Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ
ଆଜିର ଖବର

ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ

April 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ। ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ। ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସହିଦନଗରସ୍ଥିତ ‘ନିମନ୍ତ୍ରଣ’ରେ ପଣା ପ୍ରସ୍ତୁତି ପର୍ବ ବହୁ ଆଡମ୍ବରରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ମିଳିତ ଆନୁକୂଲ୍ଯରେ ଆୟୋଜନ କରାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ ଯେ ଓଡିଶାର ସଂସ୍କୃତି ସହ ପଣା ଅଙ୍ଗାଅଙ୍ଗୀ ଭାବେ ଜଡିତ। ଖୁସିର ବିଷୟ ହେଉଛି ଓଡିଆ ମାନଙ୍କ ନବ ବର୍ଷ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି। କ୍ଷୀର, ଛେନା, ଗୁଡ, ବେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପାରମ୍ପରିକ ଭାବେ ଏହି ତୃଷ୍ଣା ମେଣ୍ଟାଉଥିବା ପାନୀୟ ପ୍ରସ୍ତୁତ କରାଯାଏ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ର ଜନପଥରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳ ଛତ୍ରର ଉଦଘାଟନ କରିଥିଲେ। ଏହାଦ୍ବାରା ପଥଚାରୀ ମାନେ ଦେୟମୁକ୍ତ ଭାବେ ପାଣି ପିଇ ପାରିବେ। ସେହିଭଳି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ୩୦ଟି ସ୍ଥାନରେ ମଧ୍ୟ ଜଳଛତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ।

ଏହି ଅବସରରେ ନିମନ୍ତ୍ରଣର ମୁଖ୍ୟ ସେଫ ସଞ୍ଜୟ ସରକାର ପଣା ପ୍ରସ୍ତୁତି ପ୍ରକ୍ରିୟା ସଂପର୍କରେ ଉପସ୍ଥାପନ କରିଥିଲେ। ପ୍ରାୟ ୨୫ ଜଣ ସେଲିବ୍ରିଟି ସେଫ ଏଫ ଫୁଡ ବ୍ଲଗର ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ବେଲ ଏବଂ ଛେନା ଓ ବିଭିନ୍ନ ଫଳକୁ ମୁଖ୍ୟ ସାମଗ୍ରୀ ଭାବେ ନେଇ ଦୁଇ ପ୍ରକାର ପଣା ପ୍ରସ୍ତୁତ କରାଯାଇଥିଲା। ସେହିଭଳି ଶରୀର ଶୁଦ୍ଧ ନିମନ୍ତେ ଧନିଆ ପତ୍ର, ସତେଜ ପନିପରିବା, ଫଳ ଓ ମହୁକୁ ନେଇ ମଧ୍ୟ ଏକ ପଣା ପ୍ରସ୍ତୁତ କରାଯାଇଥିଲା।

ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କଥାବାର୍ତ୍ତା ବେଳେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ପଣାର ସ୍ବାସ୍ଥ୍ୟ ଉପକାରିତା ଓ ଶୋଷ ମେଣ୍ଟାଇବାରେ ଏହାର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ। ଏହି ପାରମ୍ପରିକ ପାନୀୟର ପ୍ରଚାର ଓ ପ୍ରସାର ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତିରିକ୍ତ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ସଚିବ ଶ୍ରୀମତୀ ଏଲୋରା ଭାରତୀ ଜେନା, ଆର୍ଥିକ ପରାମର୍ଶଦାତା ଶ୍ରୀ ରାଜକିଶୋର ପଲେଇ, ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତ, ମ୍ୟାନେଜର ଅଭିଜିତ ସ୍ବାଇଁ, ପର୍ଯ୍ୟଟନ ବିଭାଗ ଓଏସଡି ଶ୍ରୀ ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଆ ନବବର୍ଷ ଉପଲକ୍ଷେ ନିମନ୍ତ୍ରଣକୁ ଆସୁଥିବା ସମସ୍ତ ଅତିଥି ମାନଙ୍କୁ ଶୁଦ୍ଧ ନିରାମିଷ ସ୍ବତନ୍ତ୍ର ସଂକ୍ରାନ୍ତି ମିଲ ପରଷା ଯିବ ବୋଲି ଘୋଷଣା କରାଯାଇଥିଲା।

ଏହି ଅବସରେ ସେଲିବ୍ରିଟି ସେଫ ଏବଂ ଫୁଡ ବ୍ଲଗର ମାନଙ୍କୁ ଉପହାର ସ୍ବରୂପ ନୂତନ ବର୍ଷର ଓଡିଆ ପାଞ୍ଜି ଏବଂ ଓଡିଆ କ୍ୟାଲେଣ୍ତର ପ୍ରଦାନ କରାଯାଇଥିଲା।

ଓଟିଡିସି ପଣା ସଂକ୍ରାନ୍ତି ପର୍ଯ୍ୟଟନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.