Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ
ସଂସ୍କୃତି

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Konark Festival Inauguration
Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

Konark Festival Inauguration: ଆଜି ୩୬ତମ ବିଶ୍ବ ପ୍ରସିଦ୍ଧ କୋଣାର୍କ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ପୃଷ୍ଠଭୂମିରେ ଏହି ଉତ୍ସବ ଦେଶ ବିଦେଶର କଳାପ୍ରେମୀ ମାନଙ୍କ ପାଇଁ ଆକର୍ଷଣର ଅନ୍ୟତମ କେନ୍ଦ୍ର । ଶାସ୍ତ୍ରୀୟ ନୃତ୍ୟ ଗୁଡିକ କେବଳ ଏକ ଆର୍ଟ ଫର୍ମ ନୁହେଁ, ଏହା ହେଉଛି କଳା ମାଧ୍ୟମରେ ଆଧ୍ୟାତ୍ମିକତାର ଏକ ମହାନ ଅନୁଭବ, ଇଶ୍ବର ପ୍ରାପ୍ତିର ଏକ ମାର୍ଗ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଥିଲେ ଯେ, କୋଣାର୍କ ଉତ୍ସବ ହେଉଛି ଆମ ଓଡିଶାର ସାଂସ୍କୃତିକ ଅସ୍ମିତାର ଏକ ଉଜ୍ଜ୍ୱଳ ପରିଚୟ। ଏହି ଉତ୍ସବ କେବଳ ଓଡିଶାର କଳା ନୁହେଁ, ବରଂ ଓଡିଶାର ସାମଗ୍ରିକ ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚଳିତ ବର୍ଷ ଓଡିଶୀ ସହିତ ଭାରତନାଟ୍ୟମ, କଥାକଳୀ, ମଣିପୁରୀ ଓ କଥକ ଆଦି ନୃତ୍ୟ ପରିବେଷଣ ପାଇଁ ବିଭିନ୍ନ ରାଜ୍ୟରୁ ନୃତ୍ୟ ଶିଳ୍ପୀମାନେ ଆସିଛନ୍ତି । ଏହି ମଞ୍ଚରେ ଭାରତର ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଆମ ଦେଶର ସାଂସ୍କୃତିକ ସମ୍ପଦକୁ ବଞ୍ଚାଇ ରଖିବା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ବୋଲି ସେ କହିଥିଲେ।

Konark Festival Inauguration କୋଣାର୍କ ଉତ୍ସବ କୋଣାର୍କ ମହୋତ୍ସବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ଶ୍ରୀବଳଦେବ ଜୀଉଙ୍କ କ୍ଷେତ୍ରରେ ଦୋଳଯାତ୍ରା ଓ ଛାମୁମେଳଣ ଉଦଯାପିତ

March 9, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026
Latest News

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.