Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା
ସଂସ୍କୃତି

ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

June 12, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ । ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍‍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି ୧. ସାହିତ୍ୟ ଅକାଦେମି ପୁରସ୍କାର, ୨. ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ୩. ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଏବଂ ୪. ସାହିତ୍ୟ ଅକାଦେମି ବାଲ୍‍ ସାହିତ୍ୟ ପୁରସ୍କାର । ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିଚାରକମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରାଯିବା ପାଇଁ ଏହିସବୁ ପୁରସ୍କାରର ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଅକାଦେମି ପକ୍ଷରୁ ପୁରସ୍କାର ଘୋଷଣା ସହିତ ତିନିଜଣିଆ ବିଚାରକଙ୍କ ନାମ ଘୋଷଣା କରାଯାଉଥିଲେ ମଧ୍ୟ, ଏଯାଏ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯାଉ ନଥିଲା ।
ଉଲ୍ଲେଖନୀୟ ଯେ ପୁରସ୍କାର ନିୟମ ପାଳନରେ ଅକାଦେମିର ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ସୂଚାଇ ସ୍ତମ୍ଭକାର ଅସିତ ମହାନ୍ତି ‘ସମ୍ବାଦ’ର ‘ସାହିତ୍ୟିକ ପାଣିପାଗ’ ସ୍ତମ୍ଭରେ ଗତ ଜାନୁଆରୀ ୧୧ ଓ ୨୫ ତାରିଖରେ ଦୁଇଟି ଲେଖା ଲେଖିଥିଲେ । ସେହି ଲେଖା ଦୁଇଟିର ଶୀର୍ଷକ ଥିଲା ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗୋପନ କଥା’ ଓ ‘ଅକାଦେମୀ ପୁରସ୍କାର: ଗୋପନୀୟତାର ଗଣ୍ଠି ଫିଟୁ’ । ସେହି ଲେଖା ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସାହିତ୍ୟାନୁରାଗୀ ଓ ଅନୁବାଦକ ନରେନ୍ଦ୍ର ନାରାୟଣ ଦାଶ ଗତ ମାର୍ଚ୍ଚ ୧୯ ତାରିଖରେ ସାହିତ୍ୟ ଅକାଦେମୀର ସଚିବଙ୍କୁ ଏକ ଚିଠି ଲେଖି ପୁରସ୍କାର ନିୟମ ପାଳନରେ ଏହି ଗୁରୁତ୍ୱପୂର୍ଣ୍ଣ ଖିଲାପ ବାବଦରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତାହାର କପି ମଧ୍ୟ ଅକାଦେମିର ସଭାପତିଙ୍କୁ ଦେଇଥିଲେ । ଅକାଦେମି ଏହି ତ୍ରୁଟି ସଂଶୋଧନ କରି ପୁରସ୍କାର ନିୟମକୁ ପୂର୍ଣ୍ଣ ଭାବରେ ପାଳନ କରୁ ବୋଲି ସେ ଅନୁରୋଧ କରିଥିଲେ ।


ସେହି ପତ୍ରର ଉତ୍ତରରେ ଅକାଦେମିର ସଚିବ କେ. ଶ୍ରୀନିବାସନ ଶ୍ରୀ ଦାଶଙ୍କୁ ମାର୍ଚ୍ଚ ୨୯ ତାରିଖ ଦିନ ଏକ ସ୍ୱତନ୍ତ୍ର ଚିଠି ଲେଖି ଜଣାଇଛନ୍ତି ଯେ ଏଣିକି ଅକାଦେମି ତାର ପୁରସ୍କାର ନିୟମ ପାଳନ କରି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକଙ୍କ ନାମ ଓ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ନିଶ୍ଚିତ ଭାବରେ ଘୋଷଣା କରିବ ।
ଆଗାମୀ ୧୪ ତାରିଖ ଦିନ ତ୍ରିପୁରାର ରାଜଧାନୀ ଅଗରତାଲାଠାରେ ଅକାଦେମିର ୨୦୧୮ ବର୍ଷର ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି । ସେହି ଅବସରରେ ସାଧାରଣ ବୈଠକ ବସି ୨୦୧୯ର ଯୁବ ପୁରସ୍କାର ଓ ବାଲ୍‍ ସାହିତ୍ୟ ପୁରସ୍କାର ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି । ସେହି ଘୋଷଣା ସହିତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Latest News

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.