Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯାତ୍ରା ଦୁନିଆ : ଆମ ସମୟର ଚର୍ଚ୍ଚିତ ଜଲିଉଡ୍‌ ନାୟକ ମଣ୍ଟୁ
ବିଶେଷ ଖବର

ଯାତ୍ରା ଦୁନିଆ : ଆମ ସମୟର ଚର୍ଚ୍ଚିତ ଜଲିଉଡ୍‌ ନାୟକ ମଣ୍ଟୁ

July 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୀମା ନନ୍ଦ

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।  ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ ଦର୍ଶକଙ୍କ ସ୍ବୀକୃତ ପାଇଥାଏ। ଏଥିରେ ରିଟେକ୍‌ର ସୁବିଧା ନଥାଏ। ସିଧାସଳଖ ନିଜ ଅଭିନୟର ପ୍ରତିଭା ପ୍ରଦର୍ଶନ କରିବା ହେଉଛି ଯାତ୍ରାର ଅନ୍ୟତମ ଆକର୍ଷଣ। ଥ୍ରୀଡି ଫିଲ୍ମ ଆସିବା ପରେ ମଧ୍ୟ ଯାତ୍ରା ପଛରେ ପଡ଼ିନାହିଁ, ଏବେବି ଯାତ୍ରା ଦର୍ଶକଙ୍କ ମହଲରେ ବେଶ୍‌ ଆଦୃତ। ଯାତ୍ରା କଳାକାରଙ୍କ ନିଆରା ପ୍ରଦର୍ଶନ ହିଁ ଯାତ୍ରାକୁ ସମୃଦ୍ଧ କରିଥାଏ। ଆମ ସମୟର ଜଣେ ନିଆରା ସ୍ବାଭିମାନୀ ଯାତ୍ରା କଳାକାରଙ୍କ ସମ୍ପର୍କରେ କିଛି …

ଆଶାରାମ ଦାସ ଓରଫ ମଣ୍ଟୁ ଜଣେ ଉଚ୍ଚଶିକ୍ଷିତ, ଶୃଙ୍ଖଳିତ ଏବଂ ସ୍ବାଭିମାନୀ କଳାକାର। ମଣ୍ଟୁଙ୍କ ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମରେ। ପିଲାଟିବେଳୁ ସେ କଳାକୁ ଖୁବ୍ ଭଲପାଉଥିଲେ। ମଣ୍ଟୁଙ୍କ ଯାତ୍ରା କ୍ୟାରିଅର୍‌ ଗଙ୍ଗୋତ୍ରୀ ଗଣନାଟ୍ୟରୁ ହିଁ ଆରମ୍ଭ ହୋଇଛି। ଯୁକ୍ତ ତିନି ପର୍ଯ୍ୟନ୍ତ ପଢିଥିବା ମଣ୍ଟୁ ପ୍ରଥମେ ପାର୍ଶ୍ବ ନାୟକ ଭାବେ ଅଭିନୟ ଆରମ୍ଭ କରିଥିଲେ। ପରେ ପରେ ଯାତ୍ରାର କିଛି ବର୍ଷର ଅଭିଜ୍ଞତା ହାସଲ କରିବା ପରେ ସେ ସତ୍ୟମ୍‌ ଗଣନାଟ୍ୟ, ଦୁର୍ଗାଶ୍ରୀ ଗଣନାଟ୍ୟ, ସାତଶଙ୍ଖ ଅପେରା, ଯାତ୍ରା ସଚ୍ଚିଦାନନ୍ଦ, ତ୍ରିନାଥ ଗଣନାଟ୍ୟରେ ବେଶ୍‌ ବଳିଷ୍ଠ ଅଭିନୟ କରିଛନ୍ତି। ତ୍ରିନାଥ ଗଣନାଟ୍ୟର ବହୁ ଚର୍ଚ୍ଚିତ ନାଟକ (କଳଙ୍କିନୀ)ରେ କ୍ୟାପିଟାଲ୍‌ ପର୍ଶୁ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ସେ। ଏଥିରେ ସେ ଜଣେ ଗାଉଁଲି ଆଦିବାସୀର ଭୂମିକା ନିଭାଇଥିବାବେଳେ ସେ କିଭଳି ଅନ୍ୟାୟ ବିରୁଦ୍ଧରେ ଲଢି ଶେଷରେ ସରଳ ନିରୀହ ଆଦିବାସୀରୁ ଜଣେ ଡନ୍‌ ପାଲଟିଯାଉଛନ୍ତି, ତାହାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପିତ କରିଥିଲେ। ଏହି ଯାତ୍ରାର ତାଙ୍କର ଚର୍ଚ୍ଚିତ ସଂଳାପ ‘ ରାମ ନୁହେଁ କି ରହିମ୍ ନୁହେଁ, ନୁହେଁ ମୁଁ ବୁଦ୍ଧ ଯୀଶୁ, ଏହି ମାଟିର ମଣିଷ ମୁଁ କ୍ୟାପିଟାଲ ପର୍ଶୁ।’ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

ସେହିପରି ଭାବରେ ଯାତ୍ରା ଇନ୍ଦ୍ରଭୁବନରେ ‘ଭଲ ପାଇ କିଏ ଭଲରେ ଅଛି’ରେ ଶୁଭମ୍‌ ଚରିତ୍ରରେ ଅଭିନୟ କରିଥିବାବେଳେ ‘ସାର୍ଟ ହଜିଛି ସନାଦାସର’ ଯାତ୍ରାରେ ଶେଖର ଚରିତ୍ର, ‘ସୁନାହରିଣୀ’ ଯାତ୍ରାରେ ଶିଳ୍ପପତି ସମ୍ବିତ୍‌ ରାୟ, ଭାଇ ଭଉଣୀର ନୂଆକାହାଣୀ ଯାତ୍ରାରେ ଜଗନ୍‌ ଓ ଆକାଶ, ‘ବୁଧବାର ଦିନ ବାପା ମରିବେ’ରେ ମାନବ ଆଦି ଚରିତ୍ର ନିଭାଇ ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ତେବେ ‘ଭାଇ ଭଉଣୀର ନୂଆ କାହାଣୀ’ ଓ ‘ସୁନା ହରିଣୀ’ ଯାତ୍ରାରେ ଅଭିନୟ କରିଥିବା ଚରିତ୍ରରେ ସେ ବେଶ୍‌ ଆତ୍ମସନ୍ତୋଷ ପାଇଛନ୍ତି ବୋଲି କହିଛନ୍ତି ମଣ୍ଟୁ। ଚଳିତ ବର୍ଷ ନୂଆକରି ଆରମ୍ଭ କରିଥିବା ଯାତ୍ରା ଅନୁଷ୍ଠାନ,ନିୟୁ ଯାତ୍ରା ସଚ୍ଚିଦାନନ୍ଦରେ ଯୋଗ ଦେଇଛନ୍ତି ମଣ୍ଟୁ। ତାଙ୍କର ଏହି ଅଭିନୟ ଯାତ୍ରା ପାଇଁ ସେ ଗୁରୁଦେବ ବାବା ବଳିଆଙ୍କ ପ୍ରେରଣା ଓ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡରେ ଲୋକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କାହିଁକି?

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026
Latest News

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026

ଆଜି ଏପ୍ରିଲ ୧୫ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 15, 2026

ଖୋର୍ଦ୍ଧା ରୋଡ୍- ପୁରୀ ସେକ୍ସନର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

April 14, 2026

ଚିଲିକା ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା: ଯୋଗଦେଲେ ଆଇନ ମନ୍ତ୍ରୀ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.