Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ
ସଂସ୍କୃତି

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶାରଦୀୟ ନବରାତ୍ରି ପୂଜା
ଶାରଦୀୟ ନବରାତ୍ରି ପୂଜା

ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ମହତ୍ତ୍ୱ ଅତ୍ୟନ୍ତ ଅନନ୍ୟ ଓ ପବିତ୍ର ଅଟେ। ଆଶ୍ୱିନ ମାସର ଏହି ନଅ ଦିନ ଧରି ମା’ ଦୁର୍ଗାଙ୍କର ବିଭିନ୍ନ ନଅଟି ସ୍ୱରୂପକୁ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପୂଜାର୍ଚ୍ଚନା କରାଯାଇଥାଏ। ନବରାତ୍ରିର ଏହି ପବିତ୍ର ଅବସରରେ ଦେବୀଙ୍କ ଆରାଧନା, ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନର ସ୍ଥାନ, ଏବଂ ନବମୀ ତିଥିରେ କନ୍ୟା ପୂଜାର ସଠିକ୍ ବିଧିବିଧାନ ତଥା ପାଳନୀୟ ନିୟମଗୁଡ଼ିକ ସମ୍ପର୍କରେ ଏଠାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

ଦେବୀଙ୍କ ନଅ ରୂପ

– ପ୍ରଥମ ଦିନ ପୂଜାରେ ଦେବୀ ଦୁର୍ଗା ଶୈଳପୁତ୍ରୀ ଭାବେ ପୂଜା ପାଇଥାନ୍ତି।
– ଦ୍ୱିତୀୟ ଦିନ ମାତା ବ୍ରହ୍ମଚାରିଣୀ ରୂପେ ପୂଜା ପାଆନ୍ତି।
– ତୃତୀୟ ଦିନ ଚନ୍ଦ୍ରଘଣ୍ଟା।
– ଚତୁର୍ଥ ଦିନରେ ମାତା କୁଷ୍ମାଣ୍ଡ।
– ପଞ୍ଚମ ଦିନରେ ସ୍କନ୍ଦମାତା ଷଷ୍ଠ ଦିନରେ କାତ୍ୟାୟନୀ।
– ସପ୍ତମ ଦିନରେ କାଳରାତ୍ରି
– ଅଷ୍ଟମ ଦିନ ମାତା ମହାଗୌରି
– ନବରାତ୍ରିର ନବମ ଦିନରେ ମାତା ସିଦ୍ଧିଦାତ୍ରି ରୂପରେ ପୂଜା ପାଇଥାନ୍ତି।

କନ୍ୟା ପୂଜା

ଆଶ୍ୱିନ ପ୍ରତିପଦାରୁ ନବରାତ୍ରୀ ପ୍ରାରମ୍ଭ ହୋଇଥାଏ ଏବଂ ଏହା ନବମୀ ତିଥି ପର୍ଯ୍ୟନ୍ତ ଚାଲେ। ନବରାତ୍ରୀ କନ୍ୟା ପୂଜାରେ ଶେଷ ହୋଇଥାଏ। ଏହା ପରେ ପାଳନ କରାଯାଏ ଦଶହରା । ତେବେ କନ୍ୟା ପୂଜା ବିନା ନବରାତ୍ରିର ନଅ ଦିନର ସାଧନାର ଫଳ ମିଳି ନ ଥାଏ। ଅଷ୍ଟମୀ ଏବଂ ନବମୀ ପୂଜା ପରେ କନ୍ୟା ପୂଜା କରାଯାଏ । ଏଥିରେ କନ୍ୟାମାନଙ୍କୁ ପୂଜା କରାଯାଇ ଭୋଜନ ଓ ଉପହାର ପ୍ରଦାନ କରାଯାଇ ଆଶୀର୍ବାଦ କାମନା କରାଯାଏ।
– ପ୍ରଥମେ କନ୍ୟାଙ୍କ ପାଦ ପ୍ରଖ୍ୟାଳନ କରାଯାଏ।
– ଏହା ପରେ ତିଳକ କରାଯାଏ ଓ ଏହାପରେ ଖାଦ୍ୟ ପ୍ରଦାନ କରାଯାଏ ଏବଂ ତା’ପରେ ଉପହାର ଦେବାର ନିୟମ ଅଛି।
– କନ୍ୟା ପୂଜା ଦ୍ୱାରା ଘରେ ମା’ ଦୁର୍ଗା ବାସ କରନ୍ତି।
– କୌଣସି କନ୍ୟାଙ୍କୁ ଅପମାନିତ କିମ୍ବା ଦୁଃଖ ଦେବା ଅନୁଚିତ।
– ଉପହାରରେ କୌଣସି କଳା ରଙ୍ଗ ଜିନିଷ ପ୍ରଦାନ କରନ୍ତୁ ନାହିଁ। ଏହା ଦ୍ୱାରା ଶନି ଦୋଷ ଲାଗେ। ସେହିପରି କାଚ ଜିନିଷ ଦିଅନ୍ତୁ ନାହିଁ।
– ଚମଡ଼ାରୁ ତିଆରି ଜିନିଷ, ଷ୍ଟିଲ ଏବଂ ଲୁହା ଜିନିଷ ଦିଅନ୍ତୁ ନାହିଁ ।
– କନ୍ୟା ସହିତ ଜଣେ ଛୋଟ ବାଳକକୁ ଆମନ୍ତ୍ରିତ କରିବା ଉଚିତ।
– ଉପହାରରେ ପୁରୁଣା ଓ ବ୍ୟବହୃତ ଜିନିଷ ପ୍ରଦାନ କରନ୍ତୁ ନାହିଁ।

ନବରାତ୍ରୀରେ ଦୀପ ପ୍ରଜ୍ଜ୍ୱଳନ

ନବରାତ୍ରୀର ନଅଦିନରେ ନିତିଦିନ ଦେବୀଙ୍କ ଅଲଗା ଅଲଗା ରୂପକୁ ପୂଜା କରାଯାଏ। ଏଥିରେ ଅଖଣ୍ଡ ଦୀପ ପ୍ରଜ୍ୱଳନର ପରମ୍ପରା ରହିଛି। ଶାସ୍ତ୍ରରେ ଦୀପ ପ୍ରଜ୍ୱଳନର ବିଶେଷ ମହତ୍ତ୍ୱ ରହିଛି। ଏହି ନଅ ଦିନ ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୁଏ। ଘରେ ସୁଖ ଓ ସମୃଦ୍ଧିର ଆଗମନ ହୁଏ ।
ମୁଖ୍ୟଦ୍ୱାର: ଶାସ୍ତ୍ରରେ ମୁଖ୍ୟ ଦ୍ୱାରରେ ଦୀପ ଜାଳିବା ଶୁଭ। ଏହା ଦ୍ୱାରା ଘରକୁ ଦେବୀଦେବତାଙ୍କର ପ୍ରବେଶ ହୋଇଥାଏ ଏବଂ ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଏ।
ପୂଜାଘର: ପ୍ରଥମ ଦୀପ ଘରର ମନ୍ଦିର ଏବଂ ପୂଜା ସ୍ଥାନରେ ଜାଳିବା ଉଚିତ। ଏହା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୁଏ।
ରୋଷେଇ ଘର: ନବରାତ୍ରୀରେ ରୋଷେଇ ଘରେ ଦୀପ ଜାଳିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ଅନ୍ନର ଅଭାବ ଦେଖା ଦିଏ ନାହିଁ।
ତୁଳସୀ ଚଉରା: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି। ଏହି ନଅଦିନ ଯାକ ସନ୍ଧ୍ୟାରେ ଦୀପ ଜାଳିବା ଭଲ।

କନ୍ୟା ପୂଜା ନବରାତ୍ରି ମା' ଦୁର୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Latest News

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.