ କେନ୍ଦ୍ର ଦ୍ୱାରା ଢେମସା, ରାୟଗଡାର ଦେବଗିରି କଳା ପରିଷଦ ତରଫରୁ ଗୁର୍କି ଲୋକନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

ଆଜିର କାର‌୍ୟ୍ୟକ୍ରମରେ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ଶ୍ରୀମତୀ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ ସଂଧ୍ୟାକୁ ଉଦ୍ଘାଟନ କରିବା ସହିତ ସମସ୍ତ କଳାକାର, ନୂତ୍ୟଗୁରୁ ଓ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ଫୁଲ, ଚନ୍ଦନ, ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭଗବତ୍ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଆଜିର କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଗଣଶିକ୍ଷା ବିଭାଗ ସଂଯୋଜନାରେ ଡଃ. ସନାତନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ଗୀତ ଶୈଳୀରେ ପଣକିଆ ମାଧ୍ୟମରେ ଓଡିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଗାନ କରିଥିଲେ,ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଉତ୍କଳ ମଣ୍ଡପ ଠାରେ ବହୁ ସଂଖ୍ୟାରେ ଲୋକ କଳାପ୍ରେମୀ, ସଂସ୍କୃତି ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ଉପଭୋଗ କରିବା ସହିତ କକଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୂଜା ତାରିଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଲୋକନୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026
Latest News

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.