Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଗିରୀଶ କର୍ଣ୍ଣାଡଙ୍କର ଅନନ୍ୟ ନାୟକ ତୁଗଲକ ର ବିଦାୟ ନାହିଁ
ସଂସ୍କୃତି

ଗିରୀଶ କର୍ଣ୍ଣାଡଙ୍କର ଅନନ୍ୟ ନାୟକ ତୁଗଲକ ର ବିଦାୟ ନାହିଁ

June 10, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ

ନାଟକର ନାଆଁ ତୁଘଲକ।ନାଟକଟି ମୂଳ କନ୍ନଡରେ ଲେଖା ୧୯୬୪ମସିହାରେ।ପରେ ଏହା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଏ ଓ ମଞ୍ଚ ନାଟକ ହିସାବରେ ଅତ୍ୟନ୍ତ ସଫଳ ହୁଏ।ତୁଘଲକ ନାଟକ ଯାହା ଉପରେ ଆଧାରିତ ସେ ଜଣେ ଐତିହାସିକ ଚରିତ୍ର।ମହମ୍ମଦ ବିନ୍ ତୁଘଲକ୍।ଭାରତର ମସନଦ ରେ ବସି ତାଙ୍କର ଶାସନ କରିବାର ସମୟ ହେଉଛି ଚତୁର୍ଦ୍ଦଶ ଶତାବ୍ଦୀ,୧୩୨୫ଖ୍ରୀଅ ଠାରୁ ୧୩୫୧ ଖ୍ରୀଅ।ପ୍ରାକ୍ ମୁଘଲ କାଳର ଏହି ଚର୍ଚ୍ଚିତ ମୁସଲମାନ ନରପତି ଜଣଙ୍କ ବିଷୟରେ ଆମର ଏଠିକାର ଇତିହାସ ପଢୁଥିବା ପିଲାଏ ବେଶ୍ ଭଲଭାବରେ ଜାଣନ୍ତି।କାରଣ ଇତିହାସ ପରୀକ୍ଷାରେ ଏହି ନରପତି ଜଣକ ବେଶ୍ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆକାରରେ ପ୍ରାୟତଃ ଦୃଶ୍ୟମାନ ହୁଅନ୍ତି ଯେଉଁଠି ପିଲାଙ୍କୁ ସାବ୍ୟସ୍ତ କରିବାକୁ ପଡେ ଯେ ଏହି ସଂପୃକ୍ତ ସମ୍ରାଟ ଜଣକ କେତେ ପରିମାଣରେ ଆଡବାୟା,କେତେ ପରିମାଣରେ ବିରୋଧାଭାଷର ଗଂଠୁଲି,କେତେପରିମାଣରେ ସଫଳ।ପରୀକ୍ଷାଖାତାର କହିବାକୁ ଗଲେ ଅନ୍ୟତମ ନାୟକ ଏଇ ରାଜାଟି ପିଲାଙ୍କୁ ଏତେ ପ୍ରଭାବିତ କରିଥାଏ ଯେ,ପରୀକ୍ଷାବାହାରେ ଯଦି ସେମାନେ କେଉଁଠି କାହାର ଦ୍ୱନ୍ଦ୍ୱ ଟିକୁ ହାସ୍ୟକର ବୋଲି ଭାବିଲେ,ତେବେ ସିଧାସଳଖ କହିବାର ଶୁଣାଯାଏ ସେମାନଙ୍କର ମୁହଁରୁ,ଆରେ,ଏମିତି କାହିଁକି ଦିଲ୍ଲୀରୁ ଦୌଲତାବାଦ ହେଉଛୁ?ଥୟଧର !

ଚତୁର୍ଦ୍ଦଶ ଶତାବ୍ଦୀର ଏହି ଐତିହାସିକ ଚରିତ୍ରଟି ମଂଚରେ ନାୟକ ହିସାବରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିବା ପଛରେ ଏକମାତ୍ର କାରଣ ହେଉଛି ଏହି ଚରିତ୍ରଟି ଐତିହାସିକ ତଥା ପୁରୁଣା ହୋଇଥିଲେ ହେଁ ଆମର ଅନେକ ମୌଳିକ ପ୍ରଶ୍ନର କିଛି ସଂଭାବିତ ଓ ସନ୍ତୋଷଜନକ ଉତ୍ତର ଆମ ଆଗରେ ପ୍ରସ୍ତୁତ କରି ଆମକୁ ଆମର ପରିସ୍ଥିତିରେ ଆଲୋଡିତ କରିଛି ଆଉ ସେଇଥିପାଇଁ ଆମକୁ ଏହି ଚରିତ୍ରଟି ଆକର୍ଷଣୀୟ ଓ ଅଦ୍ଭୁତ ଲାଗିଛି।ଆମେ କହିବାକୁ ଗଲେ ଏହି ଚରିତ୍ରର ମଂଚମାୟାରୁ ମୁକୁଳି ପାରୁନାହୁଁ।

ମହମ୍ମଦ ବିନ୍ ତୁଘଲକ ଙ୍କର ସବୁ ବିଷୟରେ ଗଭୀର ମନନଶୀଳ ଆଗ୍ରହ ଥିଲା।ଏବଂ ଯାହାକୁ କୁହାଯାଏ ସେ ଜଣେ ଯାହାକୁ କହନ୍ତି ଚିନ୍ତାଶୀଳ ନରପତି ଥିଲେ।ଅଧ୍ୟୟନ,ଚିନ୍ତନ,ଓ ଯଥେଷ୍ଟ ଧର୍ମ ପରାୟଣ ଥିଲେ ସେ।ସେ ମୁସଲମାନଧର୍ମାବଲମ୍ବୀ ହେଲେ ମଧ୍ୟ ହିନ୍ଦୁ-ମୁସଲମାନ ସଂପ୍ରିତୀରେ ବିଶ୍ୱାସ କରୁଥିଲେ।କିନ୍ତୁ ଜଣେ ଶାସକ ହେବାପାଇଁ ଏହି ଗୁଣର ଆବଶ୍ୟକତା ହୁଏତ ସେତେ ପଡିବ ନାହିଁ।ତେଣୁ ଜଣେ ପ୍ରକୃତ ଶାସକ ହେବାପାଇଁ ସେ ନିଜର ଶତ୍ରୁ ମାନଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ସଂହାର କରୁଥିଲେ। ସେ ବ୍ୟବହାରିକ ଜୀବନ ଯଥେଷ୍ଟ ନିଷ୍ଠୁର ଥିଲେ,ଯେଉଁ ପ୍ରକାର ନିଷ୍ଠୁରତା କୌଣସି ପୁସ୍ତକପ୍ରେମୀ ମନନଶୀଳ ବ୍ୟକ୍ତି ପାଖରେ ପ୍ରାୟତଃ ରହି ନଥିବାର କଥା।ସବୁବେଳେ ନିଜ ସ୍ୱାର୍ଥ ବ୍ୟତୀତ ଆଉ କିଛି ତାଙ୍କର କାର୍ଯ୍ୟରେ ପ୍ରକାଶିତ ହେଉନଥିଲା।ହୁଏତ ଏଥିରୁ ତୁଘଲକ ଙ୍କର ଜୀବନର ବିରୋଧାଭାଷକୁ ଆପଣମାନେ କିଛି ପରିମାଣରେ ବୁଝି ପାରୁଥିବେ।

ଏହି ନାଟକରେ ଦେଖାଯାଇଛି ଯେ ଦୁଇଟି କଥା ଯଥା କ୍ଷମତାର ଲୋଭ ଆଉ ସ୍ୱୈରାଚାର ଜଣେ ମଣିଷର ଭିତରେ ଥିବା ସମସ୍ତ ବୈଚାରିକ ସୁଗୁଣକୁ କଳାବାଦଲ ଭଳି ଆଛାଦିତ କରି ରଖିଥାଏ ସବୁସମୟ।ଏବଂ ନିଜ ସହ କ୍ଷମତା ଆଉ ସ୍ୱୈରାଚାର ର ଭାଲ୍ୟୁ ଆଡିସନ୍ ବା ମୂଲ୍ୟାଙ୍କ ସଂଯୋଜନ କରିବା ପ୍ରକ୍ରିୟାରେ ସେହି ମଣିଷଟି ମଣିଷର ଯେଉଁ ମାନବିକ ସ୍ତରଟି ସାଧାରଣ ଭାବରେ ରହିବାର କଥା ତାହାଠାରୁ କ୍ରମଶଃ ତଳକୁ ତଳକୁ ଖସି ଯାଉଥାଏ।

ତୁଘଲକ ନିଜ ଜୀବନ କାଳରେ କେବଳ ନିଜକୁ ନିଜେ ନିର୍ଦ୍ଦେଶ ଦେଇଛନ୍ତି ଆଉ ନିଜେ ବା ସମ୍ରାଟ ସ୍ୱୟଂ ଏହି ନିର୍ଦ୍ଦେଶ ମାନୁଥିବାରୁ ତାହାର ବିରୋଧତା ଆଉ କୌଣସି ଅଧସ୍ତନ ମଣିଷ ପକ୍ଷରେ କରିବା ପ୍ରାସଂଗିକ ନୁହଁ।ଯଦି କିଏ ତଥାପି ଏହାର ବିରୋଧତା କରୁଛି ତେବେ ତାହାର ମୃତ୍ୟୁଦଣ୍ଡ ୱାଜିବ୍ କଥା।

କ୍ଷମତା ପାଇଁ ଧର୍ମର ଉପଯୋଗିତା କୁ ବେଶ୍ ଭଲ ଭାବରେ ବୁଝିଥିବା ସମ୍ରାଟ ମାନଙ୍କ ଭିତରେ ସେ ଅନ୍ୟତମ।ସେ ସମୟରେ ମୁସଲମାନ ଶାସିତ ରାଜ୍ୟକୁ ଏକ ଧର୍ମଭିତ୍ତିକ ରାଜ୍ୟ ବା ଥିଓକ୍ରାଟିକ ଷ୍ଟେଟ୍ ହିସାବରେ ବିବେଚନା କରାଯାଉଥିଲା।ଏହି ଧର୍ମରାଜ୍ୟ ବା ଦାର-ଉଲ୍ -ଇସଲାମ୍ ର ପ୍ରତିଷ୍ଠା ପାଇଁ ଇସଲାମୀୟ ଧର୍ମ ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ବିଧି ରହିଥିଲା। ନବୀଜୀ ଙ୍କ ପରେ ଇସଲାମ ଧର୍ମର ମୁଖ୍ୟ ଗୁରୁ ଥିଲେ ଖଲିଫା ଆଉ କୌଣସି ସ୍ଥାନରେ ମୁସଲମାନ ସାମ୍ରାଜ୍ୟ ପ୍ରତିଷ୍ଠା ହେଲା ପରେ ଖଲିଫା ଯିଏ ବାଗଦାଦ୍ ର ନିବାସୀ ସେ ସେହି ଇସଲାମିକ୍ ରାଜ୍ୟକୁ ଏକ ସ୍ୱୀକୃତି ପତ୍ର ପ୍ରଦାନ କରୁଥିଲେ ।ଏହାକୁ ମନସୁର୍ -ଉଲ୍-ମୋମିନମ୍ ବୋଲି କୁହାଯାଉଥିଲା ।ଯେ ପର୍ଯ୍ୟନ୍ତ ଗୋଟିଏ ମୁସଲମାନ ରାଜ୍ୟ ଖଲିଫାଙ୍କର ମନସୁର୍ ପ୍ରାପ୍ତ ହୋଇନାହିଁ ସେଯାଏଁ ତାହା ଏକ ବୈଧ ମୁସଲମାନ ରାଜ୍ୟ ହେଉନଥିଲା।ତୁଘଲକ ପ୍ରଥମେ ସମ୍ରାଟ ହେଲା ପରେ ଏହି ଧାର୍ମିକ ଦିଗକୁ ଅସ୍ୱୀକାର କରୁଥିଲେ ମାତ୍ର ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାନ୍ତର କରିବାର ବିଫଳତା,ପ୍ରତୀକମୁଦ୍ରା ବା ଟୋକେନ୍ କରେନ୍ସି ପ୍ରଚଳନ ର ବିଫଳତା,ଏବଂ ଶାସନରେ ଧର୍ମଗୁରୁ ମାନେ ଅବହେଳିତ ହେବାର ଧାର୍ମିକ ଆକ୍ରୋଶ ତାଙ୍କୁ କ୍ଷମତାଧର ହେବା ପାଇଁ ଖଲିଫାଙ୍କର ସ୍ୱୀକୃତି ପତ୍ର ମନସୁର୍ କୁ ଥରେ ନୁହଁ ଦୁଇଥର ଆଣିବାକୁ ବାଧ୍ୟ କରିଥିଲା।

ତୁଘଲକ ନାଟକର ମାଧ୍ୟମରେ ଯେଉଁ ଚିରସ୍ଥାୟୀ ବାର୍ତ୍ତା ସମସ୍ତଙ୍କ ପାଇଁ ରହିଛି ତାହା ହେଉଛି ,କ୍ଷମତାର ପରିବଳୟରେ ଯିଏ ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ସେ କଦାପି ଭୁଲ କରି ପାରିବ ନାହିଁ।ଦୁଇରେ,କ୍ଷମତା ହାସଲ ପାଇଁ ସେ ଯେ କୌଣସି ସ୍ତରକୁ ବା ଯେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ଓ ସେ ତାହାର କାର୍ଯ୍ୟପ୍ରତି ଅନ୍ୟ ସମସ୍ତଙ୍କର ସମର୍ଥନ ରହିବା ବାଧ୍ୟତାମୂଳକ।ତିନି ରେ,କ୍ଷମତା ହେଉଛି ଏକମାତ୍ର ସତ୍ୟ ଏବଂ ଏହା କୁ ଲାଭ କରିବା ପାଇଁ ଯେ କୌଣସି କୌଶଳ ବୈଧ।

ପୃଥିବୀର ଇତିହାସରେ ସବୁ କ୍ଷମତା ଇତିହାସରେ ଏକଥା ରହିଛି,ସେ ମହମ୍ମଦ ବିନ୍ ତୁଘଲକ ହୁଅନ୍ତୁ କି ଆଉ ଯିଏ ବି ହୁଅନ୍ତୁ।

ତୁଘଲକର ବିଚାରଧାରା କେତେ ପ୍ରାସଂଗିକ ତାହାର ବିଚାର ଆପଣ ମାନଙ୍କ ଉପରେ ରହିଲା।

ତୁଘଲକ ର ବିଦାୟ ନାହିଁ।

ଏମିତି ରେ କୌଣସି ବିଚାରଧାରା ର ବିଦାୟ ନାହିଁ।

ପାଦଛୁଇଁ ମୁଣ୍ଡିଆ ମାରିବା ପରେ ଗୁଳି କଲେ ବି ହାଡକେତେଖଣ୍ଡ ଉପରେ ଚମଛାଉଁଣୀ ହୋଇଥିବା ଶୀର୍ଣ୍ଣକାୟ ବୁଢାର ବିଚାର କ୍ରମଶଃ ସ୍ଥୁଳକାୟା ଧାରଣ କରୁଥାଏ।

କୌଣସି ବିଚାରଧାରା ଜଣକ ର ମଂଜକୁ ଦୋହଲାଇ ଦେବା ପାଇଁ ସମର୍ଥ।ସେଇଥିପାଇଁ ଆମେ କୌଣସି ବିଚାରକୁ ଯେତେବେଳେ ଗ୍ରହଣ କରିପାରୁନଥିବାର ଦୋଷରେ ଆକ୍ରାନ୍ତ ହୋଇପଡୁ ସେତେବେଳେ ଫଣା ଉଠାଉ।

ଶେଷ ଆଡକୁ ତାଙ୍କ ଉପରେ ଚୋଟ ମାରିବା ପାଇଁ ଅନେକ ପ୍ରଚେଷ୍ଟା ହୋଇଥିଲା।କୁହାଯାଉଥିଲା ଯେ ଅସଲରେ ଗୌରୀ ଲଙ୍କେଶ ଙ୍କୁ ହତ୍ୟା କରିବା ପାଇଁ ଆସିଥିବା ହତ୍ୟାକାରୀର ପ୍ରଥମ ଟାର୍ଗେଟ୍ ଥିଲେ ସେ।
ଗୌରୀଙ୍କ ସ୍ମୃତି ସଭାରେ ଯୋଗ ଦେଲା ବେଳକୁ ତାଙ୍କ ନାକରେ ଲାଗିଥିଲା ଅକ୍ସିଜେନ ନଳୀ ଆଉ ଛାତିରେ ଝୁଲୁଥିଲା କାଗଜ ପଟାଟିଏ।ସେହି କାଗଜପଟାରେ ଯାହା ଇଂରାଜୀରେ ଲେଖାଥିଲା ତାହାର ଓଡିଆ ଅର୍ଥ ହେଉଛି,
ମୁଁ ବି,ସହରୀ ନକ୍ସଲ।

ଆଜି ତାଙ୍କର ପାର୍ଥିବ ଦେହାବସାନ ଘଟିଛି।

ପାର୍ଥିବ ଦେହାବସାନ ଏମିତି କିଛି ବଡକଥା ନୁହଁ ଆପଣଙ୍କ ପାଇଁ।ତୁଘଲକ ନାଟକ ସହିତ ଆପଣ ଯେଉଁ କ୍ଷମତାର ଚିରକାଳୀନ ଧାରାଭାଷ୍ୟ ଟି ରଖିଦେଇଛନ୍ତି ତାହାର ବିନାଶ ନାହିଁ ଆଉ ସେଇଥିପାଇଁ ବିଶିଷ୍ଟ ଐତିହାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ଗୁହା ଆପଣଙ୍କୁ କହିଛନ୍ତି,ଏକେଲା ଦେଶପ୍ରେମୀ,ଦି ଲୋନ୍ ପାଟ୍ରିଅଟ୍।

ଖାଲି ଏତିକି ଦୁଃଖ। ଆପଣଙ୍କୁ କହିବାକୁ ଚାହୁଁଛି।

ରାଜନୈତିକ ବିଚାର ଦୃଷ୍ଟିରୁ ସତ୍ ଓ ସଠିକ ଏବଂ ପ୍ରଭାବୀ ସଂଖ୍ୟାଲଘୁ ସାରସ୍ୱତ ସର୍ଜକ ମାନଙ୍କର ସଂଖ୍ୟାରୁ ଗୋଟିଏ ମୂଳାଙ୍କ ଆଉ ଆମ ପାଖରେ ରହୁନାହିଁ।

ନମସ୍କାର ଶ୍ରୀଯୁକ୍ତ ଗିରିଶ କନ୍ନଡ।

ତୁଘଲକ୍ ସହିତ ଆପଣଙ୍କର ତ ବିଦାୟ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

ଢୋଲକିଆଙ୍କ ପରଲୋକ ପରେ ବିଜେଡିର ଖସିଗଲା ଗୋଟିଏ ଆସନ, କଣ ହେବ କଂଗ୍ରେସର ଅନାସ୍ଥା ଗଣିତ

September 18, 2025

ଓଡିଶା ରାଜନୀତିରେ ହଲଚଲ, ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ସମର୍ଥନ ପାଇଁ ବିଜେଡି ବିଧାୟକଙ୍କୁ ସାକ୍ଷାତ

September 18, 2025

ସାମ୍ବାଦିକ ସାଜିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ, ବୁମ ଧରି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କୁ ପଚାରିଲେ……

September 18, 2025
Latest News

ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା ପ୍ରୋ-ଟି ୨୦ ଲିଗ୍

September 19, 2025

ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

September 19, 2025

ସେପ୍ଟେମ୍ବର ୧୯ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 19, 2025

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.