Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ; ତନ୍ତ୍ର ସାଧନାର ମହାପୀଠ ଓ ଭାରତୀୟ ବାସ୍ତୁକଳା ର ଅନନ୍ୟ ରୂପକ
ସଂସ୍କୃତି

ରାଣୀପୁର-ଝରିଆଲର ଚଉଶଠି ଯୋଗିନୀ ମନ୍ଦିର ; ତନ୍ତ୍ର ସାଧନାର ମହାପୀଠ ଓ ଭାରତୀୟ ବାସ୍ତୁକଳା ର ଅନନ୍ୟ ରୂପକ

December 10, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ରାଣୀପୁର-ଝରିଆଲ,  ବଲାଂଗିର ଜିଲ୍ଲାର  ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ. ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର. ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି । ରାଣିପୁର-ଝରିଆଲ ବ୍ୟତୀତ ଖୁର୍ଧା ଜିଲ୍ଲାର ହୀରାପୁର ଠାରେ ଏମିତି ଆଉ ଏକ ମନ୍ଦିର ରହିଛି। ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ. ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର. ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି।  କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ  । ଶିବଂକୁ କେନ୍ଦ୍ରକରି ଦେବୀନ୍କର ୬୪ ସ୍ବରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି। ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ବ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-

. ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି  କୁହାଯାଉଥିଲା  । ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ”  ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି। ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।

. ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି।  ଯୋଗିନୀ ମାନେ ମୂଳତଃ ଲୋକ ଦେବୀ। ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଁକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ବାରା ପୂଜା ପାଇଥାନ୍ତି।

. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଂକ ମନ୍ଦିର ରହିଛି   । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ ।  ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।

. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ।  ସୋମ ବଂଶୀ  ମାନେ ଉତ୍ତର ଦିଗରୁ ଆସିଥିବାରୁ  ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ  ।

. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ବାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣିତ ବିବିଧ କରଣ ରେ ଏଠି କାର  ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି. ଶିବନକର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।

. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି  ।

. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଂକରୀ। ପ୍ରାୟ ଯୋଗିନୀ ତ୍ରିଶୂଳ, ପାଶ ଓ ମାଳ ଧାରଣ କରନ୍ତି. ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି   । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି  ।

.  ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି. ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ବୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।

. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ   ମୁର୍ତୀ ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୁର୍ତୀ ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୁର୍ତିଚୋର ମାନେ କିଛି ଯୋଗିନୀ ମୁର୍ତୀ ଖୋଲି ନେଇ ସାରିଲେଣି ।

. ପର୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ  । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି. ଟିଟିଲାଗଡ ଓ କଂଟାବାଂଜୀ ସହର ଠାରୁ ଏଠିକି ପହନଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ୟଟନ  ସ୍ଥଳ ର ମର୍ୟଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ   ।

Share. Facebook Twitter LinkedIn Email WhatsApp Copy Link

Related Posts

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମାରିଆ କୋରିନା ମାଚାଡୋ କିଏ, ସେ କେତେ ଶିକ୍ଷିତ?

October 10, 2025

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

October 10, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.